ସର୍ଜରୀ କରୁଥିବା ବେଳେ କୋର୍ଟ ଟ୍ରାଏଲ୍‌କୁ ଫେସ୍‌ କଲେ ଏହି ଡାକ୍ତର, ଜାଣନ୍ତୁ କ’ଣ କହିଲେ ଜ୍‌ଜ୍‌

ନ୍ୟୁୟର୍କ : ଆମେରିକାରେ ଜଣେ ଡାକ୍ତରଙ୍କ କୋର୍ଟରେ ସାମିଲ୍‌ ହେବା ମାମଲା ବଡ଼ କୌତୁହଳପୂର୍ଣ୍ଣ ହୋଇଛି । ଏହି ଡାକ୍ତର ଜଣକ ରୋଗୀର ଅପରେସନ୍‌ କରୁଥିବା ବେଳେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ କୋର୍ଟକୁ ସାମ୍ନା କରିଛନ୍ତି । ଡାକ୍ତରଙ୍କ ସ୍ଥିତି ଦେଖି ଖୋଦ୍‌ ଜଜ୍‌ ମଧ୍ୟ ହଇରାଣ ହୋଇଯାଇଛନ୍ତି ।

ଏହି ମାମଲା ଆମେରିକାର କାଲିଫର୍ଣ୍ଣିଆ ସହରର । ଯେଉଁଠି କରୋନା କାରଣରୁ ପ୍ଲାଷ୍ଟିକ୍‌ ସର୍ଜରୀ ଡାକ୍ତର ସ୍କଟ୍‌ ଗ୍ରୀନ୍‌ଙ୍କୁ ଭିଡ଼ିଓ କଲ୍‌ ରେ ଜଜ୍‌ଙ୍କୁ ଜବାବ ଦେବାର ଥିଲା । ନିର୍ଘଣ୍ଟ ସମୟରେ ଡାକ୍ତରଙ୍କୁ କୋର୍ଟର ସାମ୍ନା କରିବାର ଥିଲା । ଯେତେବେଳେ ଠିକ୍‌ ସମୟରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଡାକ୍ତର, ଜଜ୍‌ଙ୍କୁ ସାମ୍ନା କଲେ ଏହି ଦୃଶ୍ୟ ବଡ଼ ଅଦ୍ଭୁତ ଥିଲା ।

dr. green and judge
photo credit: punjabkesari.in

ଡାକ୍ତର ସର୍ଜରୀ ରୁମ୍‌ରେ ଜଣେ ରୋଗୀଙ୍କ ସହ ଥିଲେ । ଏହି ଦୃଶ୍ୟ ଦେଖି ଜଜ୍‌ ବି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ରୋଗୀ ଅପରେସନ୍‌ ବେଡ୍‌ରେ ଥିଲେ । ଆଉ ଡାକ୍ତର ଅପରେସନ୍‌ରେ ବ୍ୟସ୍ତ ଥିଲେ । ଡାକ୍ତର ଏହି ସମୟରେ ଅପରେସନ୍‌ ବନ୍ଦ କରିଦେଲେ ଆଉ ଜଜ୍‌ଙ୍କୁ ସାମ୍‌ନା କଲେ । ଡାକ୍ତରଙ୍କ ଉପରେ ଲାଗିଥିଲା ଟ୍ରାଫିକ୍‌ ନିୟମ ଉଂଲଘନ ମାମଲା ।

ଡାକ୍ତରଙ୍କୁ ଅପସେନ୍‌ କରୁଥିବା ଦେଖି ଜଜ ହଇରାଣ ହୋଇଯାଇଥିଲେ ଓ କହିଥିଲେ ଯେ ସେ ଚାହିଁଲେ ଆଉ ଏକ ତାରିଖ ନେଇପାରନ୍ତି । ହେଲେ ଡାକ୍ତର ତାରିଖ ନେବାକୁ ମନା କରିଦେଇଥିଲେ । ଡାକ୍ତର ଜଜ୍‌ଙ୍କୁ କହିଥିଲେ, ‘ଆପଣ ଦେଖିପାରୁଥିବେ ମୋ ସହ ଆଉ ଜଣେ ଡାକ୍ତର ବି ଅଛନ୍ତି ତେଣୁ ଆପଣ କୋର୍ଟ କାମ ଆଗେଇ ପାରନ୍ତି ।’

ଏହି ସମୟରେ ଅପରେସନ୍‌ ରୁମ୍‌ରୁ ବିପ୍‌ ବିପ୍‌ ସାଉଣ୍ଡ ବି ଶୁଭୁଥିଲା । ଏହି ଭିଡ଼ିଓ ଭାଇରାଲ ହେବା ପରେ ଏହାକୁ ନେଇ ବେଶ୍‌ ଉତ୍ତେଜନା ସୃଷ୍ଟି ହୋଇଛି । ଅପରେସନ୍‌ ବେଳେ ଜଣେ ରୋଗୀଙ୍କ ଜୀବନ ସହ ଖାମଖିଆଲୀ କୁ ନେଇ ଲୋକେ ନାନା ପ୍ରଶ୍ନ ଉଠାଇଛନ୍ତି । କିଛି ଲୋକ ଡାକ୍ତରଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ଦାବି କରିଛନ୍ତି । ମେଡିକାଲ୍‌ ବୋର୍ଡ ଏହି ଘଟଣାର ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କହିଛି ।

Leave A Reply

Your email address will not be published.