ଇରାନ ଉପରେ ଆମେରିକା କଲା ସାଇବର ଆଟାକ୍, ଖୁବଶୀଘ୍ର ଦୁଇ ଦେଶ ହୋଇପାରନ୍ତି ଯୁଦ୍ଧ ମୁହାଁ

ଆମେରିକା: କିଛିଦିନ ତଳେ ଇରାନ ସେନା ତରଫରୁ ଆମେରିକାର ମାନବ ବିହୀନ ଗୁଇନ୍ଦା ଡ୍ରୋନ ଖସାଇବା ପରେ ଆକ୍ରମଣାତ୍ମକ ହୋଇପଡିଛି ଆମେରିକା ଓ ପ୍ରତିବଦଳରେ ଇରାନର ମିସାଇଲ ନିୟନ୍ତ୍ରଣ ପ୍ରଣାଳୀ ଓ ଏକ ଗୁଇନ୍ଦା ନେଟୱର୍କକୁ ସାଇବର ଆଟାକ୍ କରିଛି। ଆମେରିକାର ଖବର କାଗଜ ୱାସିଂଟନ ପୋଷ୍ଟ ଏହି ଖବର ପ୍ରକାଶ କରିଛି। ଖବର କାଗଜରେ ଲେଖାଯାଇଛି ଯେ, ଆକ୍ରମଣରେ ଇରାନର ରକେଟ ଓ ମିସାଇଲ ପ୍ରଶିକ୍ଷଣରେ ବ୍ୟବହାର ହେଉଥିବା କମ୍ପ୍ୟୁଟର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। କିନ୍ତୁ ଆମେରିକାର ରକ୍ଷା ମନ୍ତ୍ରୀ ଏପର୍ଯ୍ୟନ୍ତ ଖବର କାଗଜରେ ପ୍ରକାଶିତ ତଥ୍ୟକୁ ସତ୍ୟ ବୋଲି ପ୍ରମାଣିତ କରିନାହାନ୍ତି। ୟାହୁ ଦୁଇ ପୂର୍ବତନ ଗୁଇନ୍ଦା ଅଧିକାରୀଙ୍କୁ କହିଛି ଯେ, ଆମେରିକା ଯୁଦ୍ଧ ଜାହାଜକୁ ନଜର ରଖୁଥିବା ଏକ ଗୁଇନ୍ଦା ସମୂହକୁ ନିଶାନା କରିଥିଲା । ଆମେରିକାର ଅଭିଯୋଗ ହେଲା ଇରାନ ଏହି ଜାଗାରେ ହିଁ ଦୁଇଥର ତେଲ ଟ୍ୟାଙ୍କର ଉପରେ ଆକ୍ରମଣ କରିଥିଲା।

ଇରାନର ପରମାଣୁ ସୌଦାରେ ଆମେରିକାକୁ ବାଦ ଦେବା ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି। ଗୁରୁବାର ଦିନ ଇରାନ ଆମେରାକାର ଏକ ଡ୍ରୋନକୁ ଖସାଇଦେଇଥିଲା। ଡ୍ରୋନଟି ଇରାନର ବାୟୂ କ୍ଷେତ୍ର ଉଲଂଘନ କରିଥିବାରୁ ଇରାନ ଏହାକୁ ତଳକୁ ଖସାଇ ଥିବା ନେଇ ଦାବି କରିଥିଲା। ଡ୍ରେନଟିକୁ ଆକ୍ରମଣ କରିବା ପରେ ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ ଇରାନ ଉପରେ ଆକ୍ରମଣ କରିବା କଥା କହିଥିଲେ ପରେ ଆକ୍ରମଣ କଥାକୁ ବାଦ ଦେଇଥିଲେ ।

ଏହା ପୂର୍ବରୁ ଅର୍ଥାତ ଶନିବାର ଦିନ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ ସୋମବାର ଠାରୁ ଇରାନ ଉପରେ ବଡ ପ୍ରତିବନ୍ଧକ ଲଗାଯିବ। ଟ୍ରମ୍ପ୍ କହିଥିଲେ ଯଦି ଇରାନ ପରମାଣୁ ଅସ୍ତ୍ର ତିଆରି କରିବା ବନ୍ଦ କରିଦବ ତେବେ ସେ ଆମେରିକାର ଉତ୍ତମ ବନ୍ଧୁ ହୋଇପାରିବ।

ଟ୍ରମ୍ପ୍ ଟ୍ବିଟ କରି କହିଛନ୍ତି ‘ଆମେ ଇରାନ ଉପରେ ସେମବାର ଠାରୁ ବଡ ପ୍ରତିବନ୍ଧକ ଲଗାଇବାକୁ ଯାଉଛୁ’ । ଏହା ମଧ୍ୟ କହିଛନ୍ତି ‘ମୁଁ ସେହି ଦିନକୁ ଅପେକ୍ଷା କରିଛି ଯେପର୍ଯ୍ୟନ୍ତ ଇରାନ ଉପରୁ ପ୍ରତିବନ୍ଧକ ନଉଠିଯାଇଛି ଓ ସେ ପୁଣିଥରେ ଉତ୍ପାଦକ ଏବଂ ସାମୂଦ୍ରିକ ଦେଶ ହୋଇ ସାହଯ୍ୟ କରିବ। ଏହା ଯେତେ ଶୀଘ୍ର ହେବ ସେତେ ଉତ୍ତମ ହେବ’। ସେହିପରି ଇରାନ ଶନିବାର ଦିନ କହିଥିଲା ଯେ, ଯଦି ଆମେରିକା ତା ଉପରକୁ ଆକ୍ରମଣ କରେ ତେବେ ତାର ଜବାବୀ ଆକ୍ରମଣ କରାଯିବ।

 

You might also like