ଆପଲ ସହ ମିଶି ରୁଷର ହଜାର ହଜାର ଆଇଫୋନକୁ ହ୍ୟାକ କରୁଛି ଆମେରିକା!

ଆଇଫୋନ ହ୍ୟାକ କରୁଛି ଆମେରିକା। ଆପଲ ସହ ମିଶି ରୁଷର ହଜାର ହଜାର ଆଇଫୋନକୁ ହ୍ୟାକ କରୁଛି । ରାଷ୍ଟ୍ରଦୂତ ଓ ବରିଷ୍ଠ ଅଧିକାରୀଙ୍କ ହେଉଛି ତଥ୍ୟ ଚୋରି । ଏପରି ଅଭିଯୋଗ ଆଣିଛି ରୁଷ ଫେଡେରାଲ ତଦନ୍ତ ଏଜେନ୍ସୀ। ତେବେ ଏନେଇ ଏଜେନ୍ସି ପକ୍ଷରୁ କୌଣସି ତଥ୍ୟ ଦିଆଯାଇନି ।

ଆଇଫୋନ ହ୍ୟାକ କରୁଛି ଆମେରିକା। ଆପଲ ସହ ମିଶି ରୁଷର ହଜାର ହଜାର ଆଇଫୋନକୁ ହ୍ୟାକ କରୁଛି । ରାଷ୍ଟ୍ରଦୂତ ଓ ବରିଷ୍ଠ ଅଧିକାରୀଙ୍କ ହେଉଛି ତଥ୍ୟ ଚୋରି । ଏପରି ଅଭିଯୋଗ ଆଣିଛି ରୁଷ ଫେଡେରାଲ ତଦନ୍ତ ଏଜେନ୍ସୀ। ତେବେ ଏନେଇ ଏଜେନ୍ସି ପକ୍ଷରୁ କୌଣସି ତଥ୍ୟ ଦିଆଯାଇନି।

ରୁଷ ସାଇବର ସୁରକ୍ଷା ଫାର୍ମ କାସ୍ପରସକୀ ଲ୍ୟାବ ଅନୁଯାୟୀ ଜଣେ ଲ୍ୟାବ କର୍ମଚାରୀଙ୍କ ଆଇଫୋନରେ ଫାଇଲ ଚୋରି ମାଲେଓ୍ଵୟର ଇନଷ୍ଟଲ କରାଯାଇଥିଲା । ଆପଲର ପୁରୁଣା ଅପରେଟିଂ ସିଷ୍ଟମ ବ୍ୟବହାର କରୁଥିବା କର୍ମଚାରୀଙ୍କ ଫୋନରୁ ଏହି ମାଲେଓ୍ଵୟର ମିଳିଛି । ହ୍ୟାକିଂର ଆରମ୍ଭ ଏକ ଆଇମେସେଜରୁ ହୋଇଥିଲା । ମାତ୍ର ୟୁଜର୍ସର କୌଣସି ସମ୍ପୃକ୍ତି ନଥିଲା ।

ରୁଷରେ ଯେଉଁମାନଙ୍କ ଫୋନ ହ୍ୟାକ ହୋଇଛି ସେମାନେ ରାଷ୍ଟ୍ରଦୂତ ଓ ବରିଷ୍ଠ ଅଧିକାରୀ । ଏହା ସହ ରୁଷରେ ଅବସ୍ଥାପିତ ଚୀନ ଓ ଇସ୍ରାଏଲର ବରିଷ୍ଠ ଅଧିକାରୀଙ୍କ ଫୋନ ମଧ୍ୟ ହ୍ୟାକ ହୋଇଛି । ତେବେ ଆପଲ ପକ୍ଷରୁ ରୁଷର ଅଭିଯୋଗକୁ ଖଣ୍ଡନ କରାଯାଇଛି। କମ୍ପାନି କେବେ କୌଣସି ସରକାରଙ୍କ ସହ ମିଶି କାମ କରିନି କି କୌଣସି ଭୁଲ ଜିନିଷ ଇନଷ୍ଟଲ କରାଯାଇନି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.