ଆମେରିକା ଆଫଗାନିସ୍ତାନର ଆଇଏସଆଇଏସ ଆତଙ୍କବାଦୀଙ୍କ ବଡ ଯୋଜନାକୁ ପଣ୍ଡ କଲା ଆମେରିକା । ରବିବାର କିଛି ଆତଙ୍କବାଦୀ ଏକ କାରରେ ବିମାନବନ୍ଦର ଅଭିମୁଖେ ଯାଉଥିଲେ । ଆମେରିକା ସଠିକ୍ ଏୟାରଷ୍ଟ୍ରାଇକ୍ କରି କାରକୁ ଟାର୍ଗେଟ କରିଥିଲା । ଆମେରିକା ସେନା ଏନେଇ ସୂଚନା ଦେଇଛି ।
ଆମେରିକା କାବୁଲ ବିମାନବନ୍ଦରର ଉତ୍ତରପୂର୍ବ ଅଞ୍ଚଳରେ ରକେଟ୍ ଆକ୍ରମଣ କରିଥିଲା । ଅନେକ ଗାଡି ଧ୍ୱସ୍ତ ହୋଇଯାଇଛି । କିଛି ଘର ଓ ଗଛ ମଧ୍ୟ ଭାଙ୍ଗିଛି । ଆକ୍ରମଣରେ ଆତଙ୍କବାଦୀ ମରିଥିବା ଆମେରିକା ଦାବି କରିଛି । କାରରେ ଥିବା ବିସ୍ଫୋରକ ପାଇଁ ବଡ ବିସ୍ଫୋରଣ ହୋଇଥିଲା ବୋଲି ଆମେରିକା କହିଛି।
ୟୁଏସ ସେଣ୍ଟ୍ରାଲର ମୁଖପାତ୍ର କ୍ୟାପ୍ଟେନ୍ ବିଲ୍ ଅର୍ବାନ କହିଛନ୍ତି ଯେ, ଆମେରିକା ସୈନ୍ୟ କାବୁଲରେ ଆଉ ଏକ ବିସ୍ଫୋରଣ ପୂର୍ବରୁ ବିସ୍ଫୋରକ ଭର୍ତ୍ତି କାରକୁ ଡ୍ରୋନ୍ ଆକ୍ରମଣ କରି ଉଡାଇ ଦେଇଛି । ଫଳରେ ଏକ ବଡ ବିପଦ ଟଳିଯାଇଛି । କାରରେ ବହୁ ପରିମାଣରେ ବିସ୍ଫୋରକ ସାମଗ୍ରୀ ଥିବା ନେଇ ସଙ୍କେତ ମିଳିଥିଲା ।