‘ତୁରନ୍ତ ପାକିସ୍ତାନ ଛାଡ଼ ନଚେତ କେଉଁଠି ଲୁଚିଯାଅ’, ନିଜ ନାଗରିକଙ୍କ ପାଇଁ ସତର୍କତା ଜାରି କଲା ଆମେରିକା

‘ଅପରେସନ ସିନ୍ଦୁର’ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି । ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କାଶ୍ମୀର (PoK)ରେ ଆତଙ୍କବାଦୀ ଶିବିର ଉପରେ ସଫଳ ଆକ୍ରମଣ ପରେ ଆମେରିକା ପାକିସ୍ତାନରେ ଥିବା ନିଜ ନାଗରିକଙ୍କ ପାଇଁ ଏକ ସୁରକ୍ଷା ସତର୍କତା ଜାରି କରିଛି ।
ଆମେରିକୀୟ ଦୂତାବାସ ନାଗରିକମାନଙ୍କୁ ଯୁଦ୍ଧ ଚାଲିଥିବା ଅଞ୍ଚଳ, ବିଶେଷକରି ଭାରତ-ପାକିସ୍ତାନ ସୀମାନ୍ତ ଓ ନିୟନ୍ତ୍ରଣ ରେଖା (LoC) ନିକଟବର୍ତ୍ତୀ ଅଞ୍ଚଳ ଛାଡିବାକୁ ପରାମର୍ଶ ଦେଇଛି । ଏହା ସହ ଲାହୋର ଓ ପାକିସ୍ତାନର ପଞ୍ଜାବ ପ୍ରଦେଶରୁ ତୁରନ୍ତ ବାହାରିବା ପାଇଁ ଆମେରିକୀୟ ନାଗରିକଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
US issues alert for Lahore; asks its citizens to leave or seek shelter pic.twitter.com/Av0V8nb0p0
— Prosenjit (@mitrapredator) May 8, 2025
ଆମେରିକା ଦୂତାବାସ ପାକିସ୍ତାନରେ ଥିବା ନାଗରିକଙ୍କ ପାଇଁ ଆଡଭାଇଜରୀ ଜାରି କରିଛି । ଡ୍ରୋନ ଆକ୍ରମଣ ହେଉଥିବା ସ୍ଥାନ ଛାଡ ନଚେତ କେଉଁଠି ଲୁଚିଯାଅ ବୋଲି କହିଛି ।
Also Read : ରାୱଲପିଣ୍ଡି କ୍ରିକେଟ ଷ୍ଟାଡିୟମ ଉପରେ ଡ୍ରୋନ ଆକ୍ରମଣ, କିଛି ସମୟରେ ହୋଇଥାନ୍ତା ମ୍ୟାଚ୍