ଲସଏଞ୍ଜଲର୍ସ : ଆମେରିକାର ଆଇନ ପ୍ରବର୍ତ୍ତନ ଅଧିକାରୀ ଚାଇଲପ୍ରଣ୍ଣୋଗ୍ରାଫି ଅଭିଯୋଗରେ ଜଣେ ଭାରତୀୟ ପାଇଲଟଙ୍କୁ ବିମାନ ମଧ୍ୟରେ ଗିରଫ କରିଛି। ପାଇଲଟ ସୋମବାର ଦିନ ନୂଆଦିଲ୍ଲୀରୁ ସାନଫ୍ରେନ୍ସିକୋ ବିମାନ ବନ୍ଦରରେ ପହଞ୍ଚିଥିଲା। ସେଠାରେ ସେ ବିମାନ କକପିଟରେ ବସି ଭିଡିଓ ଦେଖିଥିବା ବେଳେ ତାଙ୍କୁ ପୋଲିସ ଗିରଫ କରିବା ସହ ଭାରତକୁ ପଠାଇ ଦେଇଥିଲା। ମୁମ୍ବାଇ ବାସିନ୍ଦା ଏହି ପାଇଲଟଙ୍କ ବୟସ ୫୦ବର୍ଷ। ସେ ଭାରତୀୟ ବିମାନ କମ୍ପାନିରେ ଫାଷ୍ଟ ଅଫିସର ଭାବେ ନିୟୋଜିତ ଥିଲେ। ସେ ସବୁବେଳେ ଆମେରିକା ପାଇଁ ବିମାନ ଉଡାଣରେ ନିୟୋଜିତ ରହୁଥିଲେ।
ସୂଚନା ଅନୁଯାୟୀ, ପାଇଲଟ ଜଣଙ୍କ ଦୀର୍ଘ ଦିନ ହେବ ଚାଇଲ୍ଡ ଫର୍ଣ୍ଣରେ ନିୟୋଜିତ ରହିଥିଲେ। ଏ ନେଇ ବିଗତ ଦୁଇ ମାସ ହେବ ଏଫବିଆଇ (Federal-Bureau-of-Investigation) ତାଙ୍କ ଉପରେ ନଜର ରଖିଥିଲା। ଗିରଫ ହୋଇଥିବା ଦିନ ପାଇଲଟ ଜଣଙ୍କ କକପିଟ ବସି ପର୍ଣ୍ଣ ଦେଖୁଥିଲେ।ଠିକ୍ ସେହି ସମୟରେ ଆମେରିକା ସୁରକ୍ଷା ଏଜେନ୍ସି ତାଙ୍କୁ ଗିରଫ କରିବା ସହ ବିଜାକୁ ରଦ୍ଧ କରିଥିଲା। ଏବେ ତାଙ୍କୁ ଭାରତକୁ ପଠାଇ ଦେଇଛି।
ନିଶ୍ଚିତ ଜାଣନ୍ତୁ:ସ୍ବାମୀଙ୍କ ସହ ଫୋନରେ କଥା ହେଉଥିଲେ ମହିଳା, ସେପଟେ ଡାକ୍ତର ସାରିଦେଲେ ବ୍ରେନ୍ ସର୍ଜରୀ
ଆମେରିକାନ ଫେଡେରାଲ ନିୟମ ମୁତାବକ, କୌଣସି ବ୍ୟକ୍ତି ଜାଣିଶୁଣି ଚାଇଲ୍ଡ ଫର୍ଣ୍ଣୋଗ୍ରାଫି ନା ଦେଖିପାରିବେ ନା କାହାକୁ ପଠାଇ ପାରିବେ। ଏହା ଆଇନଗତ ଭାବେ ବ୍ୟାନ୍ ଅଟେ। ଯେକୌଣସି ପ୍ରକାରର ଯୌନ ସାମଗ୍ରୀ ଯେଉଁଥିରେ ନାବାଳିଙ୍ଗ ସାମିଲ ଥିବେ ତାହା ଉପରେ ରୋକ ଲଗାଯାଇଛି।