ବାଇଡେନଙ୍କ ପୁଅ ଦେହଜୀବୀଙ୍କ ପାଇଁ ଉଡାଇଛନ୍ତି କୋଟି କୋଟି ଟଙ୍କା, ଲିକ୍ ହେଲା ଇମେଲ୍

ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ନେଇ ଯେତିକି ଚର୍ଚ୍ଚା ଚାଲିଥିଲା ଏବେ ଆମେରିକାର ରାଷ୍ଟ୍ରପତିଙ୍କ ପୁଅଙ୍କୁ ନେଇ ସେତିକି ଚର୍ଚ୍ଚା। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପୁଅ ହଣ୍ଟର ବାଇଡେନଙ୍କ ଲିକ୍ ଇ-ମେଲକୁ ନେଇ ଏବେ ଚର୍ଚ୍ଚା । ମିଡିଆ ରିପୋର୍ଟ୍ସରେ କୁହାଯାଇଛି ଯେ ହଣ୍ଟର ଦେହଜୀବୀ, ଡ୍ରଗ୍ସ ଓ ବିଳାସପୂର୍ଣ୍ଣ ଗାଡି ଉପରେ ଲକ୍ଷ ଲକ୍ଷ ଆମେରିକୀୟ ଡଲାର ଖର୍ଚ୍ଚ କରିଦେଇଛନ୍ତି । ଏହି ଖୁଲାସାରେ ଏହା ମଧ୍ୟ କୁହାଯାଇଛି ଯେ ପିତାଙ୍କ ପଦବୀ ପରେ ମଧ୍ୟ ସେ ଭୁଲ୍ କାମ କରିବାକୁ ସଂକୋଚ କରୁନାହାନ୍ତି।

ଡେଲି ମେଲରେ ପ୍ରକାଶିତ ଖବର ଅନୁସାରେ, ହଣ୍ଟରଙ୍କ ଲାପଟରୁ ଏକ୍ସପର୍ଟଙ୍କ ଜରିଆରେ ୧୦୩,୦୦୦ ଟେକ୍ସ୍ଟ ମେସେଜ, ୧୫୪,୦୦୦ ଇମେଲ୍, ୨ ହଜାରରୁ ଅଧିକ ଫଟୋ ମିଳିଛି ଯେଉଁଥିରେ ଆଶ୍ଚର୍ଯ୍ଯ କରିଦେବା ଭଳି ତଥ୍ୟ ସାମ୍ନାକୁ ଆସିଛି । ତେବେ ଯେଉଁ ସମୟରେ ଚାଟ୍ ଓ ମେଲ୍ ଲିକ୍ ହୋଇଛି ସେ ସମୟରେ ଜୋ ବାଇଡେନ ଆମେରିକାର ରାଷ୍ଟ୍ରପତି ନଥିଲେ । ରିପୋର୍ଟରେ କୁହାଯାଇଛି ଯେ ଅନେକ ଫଟୋ, ଡକ୍ୟୁମେଣ୍ଟ, ଇମେଲ୍ ଓ ଅନ୍ୟ ଚାଟର ଯାଞ୍ଚରୁ ଜଣାପଡିଛି ଯେ, ୨୦୧୩ରୁ ୨୦୧୬ ପର୍ଯ୍ୟନ୍ତ ହଣ୍ଟର ନିଜକୁ କରଜରେ ବୁଡାଇ ଦେଇଥିଲେ । କୋଟି କୋଟି ଆୟ ସତ୍ତ୍ୱେ ଅଯଥା ଖର୍ଚ୍ଚ ଓ ବିଜନେସ ଡିଲ୍ ରଦ୍ଦ ହେବା ଯୋଗୁଁ ଏମିତି ହୋଇଥିଲା ।

ଦସ୍ତାବିଜରେ ଖୁଲାସା ହୋଇଛି କି ସେ ୨୦୧୪ରେ ପୋର୍ଚେ ଓ ଏକ ଅଡି ୨୦୧୮ରେ ଫୋର୍ଡ ରେପ୍ଟର ଟ୍ରକ୍ ଓ ୮୦,୦୦୦ ଡଲାରର ଏକ ବୋଟ୍,  ରେଞ୍ଜ ରୋଭର, ଲ୍ୟାଣ୍ଡ ରୋଭର, ବିଏମଡବ୍ଲୁ ଓ ଶେବରଲେ ଟ୍ରକ୍ ସହିତ ଅନେକ ବିଳାସପୂର୍ଣ୍ଣ ଗାଡି ଏକାଠି କିଣିଥିଲେ ।

ହଣ୍ଟର ୨୦୧୮ରେ ଜଣେ ମହିଳାଙ୍କୁ ‘ସ୍ୱିଟହାର୍ଟ’ ’ଲଭ୍’ କହି ଟେକ୍ସଟ କରିଥିଲେ । ଏଥିରେ ୟୁକ୍ରେନର ଏହି ମହିଳାଙ୍କ ମାଙ୍କ ଘରର ଭଡା ଦେବା କଥା କୁହାଯିବା ସହ ପ୍ଲେନର ଟିକେଟ୍ କିଣିବା କଥା ମଧ୍ୟ କୁହାଯାଇଛି । ୨୦ ଫେବୃୟାରୀ ୨୦୧୯ରେ ହଣ୍ଟର ଡାଏନା ପଗାନୋ ନାମକ ଜଣେ ମହିଳାଙ୍କ ସହିତ ଟେକ୍ସ୍ଟ ମେସେଜ କରିଥିଲେ । ଏହି ମହିଳା ଅନ୍ୟ ମହିଳାଙ୍କୁ ଉବର ଜରିଆରେ କନେକ୍ଟିଭିଟିର ନ୍ୟୁ ହେଭେନରେ ଇଣ୍ଟରଙ୍କ ହୋଟେଲ ରୁମ ମଧ୍ୟ ଯାଇଥିଲେ । କେବଳ ଏମିତି ନୁହେଁ, ହଣ୍ଟର ବାଇଡେନଙ୍କ ଡ୍ରଗ୍ସ ଚାଟ୍ ମଧ୍ୟ ରହିଛି। ଏହାଛଡା ହଣ୍ଟରଙ୍କ ବିରୋଧରେ ଏକ ମାମଲାର ଯାଞ୍ଚ ଫେଡେରାଲ ଏଜେନ୍ସୀ କରୁଛି।

Leave A Reply

Your email address will not be published.