କରୋନା ଭାଇରସ୍‌ ଭୟ : ଭାରତରେ ୧୬ ମାର୍ଚ୍ଚରୁ ଭିସା ଦେବା ବନ୍ଦ କଲା ଆମେରିକା

ନୂଆଦିଲ୍ଳୀ: ବିଶ୍ୱରେ ଦ୍ରୁତ ଗତିରେ ବଢ଼ୁଥିବା କରୋନା ଭାଇରସ୍‌କୁ ଦୃଷ୍ଟିରେ ରଖି ସବୁ ରାଷ୍ଟ୍ର ସତର୍କତା ଅବଲମ୍ବନ କରୁଛନ୍ତି । କରୋନା ପାଇଁ ଭାରତରେ ଥିବା ଆମେରେକୀୟ ଦୁତାବାସ ଓ ବାଣିଜ୍ୟ ଦୁତାବାସ ମଧ୍ୟ ସମସ୍ତ ଭିସା ବ୍ୟବସ୍ଥାକୁ ବନ୍ଦ କରିଛନ୍ତି ।

ମାର୍ଚ୍ଚ ୧୬ ତାରିଖରୁ ପ୍ରବାସୀ ଓ ଅପ୍ରବାସୀ ସମସ୍ତ ଭିସା ବ୍ୟବସ୍ଥା ବନ୍ଦ ରହିବ ବୋଲି ଆମେରିକା ମିଶନ ଇଣ୍ଡିଆ ପ୍ରକାଶ କରିଛି । କରୋନା ପ୍ରଭାବ ପାଇଁ ଏଭଳି ପଦକ୍ଷେପ ନିଆଗଲା ବୋଲି ବୋଲି ଆମେରିକା ମିଶନ ଇଣ୍ଡିଆ ପ୍ରକାଶ କରିଛି । ଆମେରିକାରେ ଥିବା ଭାରତୀୟ ଦୁତାବାସ ମଧ୍ୟ ଭାରତୀୟ ଛାତ୍ରଙ୍କ ପାଇଁ ଏକ ନିର୍ଦ୍ଦେଶନାମା ଜାରି କରିଛି । ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ଏହି ନିର୍ଦ୍ଦେଶନାମା ଜାରି ରହିବ ବୋଲି ଆମେରିକା  ମିଶନ୍‌ ଇଣ୍ଡିଆ ପ୍ରକାଶ କରିଛି ।

visa-2

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ୍‌ କରୋନା ପାଇଁ ଆବଶ୍ୟକୀୟ ଦୃଢ଼ ପଦକ୍ଷେପ ନେବାକୁ ସମସ୍ତ ରାଜ୍ୟକୁ ନିର୍ଦ୍ଦେଶ ଦେବାସହ କରୋନା ମୁକାବିଲା ପାଇଁ ୫୦ କୋଟି ଡଲାର ବିପଦକାଳୀନ ଅର୍ଥ ମଞ୍ଜୁର କରିଛନ୍ତି ।

ପ୍ରକାଶ ଯୋଗ୍ୟ ଯେ ଶୁକ୍ରବାର ରାତି ସୁଦ୍ଧା ଆମେରିକାରେ ପ୍ରାୟ ୨ ହଜାର କରୋନା ମାମଲା ଆସିଥିବାରୁ ବିଦେଶରୁ ଆସୁଥିବା ସମସ୍ତ ଜାହଜ ଉପରେ ଟ୍ରମ୍ପ ସରକାର ରୋକ ଲଗାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.