ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ

ବ୍ରିଟେନର ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ମୃତ୍ୟୁ ପରେ ରାଜ ପରିବାରରେ ଶୋକର ଛାୟା ଖେଳିଯାଇଛି। ରାଣୀଙ୍କ ମୃତ୍ୟୁ ପରେ ଦେଶର ଅନେକ ସ୍ଥାନରେ ଲୋକମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। ବ୍ରିଟେନର ରାଣୀ ଏଲିଜାବେଥ୍ ଦ୍ୱିତୀୟ ଗୁରୁବାର ବିଳମ୍ବିତ ରାତି ୧୧:୧୫ ରେ ମୃତ୍ୟୁ ବରଣ କରିଛନ୍ତି।

ସେ ୯୬ ବର୍ଷ ବୟସରେ ସ୍କଟଲ୍ୟାଣ୍ଡର ବାଲମୋରାଲ ଦୁର୍ଗରେ ରହୁଥିଲେ, ଯଦିଓ ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ସେ ଏହି ଦୁର୍ଗରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ରାଣୀଙ୍କ ମୃତ୍ୟୁ ପରେ, ତାଙ୍କ ଅନ୍ତିମ ସଂସ୍କାର ପାଇଁ ବ୍ରିଟେନରେ ପ୍ରସ୍ତୁତି ଚାଲିଛି। ବ୍ରିଟେନ୍‌ ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ମୃତ୍ୟୁ ପରେ ପ୍ରଥା ଅନୁଯାୟୀ ତାଙ୍କ ବଡ଼ ପୁଅ ଚାର୍ଲ୍ସ ହେବେ ରାଜା। ତେବେ କେବଳ ଅପେକ୍ଷା ଆନୁଷ୍ଠାନିକ ଘୋଷଣା ଏବଂ ରୀତିନୀତି ପରମ୍ପରାକୁ।

ବର୍ତ୍ତମାନ ଶୋକ ସମୟ ମଧ୍ୟରେ ରାଣୀ ଏଲିଜାବେଥଙ୍କ ଅନ୍ତିମ ସଂସ୍କାର ପରେ ହିଁ ଚାର୍ଲ୍ସଙ୍କୁ ଦେଶର ରାଜା ଭାବେ ଘୋଷିତ କରାଯିବ। ଏନେଇ ସମସ୍ତ ରାଜକୀୟ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି। ୯୬ ବର୍ଷ ବୟସରେ ଏଲିଜାବେଥ ଦ୍ୱିତୀୟଙ୍କ ମୃତ୍ୟୁ ହେବା ପରେ ବ୍ରିଟେନରେ ୧୦ ଦିନ ପାଇଁ ଶୋକ ପାଳନ କରାଯିବା । ଏହାପରେ ରାଣୀଙ୍କୁ ସମାଧି ଦେବାର ସମସ୍ତ ରାଜକୀୟ କାର୍ଯ୍ୟ କରାଯିବ। ତେବେ ଆଜି ଏଲିଜାବେଥଙ୍କ ଚାରି ସନ୍ତାନଙ୍କ ମଧ୍ୟରୁ ରାଣୀଙ୍କ ଜ୍ୟେଷ୍ଠ ପୁତ୍ର ଚାର୍ଲ୍ସଙ୍କୁ ଆନୁଷ୍ଠାନିକ ଭାବରେ ରାଜା ଘୋଷିତ ହୋଇଛନ୍ତି। ୭୩ ବର୍ଷ ବୟସରେ, ସେ ହେବେ ବ୍ରିଟିଶ ଇତିହାସରେ ସିଂହାସନରେ ବସିଥିବା ସବୁଠାରୁ ବୟସ୍କ ଉତ୍ତରାଧିକାରୀ।

ତେବେ ବ୍ରିଟେନର ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାରରେ ଆମେରିକାର ରାଷ୍ଟ୍ରପତି ଜୋ ବିଡେନ ଯୋଗଦେବେ ବୋଲି କହିଛନ୍ତି। ତେବେ ଏହି ବିଷୟରେ ବିସ୍ତୃତ ଭାବରେ କିଛି ସୂଚନା ଆସିନାହିଁ, କିନ୍ତୁ ସେ ରାଣୀଙ୍କ ଅନ୍ତିମ ସଂସ୍କାରରେ ଯିବେ ବୋଲି ବିଡେନ ଶୁକ୍ରବାର ଦିନ ଓହିଓର କଲମ୍ବସ ଅନ୍ତର୍ଜାତୀୟ ବିମାନବନ୍ଦରରେ ଗଣମାଧ୍ୟମକୁ କହିଛନ୍ତି।

ସେ କହିଛନ୍ତି ଯେ ସେ ଏପର୍ଯ୍ୟନ୍ତ ମହାରାଜା ଚାର୍ଲ୍ସ କିଙ୍ଗଙ୍କ ସହ କଥା ହୋଇନାହାଁନ୍ତି। ସେ କହିଥିଲେ ମୁଁ ସେମାନଙ୍କୁ ଜାଣେ। ମୁଁ ଏପର୍ଯ୍ୟନ୍ତ ତାଙ୍କ ସହ କଥାବାର୍ତ୍ତା କରି ନାହିଁ। ଏହି ସମୟରେ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ରାଣୀ ଏଲିଜାବେଥଙ୍କ ଦେହାନ୍ତରେ ସମବେଦନା ଜଣାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.