ନୂଆଦଲ୍ଲୀରେ ଆମେରିକା ପ୍ରତିରକ୍ଷା ସଚିବ ଲୟଡ ଅଷ୍ଟିନ, ପ୍ରତିରକ୍ଷା ଓ ସୁରକ୍ଷା ସହଯୋଗ ପ୍ରସଙ୍ଗରେ ଆଲୋଚନା

ଭାରତ ଗସ୍ତରେଆମେରିକା ପ୍ରତିରକ୍ଷା ସଚିବ ଲୟଡ ଅଷ୍ଟିନ

ଭାରତ ଗସ୍ତରେ ଆମେରିକା ପ୍ରତିରକ୍ଷା ସଚିବ ଲୟଡ ଅଷ୍ଟିନ । ନୂଆଦିଲ୍ଲୀର ପହଞ୍ଚିବା ପର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ସିଡିଏସ ଜେନେରାଲ ଅନୀଲ ଚୌହ୍ବାନ ସ୍ବାଗତ ଜଣାଇଛନ୍ତି । ସେହିପରି ବୈଦେଶିକ ସଚିବ ଆଣ୍ଟୋନୀ ବ୍ଲିଙ୍କେନ ମଧ୍ୟ ଭାରତ ଗସ୍ତରେ ଆସୁଛନ୍ତି। ଆସନ୍ତାକାଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହ ସେମାନେ 2+ 2 ମନ୍ତ୍ରିସ୍ତରୀୟ ଆଲୋଚନା କରିବେ ।

ନୂଆଦଲ୍ଲୀରେ ଆମେରିକା ଓ ଭାରତର ପ୍ରତିରକ୍ଷା ଓ ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ଏହି ପଞ୍ଚମ 2+ 2 ମନ୍ତ୍ରିସ୍ତରୀୟ ଆଲୋଚନାରେ ପ୍ରତିରକ୍ଷା ଓ ସୁରକ୍ଷା ସହଯୋଗ , ପ୍ରଯୁକ୍ତିବିଦ୍ୟା ସହଭାଗିତା ପ୍ରସଙ୍ଗ ସ୍ଥାନ ପାଇବ । ସାଂପ୍ରତିକ ଆଞ୍ଚଳିକ ପ୍ରସଙ୍ଗ ମଧ୍ୟ ଆଲୋଚନା ହେବ । ଆମେରିକା-ଭାରତ ସହଯୋଗୀତା ପାଇଁ ରୋଡମ୍ୟାପ ପ୍ରସ୍ତୁତିରେ ଏହା ବେଶ ସହାୟକ ହେବ । ଇସ୍ରାଏଲ ସହ ଅନ୍ୟାନ୍ୟ ଦେଶ ଗସ୍ତ କରି ଭାରତ ଆସୁଛନ୍ତି ବ୍ଲିଙ୍କେନ୍ । ବର୍ତ୍ତମାନ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଘନଘଟା ଚାଲିଥିବା ବେଳେ ଆମେରିକା ଅଧିକାରୀଙ୍କ ଭାରତ ଗସ୍ତ ଗୁରୁତ୍ବ ରଖୁଛି ।

You might also like