ବୋଇଂ-737 MAX ଜେଟ ବିମାନ ଉପରୁ ପ୍ରତିବନ୍ଧକ ହଟାଇଲା ଆମେରିକା, ପୁଣିଥରେ ଉଡାଣ ଭରିବାକୁ ପ୍ରସ୍ତୁତ

737 MAX ବିମାନ ଉଡାଣ ପାଇଁ ବୋଇଂ କମ୍ପାନୀକୁ ଅନୁମତି ଦେଇଛନ୍ତି ଆମେରିକାର ଫେଡେରାଲ୍‌ ଆଭିଏସନ୍‌ ଆଡମିନିଷ୍ଟ୍ରେସନ୍‌ (FAA)। ଦୁଇଟି ଦୁର୍ଘଟଣା ପରେ କମ୍ପାନୀ ପ୍ରାୟ ଦୁଇ ବର୍ଷଧରି ବିଶ୍ୱସ୍ତରୀୟ ନିୟାମକମାନଙ୍କ ସହିତ କର୍ପୋରେଟ ଉତ୍ତେଜନା ଏବଂ ଅଘଟଣର ସମ୍ମୁଖୀନ ହୋଇଥିଲା। ଭାରତୀୟ ନିୟାମକ ଡିଜିସିଏ ବୋଇଂ 737 MAX ବିମାନକୁ ଭାରତୀୟ ଆକାଶରେ ଉଡିବାକୁ ଅନୁମତି ଦେବା ପୂର୍ବରୁ FAA ର ନିଷ୍ପତ୍ତିକୁ ଅଧ୍ୟୟନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ସେହିପରି ବାଣିଜ୍ୟିକ ବିମାନ ଚଳାଚଳ ଆରମ୍ଭ କରିବା ପୂର୍ବରୁ ବୋଇଂର FAAର ବ୍ୟାପକ ସଫ୍ଟ ୱେୟାର ଅପଗ୍ରେଡ ସହିତ ପ୍ରଶିକ୍ଷଣରେ ମଧ୍ୟ କେତେକ ପରିବର୍ତ୍ତନ କରିବାକୁ ପଡିବ। ତେବେ ପ୍ରାୟ ୨୦ ମାସ ପର୍ଯ୍ୟନ୍ତ ବାଣିଜ୍ୟିକ ଉଡାଣ ଇତିହାସରେ ଦୀର୍ଘ ସମୟ ଧରି ବୋଇଂ ବିମାନ ଉଡି ପାରିନଥିଲା।

boeing2

ସୂଚନାନୁଯାୟୀ ୨୦୧୮ ଏବଂ ୨୦୧୯ ମସିହାରେ ଇଣ୍ଡୋନେସିଆ ଏବଂ ଇଥିଓପିଆରେ ପାଞ୍ଚ ମାସ ବ୍ୟବଧାନରେ 737 MAX ଦୁର୍ଘଟଣା ଘଟିଥିଲା ଯେଉଁଥିରେ ୩୪୬ ଲୋକ ପ୍ରାଣ ହରାଇଥିଲେ। ଏହାପରେ ଅନେକ ତଦନ୍ତ ହୋଇଥିଲା ଏବଂ ଆମେରିକୀୟ କମ୍ପାନୀଗୁଡିକ ଗ୍ଲୋବାଲ ଆଭିଏସନ ଲିଡରଙ୍କ ଟାର୍ଗେଟରେ ଆସିଥିଲେ ଓ ବୋଇଙ୍ଗ କମ୍ପାନୀକୁ ପ୍ରାୟ ଦେଢ଼ ଲକ୍ଷ କୋଟି ଟଙ୍କା ହରାଇବାକୁ ପଡିଥିଲା। ତେବେ ପ୍ରତିବନ୍ଧକ ହଟିବା ପରେ ଆମେରିକାର ବିମାନ ଉତ୍ପାଦନକାରୀ କମ୍ପାନୀର ଏହି ବେଷ୍ଟ ସେଲିଙ୍ଗ ଜେଟ୍‌ କରୋନା କାଳ ମଧ୍ୟରେ ବ୍ୟବସାୟିକ ସେବାକୁ ପୁନଃସ୍ଥାପନ କରିବ ବୋଲି ଜଣାଯାଇଛି।

Leave A Reply

Your email address will not be published.