ଦେଶ ବିଦେଶ

ୟୁକ୍ରେନ୍‌ ଅଞ୍ଚଳରେ ପଶି ରୁଷ୍‌ ନଷ୍ଟ କଲା ଆମେରିକାର ମିଲିଟାରୀ ବୋଟ୍‌, ବୋଟ୍‌ରେ ଥିଲେ ଜେଲେନ୍‌ସ୍କିଙ୍କ ଯବାନ

ୟୁକ୍ରେନ୍‌ ସହ ଯୁଦ୍ଧ ଭିତରେ ରୁଷୀୟ ଏୟାରଫୋର୍ସ ସ୍ନେକ୍‌ ଆଇଲାଣ୍ଡରେ ଆମେରିକାର ଏକ ମିଲିଟାରୀ ବୋଟ୍‌କୁ ନଷ୍ଟ କରିଦେଇଛି। ହାଇ ସ୍ପିଡ୍‌ର ଏହି ମିଲିଟାରୀ ବୋଟ୍‌ରେ ୟୁକ୍ରେନ୍‌ର ସୈନିକମାନେ ଥିଲେ। ରୁଷୀୟ ପ୍ରତିରକ୍ଷା ମନ୍ତ୍ରାଳୟ ଏହି ଘୋଷଣା କରିଛି। ଭାରତୀୟ ସମୟ ଅନୁସାରେ, ଏହି ଘଟଣା ଦ୍ୱିପ୍ରହର ୧ଟା ୩୦ରେ ଘଟିଛି।

ବ୍ଲାକ୍‌ ସିରେ ସ୍ନେକ୍‌ ଆଇଲାଣ୍ଡ ହେଉଛି ୟୁକ୍ରେନ୍‌ର ଅଞ୍ଚଳ। ଏହା ପୂର୍ବରୁ ବ୍ଲାକ୍‌ ସି ଫ୍ଲିଟ୍‌ର Su-30 ବିମାନ (ରୁଷୀୟ ବିମାନ) ୟୁକ୍ରେନ ବୋଟ୍‌କୁ ଟାର୍ଗେଟ୍‌ କରିଥିଲା। କିଛି ଦିନ ତଳେ ୟୁକ୍ରେନ୍‌ର ସାମୁଦ୍ରିକ ଡ୍ରୋନ୍‌ ଦ୍ୱାରା Novorossiyskରେ ଆକ୍ରମଣ କରାଯାଇଥିଲା। ରୁଷୀୟ ନାଭାଲ୍‌ ଶିପ୍‌ Olenegorsky Gornyak ଉପରେ ମଧ୍ୟ ଆକ୍ରମଣ କରାଯାଇଥିଲା।

ବିଗତ ୨ ମାସ ହେବ ବ୍ଲାକ୍‌ ସିରେ ୟୁକ୍ରେନ୍‌ ନାଭାଲ୍‌ ଏବଂ ଡ୍ରୋନ୍‌ ଆକ୍ରମଣ ତିନି ଗୁଣା ବୃଦ୍ଧି କରିଛି। ସେପଟେ ମସ୍କୋର ନର୍ଥ େଓ୍ଵଷ୍ଟ୍‍ ସୀମା ସଂଲଗ୍ନ କ୍ରାସ୍‌ନୋଗୋରସ୍କରେ ଭୀଷଣ ଧ୍ୱଂସାବଶେଷ ଘଟିଛି।

କ୍ରାସ୍‌ନୋଗୋରସ୍କରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ ଦ୍ୱାରା ଆବାସୀୟ ବିଲ୍ଡିଂ କ୍ଷତିଗ୍ରସ୍ତ ହୋଇଛି। ୟୁକ୍ରେନ୍‌ ଡ୍ରୋନ୍‌ ସହ ଧକ୍କା ଯୋଗୁ ଆପାର୍ଟମେଣ୍ଟ ଝରକାଗୁଡ଼ିକର କାଚ ଭାଙ୍ଗିଯାଇଛି। ବିଲ୍ଡିଂ ପାଖରେ ଥିବା ଶହ ଶହ ଗାଡ଼ି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଡ୍ରୋନ୍‌ ଦ୍ୱାରା ହୋଇଥିବା ବିସ୍ଫୋରଣ ପରେ କ୍ରାସ୍‌ନୋଗୋରସ୍କରେ ଆତଙ୍କର ମାହୋଲ ରହିଛି।

Roshni

Recent Posts

ପତ୍ନୀ ହୋଇ ରହିଲେ ମାସକୁ ୫ ହଜାର ଟଙ୍କା ଦେବି, ବୋହୂକୁ ଏମିତି ଅଫର ଦେଲା ଶଶୁର

ପତ୍ନୀ ହୋଇ ରହିଲେ ମାସକୁ ୫ ହଜାର ଟଙ୍କା ଦେବି । ଶଶୁରଙ୍କ ଏଭଳି କଥାରେ ଥାନାରେ ପହଞ୍ଚିଛି ବୋହୂ…

20 mins ago

ଯୁବକ ଗିଳିଦେଲେ ଛୁଞ୍ଚି, ଲୁହା କଣ୍ଟା ଓ ନଟ-ବୋଲ୍ଟ, ମାନସିକ ସ୍ତରରେ ଦୁର୍ବଳ ହୋଇ କଲେ ଏମିତି କାଣ୍ଡ

ରାଜସ୍ଥାନ ଜୟପୁରସ୍ଥିତ ଏସଏମଏସ ସରକାରୀ ଡାକ୍ତରଖାନାର ଡାକ୍ତରମାନେ ଲେପ୍ରୋସ୍କୋପି ସାହାଯ୍ୟରେ ଜଣେ ଯୁବକଙ୍କର ଅପରେସନ୍ କରିଛନ୍ତି ଏବଂ ଯୁବକଙ୍କ ପେଟରୁ…

21 mins ago

୧୦ ଟଙ୍କିଆ ଥଣ୍ଡା ପାନୀୟ ଭିତରୁ ବାହାରିଲା କଣ୍ଡୋମ୍: ଆଶ୍ଚର୍ଯ୍ୟ ଲାଗୁଛି ନା, କିନ୍ତୁ ଘଟଣାଟି ସତ

ମୋହନା(କେନ୍ୟୁଜ) : ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବଢ଼ିବାରେ ଲାଗିଥିବାବେଳେ ଗଜପତି ଜିଲ୍ଲାରେ ମଧ୍ୟ ଅସହ୍ୟ ଗରମ ଅନୁଭୂତ ହେଉଛି…

52 mins ago

ପୁଣି ବିରୋଧୀଙ୍କ ଉପରେ ବର୍ଷିଲେ ପାଣ୍ଡିଆନ୍, କହିଲେ ଚାଷୀଙ୍କ ପାଇଁ କିଛି କରିନି ବିଜେପି

ଭୁବନେଶ୍ୱର (କେନ୍ୟୁଜ): ବିଜେପି ଉପରେ ପୁଣି ବର୍ଷିଲେ କାର୍ତ୍ତିକ ପାଣ୍ଡିଆନ୍ । କେନ୍ଦ୍ରରେ ଦଶ ବର୍ଷ କ୍ଷମତାରେ ରହିବା ସତ୍ତ୍ବେ…

1 hour ago

ସେଣ୍ଟ୍ରାଲ ବ୍ୟାଙ୍କରେ ଖାଲିପଡିଛି ଅନେକ ପଦବୀ, ଇଣ୍ଟରଭ୍ୟୁରେ ହେବ ଚୟନ

ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏହା ଅନୁଯାୟୀ ବ୍ୟାଙ୍କରେ ବିଭିନ୍ନ ପଦବୀ…

1 hour ago

ପ୍ରଶାନ୍ତ ଜଗଦ୍ଦେବ ଅସୁସ୍ଥ, SCB ମେଡିକାଲରେ ଭର୍ତ୍ତି

କଟକ (କେନ୍ୟୁଜ): କଟକ scb ବଡ଼ ମେଡିକାଲରେ ଭର୍ତ୍ତି ହେଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ।  ସ୍ୱାସ୍ଥ୍ୟ ଅବସ୍ଥା ଖରାପ…

2 hours ago