ଆମେରିକା ରାଷ୍ଟ୍ରପତି ନିର୍ବାଚନ ୨୦୨୦: ନିର୍ବାଚନୀ ସଭାରେ ଯେତେବେଳେ ନାଚିବାକୁ ଲାଗିଲେ ଡୋନାଲ୍ଡ ଟ୍ରମ୍ପ, Video ହେଲା ଭାଇରଲ

ଆମେରିକା ରାଷ୍ଟ୍ରପତି ନିର୍ବାଚନ ଆସନ୍ତା ୩ ନଭେମ୍ବରରେ ହେବାକୁ ଯାଉଛି। ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି, ଏଥିରେ ସେତିକି କୌତୁହଳଜନକ କଥା ଯୋଡ଼ି ହୋଇଯାଉଛି। ଏମିତି ହିଁ କିଛି ନୂଆ ପ୍ରସଙ୍ଗ ଏବେ ଡୋନାଲ୍ଡ ଟ୍ରମ୍ପ ନିଜ ନିଆରା ହରକତ ଦ୍ଵାରା ଯୋଡ଼ିଦେଇଛନ୍ତି, ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

mm

ଟ୍ରମ୍ପ କରୋନା ଭାଇରସ କବଳରୁ ମୁକ୍ତ ହେବା ପରେ ନିର୍ବାଚନୀ ପ୍ରଚାର ସଭାକୁ ଯିବା ଆରମ୍ଭ କରିଦେଇଛନ୍ତି ଏବଂ କହିଛନ୍ତି ସେ ପୂର୍ବାପେକ୍ଷା ଅଧିକ ପାୱାରଫୁଲ ଅନୁଭବ କରୁଛନ୍ତି। ସେ ଓରଲାଣ୍ଡର ସେଣ୍ଡଫୋର୍ଡରେ ଆୟୋଜିତ ପ୍ରଚାର ସଭାରେ ଭିଡ଼ ଦେଖି ଏତେ ଗଦଗଦ ହୋଇଯାଇଥିଲେ ଯେ ଭାଷଣ ପାଇଁ ପ୍ରସ୍ତୁତ ମଞ୍ଚ ଉପରେ ଡ୍ୟାନ୍ସ କରିବାକୁ ଲାଗିଲେ।

fg

ମଞ୍ଚରେ ଡୋନାଲ୍ଡ ଟ୍ରମ୍ପ ଡ୍ୟାନ୍ସ କରୁଥିବାର ଦେଖି ସେଠାରେ ଉପସ୍ଥିତ ଜନତା ମଧ୍ୟ ରୋମାଞ୍ଚିତ ହୋଇଉଠିଥିଲେ। ଟ୍ରମ୍ପଙ୍କ ସହ ତାଙ୍କ ଫ୍ୟାନମାନେ ମଧ୍ୟ ନାଚିବା ଆରମ୍ଭ କରିଦେଇଥିଲେ। କିନ୍ତୁ ତାଙ୍କର ଏଭଳି ହରକତ ଦେଖି ବିପକ୍ଷୀମାନେ ଖୁବ ମଜା ଉଡାଇଥିଲେ। ଡୋନାଲ୍ଡ ଟ୍ରମ୍ପଙ୍କର ଏହି ଡ୍ୟାନ୍ସ ଭିଡ଼ିଓ ଟୁଇଟରରେ ଟୁଇଟ ହେବା କ୍ଷଣି ଭାଇରଲ ହେବାରେ ଲାଗିଛି।

ff

ତେବେ ଏ ନେଇ ଅଲୋଚକମାନେ କହିଛନ୍ତି, ଟ୍ରମ୍ପ ଦେଖାଇବାକୁ ଚେଷ୍ଟା କରୁଛନ୍ତି କି, ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଛନ୍ତି। ଟ୍ରମ୍ପଙ୍କ ରାଲିରେ ନା କିଏ ସୋସିଆଲ ଡିଷ୍ଟାନସିଂ ପାଳନ କରିଛନ୍ତି ନା କେହି ମାସ୍କ ପିନ୍ଧିଛନ୍ତି। ଏପରିକି ଟ୍ରମ୍ପ ମଧ୍ୟ ଏଥିପାଇଁ ସମର୍ଥକମାନଙ୍କୁ କୌଣସି ବାଧା ଦେଇନାହାନ୍ତି।

Leave A Reply

Your email address will not be published.