ଉଡନ୍ତା ବିମାନକୁ ଧ୍ୱଂସ କରିବା ପାଇଁ ଲେଜର ଅସ୍ତ୍ର ପ୍ରୟୋଗ କଲା ଆମେରିକୀୟ ନୌସେନା, ଦେଖନ୍ତୁ ଭିଡିଓ

ଆମେରିକାର ନୌସେନା ଏକ ହାଇ-ଏନର୍ଜି ଲେଜର ଅସ୍ତ୍ରର ସଫଳ ପରୀକ୍ଷଣ କରିଛି, ଯାହା ଉଡନ୍ତା ବିମାନକୁ ନଷ୍ଟ କରିଦେବାର କ୍ଷମତା ରଖିଛି। ଏହି ପରୀକ୍ଷଣ ପ୍ରଶାନ୍ତ ମହାସାଗରର ଏକ ଯୁଦ୍ଧ ଜାହାଜରେ କରାଯାଇଛି। ଯାହାର ଭିଡିଓ ଏବଂ ଫଟୋ ଜାରି କରାଯାଇଛି ବୋଲି ସୂଚନା ରହିଛି।

ଗତ ୨୦୨୦ ମାର୍ଚ ୧୬ ତାରିଖ ଦିନ ଲେଜର୍ ଅସ୍ତ୍ର ପ୍ରୟୋଗ କରି ସେମାନେ ଗୋଟାଏ ଉଡ଼ନ୍ତା ଉଡ଼ାଜାହାଜ ଖସାଇ ଦେଇଥିଲେ ବୋଲି କହିଛନ୍ତି। ଏ ସଂକ୍ରାନ୍ତରେ ଏକ ପ୍ରେସ୍ ଏବଂ ଭିଡିଓ ରିଲିଜ୍ କରିଛି ୟୁଏସ୍ ପାସିଫିକ୍ ଫ୍ଲିଟ୍। ଆମେରିକୀୟ ଯୁଦ୍ଧ ପୋତ ୟୁଏସ୍ଏସ୍ ପୋର୍ଟଲାଣ୍ଡ୍ ରୁ ଏକ ଲେଜର୍ ଫାୟାର୍-ପାୱାର୍ ଟେକ୍ନୋଲଜି ବ୍ୟବହାର କରି ସମୁଦ୍ର ମଧ୍ୟକୁ ଗୋଟାଏ ଉଡ଼ନ୍ତା ଅନ୍ମ୍ୟାନ୍ଡ୍ ଏରିଏଲ୍ ଭେଇକ୍ଲ୍ ବା ‘ୟୁଏଭି’ ଖସାଇ ଦେଇଛି।

ନୌସେନା ଏହି ଲେଜର ଅସ୍ତ୍ର ବିଷୟରେ କୌଣସି ତଥ୍ୟ ପ୍ରଦାନ କରିନାହିଁ। ଇଣ୍ଟରନେସନାଲ ଇନଷ୍ଟିଚ୍ୟୁଟ ଫର ଷ୍ଟାଟାଜିକ ଷ୍ଟଡିଜର ୨୦୧୮ରେ ଏକ ରିପୋର୍ଟରେ କୁହାଯାଇଥିଲା କି, ଏହି ଲେଜର ଅସ୍ତ୍ରର ପାଓ୍ଵାର ୧୫୦ କିଲୋଓ୍ଵାଟ ହୋଇପାରେ। ଏଠାରେ ପ୍ରକାଶଯୋଗ୍ୟ କି, ୧୯୬୦ ମସିହାରୁ ଲେଜର୍ ଅସ୍ତ୍ର ଉପରେ ଗବେଷଣା ଚଳାଇ ଆସୁଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.