ଏବେ ଘରେ ହିଁ କରିପାରିବେ କରୋନା ଟେଷ୍ଟ, ମାତ୍ର ୩୦ ମିନିଟ୍‌ରେ ମିଳିବ ରିପୋର୍ଟ

କରୋନା ଟେଷ୍ଟ କରିବା ପାଇଁ ମେଡିକାଲରେ ଲମ୍ବା ଲାଇନ୍‌ ଲାଗୁଛି। ଲୋକଙ୍କ ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଏବେ ବୈଜ୍ଞାନିକମାନେ ଏକ ସହଜ ଉପାୟ ବାହାର କରିଛନ୍ତି। ଏବେ ଆପଣ ଘରେ ବସି ମଧ୍ୟ କରୋନା ଟେଷ୍ଟ କରିପାରିବେ। ରିପୋର୍ଟ ମୁତାବକ ଆମେରିକାର ଫୁଡ୍‌ ଆଣ୍ଡ ଡ୍ରଗ ଆଡମିନିଷ୍ଟ୍ରେସନ୍‌ ପ୍ରଥମ ସେଲ୍ଫ କୋଭିଡ୍‌ ଟେଷ୍ଟ କିଟ୍‌କୁ ମଞ୍ଜୁରୀ ଦେଇଛନ୍ତି। ଏହାର ବିଶେଷତ୍ୱ ହେଉଛି ଏହି କିଟ୍‌ ମାତ୍ର ୩୦ ମିନିଟ୍‌ରେ ପଜିଟିଭ୍‌ କି ନେଗେଟିଭ୍‌ର ରିପୋର୍ଟ ଦେବ। ଏନେଇ ଆମେରିକାର ଫୁଡ୍‌ ଆଣ୍ଡ ଡ୍ରଗ୍‌ ଆଡମିନିଷ୍ଟ୍ରେସନ୍‌ ସୂଚନା ଦେଇଛି।

ଏହି ଟେଷ୍ଟ କିଟ୍‌କୁ ଲ୍ୟୁକିରି ହେଲ୍‌ଥ ସଂସ୍ଥା ତିଆରି କରିଛି। ଏହି କିଟ୍‌ ମାଧ୍ୟମରେ ଆପଣ ନିଜ ନାକରୁ ସ୍ୱାବ୍‌ ସାମ୍ପଲ ନେଇ ଟେଷ୍ଟ କରିପାରିବେ। ଆମେରିକାର ଫୁଡ୍‌ ଆଣ୍ଡ ଡ୍ରଗ୍‌ ଆଡମିନିଷ୍ଟ୍ରେସନ୍‌ ମୁତାବକ ୧୪ ବର୍ଷ କିମ୍ବା ତା ଠାରୁ ଊର୍ଦ୍ଧ୍ୱ ବୟସ୍କ ଲୋକ ଏହି କିଟ୍‌ ମାଧ୍ୟମରେ କରୋନା ଯାଞ୍ଚ କରିପାରିବେ। ଏହାଠୁ କମ୍‌ ବୟସର ଲୋକଙ୍କ ଟେଷ୍ଟ ପାଇଁ ସାମ୍ପଲ ସ୍ୱାସ୍ଥ୍ୟ କର୍ମୀ ହିଁ ନେବେ।

କରୋନା ଟେଷ୍ଟ ପାଇଁ ସ୍ୱାସ୍ଥ୍ୟକର୍ମୀଙ୍କୁ ଘର ଘର ବୁଲିବାକୁ ପଡ଼ୁଥିଲା। ଏଣୁ ସେମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିଲେ। ଏଥିରୁ ମୁକ୍ତି ପାଇବାକୁ ସେମାନେ ଏହି କିଟ୍‌ ତିଆରି କରିବାକୁ ଚିନ୍ତା କରିଥିଲେ ଓ ଏବେ ଏଥିରେ ସଫଳ ହୋଇଛନ୍ତି। ଏହି କିଟ୍‌ ମାତ୍ର ୩୦ ମିନିଟ୍‌ରେ ରେଜଲ୍ଟ ଦେଉଥିବାରୁ ଲୋକଙ୍କ ପାଇଁ ବେଶ୍‌ ଲାଭକାରୀ ହେବ ବୋଲି କମ୍ପାନୀ ତରଫରୁ କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.