ଭାରତ ଗସ୍ତରେ ଆମେରିକା ବୈଦେଶିକ ସଚିବ ମାଇକ୍ ପୋମ୍ପିିଓ, ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଓ ପ୍ରଧାନମନ୍ତ୍ରୀଙ୍କୁ କରିବେ ସାକ୍ଷାତ
ନୂଆଦିଲ୍ଲୀ : ଆମେରିକା ବୈଦେଶିକ ସଚିବ ମାଇକ୍ ପୋମ୍ପିିଓ ଭାରତ ଗସ୍ତରେ ଆସିଛନ୍ତି । ଇରାନ୍ ଓ ଆମେରିକା ମଧ୍ୟରେ ଉତ୍ତେଜନା ଲାଗି ରହିଥିବା ବେଳେ ପୋମ୍ପିିଓଙ୍କ ଏଭଳି ଭାରତ ଗସ୍ତ ବହୁ ଗୁରୁତ୍ୱ ବହନ କରୁଛି । ସେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବେ । ଏହି ସାକ୍ଷାତକାର ସମୟରେ ଆତଙ୍କବାଦ ସମସ୍ୟା, ଇରାନ୍ରୁ ତୈଳ ଆମଦାନୀ ଏବଂ ଆଣ୍ଟି ଏୟାରକ୍ରାଫ୍ଟ ସିଷ୍ଟମ S-400 ପ୍ରସଙ୍ଗରେ ଆଲୋଚନା କରିବ ଭାରତ । ଋଷ ଠାରୁ S-400 କିଣିବାକୁ ଭାରତ ଉଦ୍ୟମ କରୁଥିବା ବେଳେ ଏହାକୁ ବିରୋଧ କରୁଛି ଆମେରିକା । ତେଣୁ ଏହି ଆଲୋଚନା ଭାରତ ପାଇଁ ବହୁ ଗୁରୁତ୍ୱ ବହନ କରୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ପାଳିର ଏହା ଭାରତ-ଆମେରିକା ପ୍ରଥମ ଅଧିକାରୀ ସ୍ତରୀୟ ଆଲୋଚନା ।