ମୋଦିଙ୍କୁ ମିଳିଲା ଆମେରିକାର ପ୍ରତିଷ୍ଠିତ ‘Legion of Merit’ ସମ୍ମାନ, ଟ୍ରମ୍ପ କଲେ ସମ୍ମାନିତ

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଓ ଆମେରିକା ମଧ୍ୟରେ ଥିବା ସମ୍ପର୍କକୁ ଆହୁରି ମଜବୁତ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆମେରିକାର ପ୍ରତିଷ୍ଠିତ ‘ଲିଜନ୍ ଅଫ୍ ମେରିଟ୍’ ଆଓ୍ୱାର୍ଡ ସମ୍ମାନରେ ସମ୍ମାନିତ କରିଛନ୍ତି। ଆମେରିକାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ତରଣଜିତ ସଙ୍ଘୁ ମୋଦିଙ୍କ ତରଫରୁ ଏହି ସମ୍ମାନ ଗ୍ରହଣ କରିଛନ୍ତି ।

ଲିଜନ୍ ଅଫ୍ ମେରିଟ୍ ଆମେରିକାର ସବୁଠାରୁ ସମ୍ମାନସ୍ପଦ ପୁରସ୍କାର ମଧ୍ୟରୁ ଅନ୍ୟତମ । ଯାହାକୁ କୌଣସି ଆମେରିକୀୟ ସୈନ୍ୟ ଅଫିସର, ଦେଶ ପାଇଁ କିଛି ଭଲ କାମ କରିଥିବା ବ୍ୟକ୍ତି ବା ଅନ୍ୟ ଦେଶର ପ୍ରମୁଖଙ୍କୁ ପ୍ରଦାନ କରାଯାଏ ।


ଆମେରିକାର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ରବର୍ଟ ଓବ୍ରାୟନ ନିଜ ଟ୍ୱଟରେ ଉଲ୍ଲେଖ କରିଛନ୍ତି ଯେ, ଟ୍ରମ୍ପ ଭାରତୀୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଲିଜନ୍ ଅଫ୍ ମେରିଟ ସମ୍ମାନରେ ସମ୍ମାନିତ କରିଛନ୍ତି । ମୋଦି ଯେପରି ଭାବେ ଭାରତକୁ ବିଶ୍ୱସ୍ତରରେ ପହଁଚାଇଛନ୍ତି ଓ ଆମେରିକା ସହ ସମ୍ପର୍କକୁ ମଜବୁତ କରିଛନ୍ତି ତାହା ମହତ୍ତ୍ୱପୂର୍ଣ୍ଣ । ତେଣୁ ମୋଦିଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଉଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ୟତୀତ ଏହି ସମ୍ମାନ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ ଓ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଂଜୋ ଆବେଙ୍କୁ ପ୍ରଦାନ କରାଯାଇଛି । ପୂର୍ବରୁ ମୋଦିଙ୍କୁ ରୁଷ, ସାଉଦି ଆରବ, ୟୁଏଇ, ଫିଲିସ୍ତାନ ଏବଂ ମାଳଦ୍ବୀପ ସମତେ ଅନ୍ଯ ଦେଶରେ ସର୍ବୋଚ୍ଚ ସମ୍ମାନ ମିଳିସାରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.