ନାବାଳକଙ୍କ ସହ ଯୈାନ ଶୋଷଣ ମାମଲାରେ ଅଭିଯୁକ୍ତକୁ ୬୦୦ ବର୍ଷ ଜେଲ୍ ଦଣ୍ଡ ଦେଲେ ଆମେରିକାର ଏକ କୋର୍ଟ

ଆଲାବାମା : ବର୍ଷ ବର୍ଷ ଧରି ନାବାଳକଙ୍କ ସହ ଅପ୍ରାକୃତିକ ଯୈାନ ସମ୍ପର୍କ ରଖିଥିବା ଜଣେ ୩୨ ବର୍ଷ ବୟସ୍କ ବ୍ୟକ୍ତିକୁ ଆମେରିକାର ଏକ କୋର୍ଟ ଶୁକ୍ରବାର ୬୦୦ ବର୍ଷ ଜେଲ୍ ଦଣ୍ଡ ଦେଇଥିବା ଜଣାଯାଇଛି । ଅଭିଯୁକ୍ତର ନାମ ମାଥ୍ୟୁ ଟାୟଲର ମିଲର(୩୨) ।
କୋର୍ଟ ତାକୁ ପ୍ରଥମେ ଏକ ଦୁଷ୍କର୍ମ ମାମଲାରେ ଆଜୀବନ ଜେଲ୍ ଦଣ୍ଡ ଦେଇଥିଲେ । ମାତ୍ର ପରେ ସେ ଏକାଧିକ ଯୈାନ ସମ୍ବନ୍ଧ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ କୋର୍ଟ ତାକୁ ୬୦୦ ବର୍ଷ ଜେଲ୍ ଦଣ୍ଡ ଦେଇଥିଲେ । ମିଲର କୋର୍ଟରେ ନିଜର ଦୋଷ ସ୍ୱୀକାର କରିଛି ।
ମିଲର ୨୦୧୪ ରୁ ୨୦୧୯ ମଧ୍ୟରେ ୪ ବର୍ଷରୁ ୧୪ ବର୍ଷ ଭିତରେ ଏକାଧିକ ନାବାଳକଙ୍କ ସହ ଦୁଷ୍କର୍ମ କରିଥିଲା ବୋଲି ଏଫ୍ବିଆଇ ଏଜେଣ୍ଟ ଜୋନି ସାର୍ପ କୋର୍ଟରେ ତାଙ୍କ ଷ୍ଟେଣମେଣ୍ଟ ଦେଇଥିଲେ । ତଦନ୍ତ ବେଳେ ମିଲରର ମୋବାଇଲ୍ରୁ ୧୦୨ ଟି ଅଶ୍ଲୀଳ ଫଟୋ ଦେଖିବାକୁ ମିଳିଥିଲା । ଏକ