ଆମେରିକା ବାୟୁସେନା ଏକାଡେମୀ କାର୍ଯ୍ୟକ୍ରମରେ ଅଘଟଣ, ମଞ୍ଚରେ ଖସି ପଡ଼ିଲେ ରାଷ୍ଟ୍ରପତି ଜୋ ବାଇଡେନ୍‌

ଆମେରିକା ବାୟୁସେନା ଏକାଡେମୀର କାର୍ଯ୍ୟକ୍ରମରେ ଅଘଟଣ। ମଞ୍ଚରେ ଖସି ପଡ଼ିଲେ ଆମେରିକା ରାଷ୍ଟ୍ରପତି । ଗୋଡ଼ ଖସି ଯିବାରୁ ପଡ଼ିଲେ ଜୋ ବାଇଡେନ୍‌ ।ଏହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି ।

ନୂଆଦିଲ୍ଲୀ : ମଞ୍ଚରେ ଖସି ପଡ଼ିଲେ ଆମେରିକା ରାଷ୍ଟ୍ରପତି । ଗୋଡ଼ ଖସି ଯିବାରୁ ପଡ଼ିଲେ ଜୋ ବାଇଡେନ୍‌ । ଆମେରିକା କଲରାଡୋରେ ବାୟୁସେନା ଏକାଡେମୀର ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ । ସେଠାରେ ଚାଲିବା ବେଳେ ଅଚାନକ ଷ୍ଟେଜ୍‌ ଉପରେ ଗୋଡ଼ ଖସି ଯାଇଥିଲା । ପଡ଼ିଯାଇଥିଲେ ବାଇଡେନ । ପାଖରେ ଥିବା ସୁରକ୍ଷା ଗାର୍ଡ ତାଙ୍କୁ ଉଠାଇଥିଲେ ।

ଏହାପରେ ନିଜ ସିଟକୁ ଯାଇଥିଲେ ଆମେରିକା ରାଷ୍ଟ୍ରପତି । ଏହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି । ଭିଡିଓରେ ଦେଖିବାକୁ ମିଳିଛି ପଡ଼ିବା ପରେ ଉଠି ନିଜେ ଚାଲି ଯାଉଛନ୍ତି ବାଇଡେନ୍‌ । ତାଙ୍କର କୌଣସି କ୍ଷତି ହୋଇନି । ରାଷ୍ଟ୍ରପତି ଠିକ୍‌ ଥିବା ହ୍ଵାଇଟ୍‌ ହାଉସ୍‌ ପକ୍ଷରୁ କୁହାଯାଇଛି । ଏହି ଘଟଣା ପରେ ପାଖାପାଖି ଦେଢ଼ଘଣ୍ଟା ଯାଏ କାର୍ଯ୍ୟକ୍ରମରେ ଠିଆ ହୋଇଥିଲେ ବାଇଡେନ୍‌ । ସେ ହ୍ୟାଣ୍ଡସେକ୍‌ କରିବାକୁ ଯିବା ବେଳେ ଷ୍ଟେଜରେ ଏକ କଳା ରଙ୍ଗର ସ୍ୟାଣ୍ଡବ୍ୟାଗ ଦେଖିବାକୁ ମିଳିଛି । ଯେଉଁଥିରେ ଝୁଣ୍ଟି ବାଇଡେନ୍‌ ଖସି ପଡ଼ିଥିଲେ । ୮୦ ବର୍ଷୀୟ ଜୋ ବାଇଡେନ୍‌ ଆମେରିକାର ସବୁଠୁ ବୟସ୍କ ରାଷ୍ଟ୍ରପତି ।

 

Leave A Reply

Your email address will not be published.