ୟୁଏସ୍‌ ରିପୋର୍ଟ : ଆତଙ୍କବାଦ ର ବିନାଶ ପାଇଁ କୌଣସି କାର୍ଯ୍ୟାନୁଷ୍ଠାନ ନେଉନି ପାକିସ୍ତାନ

ବର୍ତ୍ତମାନ ଦିନକୁ ଦିନ ସବୁ ଦେଶରେ କିଛି ନା କିଛି ଅସୁବିଧା ଦେଖିବାକୁ ମିଳୁଛି। ଯାହା କି କୋଭିଡ ଆସିବା ପରଠାରୁ ଦେଖାଯାଇଛି କିନ୍ତୁ ଏହାରି ଭିତରେ ବି ଆତଙ୍କବାଦୀମାନେ ମଧ୍ୟ ନିଜର ଯୋଜନା ବନେଇବାରେ ଲାଗିଛନ୍ତି । ଯାହା ଉପରେ କଡା ନଜର ରଖୁଛନ୍ତି ପ୍ରାୟ ସବୁ ଦେଶ କିନ୍ତୁ ଏହି ଆତଙ୍କବାଦ ର ଆରମ୍ଭ ଯେଉଁଠୁ ହୋଇଛି ତାକୁ ମୂଳରୁ ଖତମ କରିବା ପାଇଁ ଚାହୁଁଛନ୍ତି ଶକ୍ତିଶାଳୀ ଦେଶମାନେ। ତେଣୁ ଆତଙ୍କବାଦୀଙ୍କ ଉପରେ ସବୁବେଳେ ନିଜର ତିଖ୍ଣ ନଜର ରଖୁଥିବା ଦେଶ ଆମେରିକା ଆତଙ୍କବାଦୀର କାର୍ଯ୍ୟକଳାକୁ ନେଇ ପାକିସ୍ତାନକୁ ଦୋଷ ଦେଇଛି ।

ଆମେରିକା ବୈଦେଶିକ ବିଭାଗ , ଆତଙ୍କବାଦ ଉପରେ ଏକ ବାର୍ଷିକ ରିପୋର୍ଟ ପ୍ରସ୍ତୁତ କରିଛି । ଯେଉଁ ରିପୋର୍ଟରେ ପାକିସ୍ତାନ କୁ ଆମେରିକା କଡା ଜବାଜ ଦେଇଛି । ଆମେରିକା ବୈଦେଶିକ ବିଭାଗ, କଂଗ୍ରେସକୁ କହିଛି ଯେ ପାକିସ୍ତାନ ନିଜ ଅଞ୍ଚଳ ଠାରୁ ବାହାରେ ଥିବା ସବୁ ସକ୍ରିୟ ଆତଙ୍କବାଦୀ ସମୂହକୁ ଶେଷ କରିବାରେ ବିଫଳ ହୋଇଛି । ଗତ ଗୁରୁବାର ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ବୈଦେଶିକ ବିଭାଗ ଏହା କହିଛି ଯେ ପାକିସ୍ତାନ,ଆକଙ୍କବାଦ ର ମୁକାବଲା କରିବା ପାଇଁ ୨୦୧୫ ମସିହାରେ ରାଷ୍ଟ୍ରୀୟ କାର୍ଯ୍ୟ ଯୋଜନା ର ସବୁଠାରୁ କଠିନ ସୋପାନ ଉପରେ ବେଶି କିଛି କରି ପାରି ନାହିଁ ।

Terror
Picture Credit – DTNext

ଲାହୋର ର ଏକ ଆତଙ୍କବାଦ ବିରୋଧୀ ଅଦାଲତ ଫେବୃୟାରୀ ଓ ନଭେମ୍ବର ମାସରେ ଲକ୍ସର –ଇ-ତୈବା ର ସଂସ୍ଥାପକ ହାଫିଜ ସଇଦ କୁ ଅନେକ ସ୍ଥାନରେ ଘଟିଥିବା ବିସ୍ଫୋରଣ ପାଇଁ ଦୋଷୀ ସାବ୍ୟସ୍ତ କରିଥିଲା ଏବଂ ତାକୁ ପାଞ୍ଚ ବର୍ଷ ଓ ୬ ମାସ ଜେଲ ହୋଇଥିଲା । ତେବେ ଆମେରିକା ବୈଦେଶିକ ବିଭାଗ କହିଛି ଯେ ସେହି ସମୟରେ ପାକିସ୍ତାନ ଜୈସ-ଓ-ମୋହମ୍ମଦ ର ସଂସ୍ଥାପକ ମସୁଦ ଅଜହର ଓ ଲକ୍ସର ର ସାଜିଦ ମୀର ଭଳ ଅନ୍ୟ ଆତଙ୍କବାଦୀ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରିନଥିଲା । ଯେଉଁମାନେ କି ୨୦୦୮ ମସିହାରେ ହୋଇଥିବା ମୁମ୍ବାଇ ଆତଙ୍କବାଦୀ ବିସ୍ଫୋରଣର ସଡଯନ୍ତ୍ରରେ ସାମିଲ ଥିଲେ ।

ସିନ୍ଧ୍‌ ଉଚ୍ଚନ୍ୟାୟଳୟ ୨୦୦୨ ରେ ଆମେରିକା ପତ୍ରକାର ଡାନିଏନ ପର୍ଲ ଙ୍କର ଅପହରଣ ଓ ହତ୍ୟା ପାଇଁ ଉମର ଶେଖ ଓ ତିନି ଶହ ସଡଯନ୍ତ୍ରକାରୀଙ୍କୁ ୨୦୦୨ ରେ ଦିଆଯାଇଥିବା ଦଣ୍ଡକୁ ଅପ୍ରେଲମାସକୁ ଘୁଞ୍ଚାଇ ଦେଇଥିଲା । ତେବେ ରିପୋର୍ଟରେ କୁହାଯାଇଛି ଯେ ପାକିସ୍ତାନ ର ସର୍ବୋଚ୍ଚ ନ୍ୟାୟାଳୟ, ସିନ୍ଧ ଉଚ୍ଚ ନ୍ୟାୟଳୟ ଅପ୍ରେଲ ମାସକୁ ଘୁଞ୍ଚାଯାଇଥିବା ଏହି ନିଷ୍ପତି କୁ ସମର୍ଥନ କରିଥିଲା । ଆମେରିକା ବୈଦେଶିକ ବିଭାଗ ଏହା ମଧ୍ୟ କହିଛି ଯେ ପାକିସ୍ତାନ ଜୈସ୍‌ ସଂସ୍ଥାପକ ଓ ସଂଯୁକ୍ତ ରାଷ୍ଟ୍ର ଦ୍ୱାରା ଘୋଷିତ ଆତଙ୍କବାଦୀ ସମୂହ ଅଜହର ଓ ୨୦୦୮ରେ ହୋଇଥିବା ମୁମ୍ବାଇ ଆଟାକ ର ପ୍ରୋଜେକ୍ଟ ମ୍ୟାନେଜର ସାଜିଦ ମୀର ଭଳି ଅନ୍ୟ ଜଣାଶୁଣା ଦୁର୍ଦ୍ଦାନ୍ତ ଆତଙ୍କବାଦୀଙ୍କ ବିପକ୍ଷରେ କୌଣସି କାର୍ଯ୍ୟାନଷ୍ଟାନ ନେଇ ନାହିଁ ।

ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ପାକିସ୍ତାନ ଆଫଗାନିସ୍ତାନ ରେ ଶାନ୍ତି ପ୍ରତିଷ୍ଠା କରିବା ପ୍ରକ୍ରିୟାରେ ରେ ସକାରାତ୍ମକ ଯୋଗଦାନ ଦେଇଛି । ଯେମିତିକି ତାଲିବାନ କୁ ହିଂସା କମ କରିବା ପାଇଁ ପ୍ରୋତ୍ସାହନ ଦେବା । ପାକିସ୍ତାନ ୨୦୨୦ ମସିହାରେ ନିଜର ଫାଇନାନ୍ସିଆଲ ଆକ୍ସନ ଟ୍ୟାକ୍ସ ଫୋର୍ସ(ଏଫଏଟିଏଫ) କାର୍ଯ୍ୟ ଯୋଜନା କୁ ପୁରା କରିବାରେ ଆଗେଇଛି କିନ୍ତୁ ହୋଇଥିବା ସବୁ କର୍ଯ୍ୟ ଯୋଜନା କୁ ପୁରା କରିନାହିଁ ଓ ଏଫଏଟିଏଫ ର ଗ୍ରେ ସୁଚି ରେ ହିଁ ରହିଛି ।