ଆମେରିକା ଭାରତକୁ ଦେଲା ଏକ ବଡ ଝଟକା, ୧୫ଟି କମ୍ପାନୀର ବ୍ୟବସାୟ ଉପରେ ଲାଗିଲା ପ୍ରତିବନ୍ଧକ

ଆମେରିକା ରୁଷର ସାମରିକ ଶିଳ୍ପ ପ୍ରତିଷ୍ଠାନ ଗୁଡିକୁ ସମର୍ଥନ କରୁଥିବା ଅଭିଯୋଗରେ ଭାରତର ୧୫ ଟି କମ୍ପାନୀ ସମେତ ୨୭୫ ଲୋକଙ୍କ ଉପରେ ଆମେରିକା ପ୍ରତିବନ୍ଧକ ଲଗାଇଛି । ଆମେରିକାର ଅର୍ଥ ବିଭାଗ କହିଛି ଚୀନ, ସୁଇଜରଲ୍ୟାଣ୍ଡ ,ଥାଇଲାଣ୍ଡ, ଏବଂ ତୁର୍କୀର କମ୍ପାନୀ ଉପରେ ମଧ୍ୟ ପ୍ରତିବନ୍ଧକ ଲଗା ଯାଇଛି । ଏହାସହ ରୁଷର ପ୍ରତିରକ୍ଷା ମନ୍ତ୍ରାଳୟର ଅନେକ ବରିଷ୍ଠ ଅଧିକାରୀ ଏବଂ ପ୍ରତିରକ୍ଷା କମ୍ପାନୀ ଉପରେ ମଧ୍ୟ କଟକଣା ଜାରି କରାଯାଇଛି ।
ଏହାର କାରଣ କିଛି କମ୍ପାନୀ ଗୁଡିକ ରୁଷିଆକୁ ଉନ୍ନତ ଜ୍ଞାନ କୌଶଳ,ଟେକ୍ନୋଲୋଜି,ଯନ୍ତ୍ରପାତି ଯୋଗାଉଛନ୍ତି । କିନ୍ତୁ ରୁଷ ଏହାକୁ ଯୁଦ୍ଧ କ୍ଷେତ୍ରରେ ବ୍ୟବହାର କରୁଛି । ଅର୍ଥ ବିଭାଗ ଏକ ତାଲିକା ପ୍ରକାଶ କରିଛନ୍ତି ଯାହାକି ଭାରତରେ ରହିଥିବା କମ୍ପାନୀର ନାମ ରହିଛି । ସେ ଗୁଡିକ ହେଲା ଅଭୟ ଟେକ୍ନୋଲୋଜି,ସରଭିସେସ ପ୍ରାଇଭେଟ ଲିମିଟେଡ ,ଡାନଭାସ ସରଭିସେସ ଲିମିଟେଡ, ଗାଲାକ୍ସି ବିୟରିଙ୍ଗ ଲିମିଟେଡ୍, ଅରବିଟ ଫ୍ରିଣ୍ଟ୍କଡ ଏଲ ଏଲ ପି, ଇନୋଭିଓ ଭେନଚରସ, କେଡିଜି ଅଞ୍ଜିନିୟରିଙ୍ଗ ପ୍ରାଇଭେଟ ଲିମିଟେଡ ,ଖୁସବୋ ହୋନିଙ୍ଗ ପ୍ରାଇଭେଟ ଲିମିଟେଡର ନାମ ସାମିଲ ଅଛି ।

ଏମାନଙ୍କ ବ୍ୟତିତ ଲୋକେଶ ମେସିନ ଲିମିଟେଡ ,ପଏଣ୍ଟର ଇଲେକ୍ଟୋନିସ, ଆର ଜି ଇଞ୍ଜିନିୟରିଂ ଟେକ୍ନୋଲୋଜି ପ୍ରାଇଭେଟ ଲିମିଟେଡ ,ସାର୍ପଲାଇନ ଅଟୋମେସନ ପ୍ରାଇଭେଟ ଲିମିଟେଡ , ଶୌର୍ଯ୍ୟ ଏରୋନେଟିକ୍ସ ପ୍ରାଇଭେଟ ଲିମିଟେଡ ,ଶ୍ରୀଜି ଇମ୍ପେକ୍ସ ପ୍ରାଇଭେଟ ଲିମିଟେଡ , ଶ୍ରୋୟା ଲାଇଫ ସାଇନ୍ସ ପ୍ରାଇଭେଟ ଲିମିଟେଡ ,ନିଶିଦ୍ଧ ତାଲିକାରେ ସ୍ଥାନ ପାଇଛନ୍ତି । ଏହା ପୁର୍ବରୁ ଆମେରିକା ବୁଧବାର ୟୁକ୍ରେନ ର ବିରୁଦ୍ଧରେ ରୁଷର ଯୁଦ୍ଧକୁ ପ୍ରୋତ୍ସାହନ ଦେଇଥିବାରୁ ୪୦୦ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କ ଉପରେ କଟକଣା ଘୋଷଣା କରାଯାଇଥିଲା ।

ଡେପୁଟି ଟ୍ରେଜେରି କହିଛନ୍ତି ଆମେରିକା ଏବଂ ଆମରି ସହଯୋଗୀ ମାନେ ୟୁକ୍ରେନ ବିରୋଧରେ ଏକ ଯୁଦ୍ଧ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଉପକରଣ ଏବଂ ଟେକ୍ନୋଲୋଜିର ପ୍ରବାହକୁ ରୋକିବା ପାଇଁ ବିଶ୍ବରେ କାର୍ଯାନୁଷ୍ଠାନ ଗ୍ରହଣ କରିବେ । ସେ କହିଛନ୍ତି ରୁଷର ଯୁଦ୍ଧଯନ୍ତ୍ରକୁ ସମର୍ଥନ କରିବା ତଥା ଆମର ପ୍ରତିବନ୍ଧକ ତଥା ରପ୍ତାନୀ ନିୟନ୍ତ୍ରଣ ଏଡାଇ ଏହାକୁ ସାହାଯ୍ୟ କରୁଥିବା ଲୋକଙ୍କୁ ଅଟକାଇବା ପାଇଁ ଆମେ ସ୍ଥିର କରିଛୁ । ଆମେରିକା ବିଭାଗ ମଧ୍ୟ ତୃତୀୟ ପକ୍ଷ ଦେଶରେ ପ୍ରତିବନ୍ଧକ ଛାଡ ଏବଂ ଠକେଇକୁ ଟାର୍ଗେଟ କରିଛି ।

ଏଥିମଧ୍ୟରେ ଚାଇନା ଭିତିକ ଅନେକ କମ୍ପାନୀ ସାମିଲ ଅଛନ୍ତି । ଯାହା ରୁଷିଆର ସାମରିକ ଶିଳ୍ପର ଆବଶକତା ପୁରଣ କରିବାରେ ସାହାଯ୍ୟ କରିଥାଏ । ଆମେରିକା ରୁଷ ରକ୍ଷା ମନ୍ତ୍ରାଳୟର କୌଣସି ବଡ ଅଧିକାରୀ ଓ ରକ୍ଷା କମ୍ପାନୀ ତଥା ରୁଷର ଭବିଷ୍ୟତ ଶକ୍ତି ଉତ୍ପାଦନ ଓ ରପ୍ତାନୀ କୁ ସମର୍ଥନ କରୁଥୁବୀ ପ୍ରତିରକ୍ଷା କରୁଥିବା ମନ୍ତ୍ରଣାଳୟର ଅନେକ ବରିଷ୍ଠ ଅଧିକାରୀ ଏବେ ପ୍ରତିରକ୍ଷା କମ୍ପାନୀ ଉପରେ ଆମେରିକା ପ୍ରତିବନ୍ଧକ ଲଗାଇଛନ୍ତି ।

You might also like