କୋଭିଡ-୧୯: ଆମେରିକା ସର୍ଜନ ଜେନେରାଲଙ୍କ ଚେତାବନୀ, ଆଗାମୀ ସପ୍ତାହ ଅତ୍ୟନ୍ତ ଜଟିଳ ଏବଂ ୯/୧୧ ଭଳି ପରିସ୍ଥିତ ଉପୁଜିବ

କରୋନାର ପ୍ରକୋପ ସମଗ୍ର ବିଶ୍ୱରେ ବଢିବାରେ ଲାଗିଛି । ଏହାମଧ୍ୟରେ ଆମେରିକାରୁ ଏକ ଚେତାବନୀପୂର୍ଣ୍ଣ ଖବର ମିଳିଛି । ଆମେରିକାର ସଜର୍ନ ଜେନେରାଲ ଜୋରାମ ଏଡମ୍ସ କହିଛନ୍ତି କି, ଆଗାମୀ ସପ୍ତାହ ବହୁତ ଦୁଃଖଦ ହେବାକୁ ରହିଥିବା ବେଳେ କରୋନା ସଂକଟ ଯୋଗୁଁ ୯/୧୧ଆକ୍ରମଣ ଭଳି ପରିସ୍ଥିତି ଦେଖାଦେବ ।

surgeon

କରୋନା ଭାଇରସ ଯୋଗୁଁ ଆଗାମୀ ସପ୍ତାହ ଆମେରିକାବାସୀଙ୍କ ପାଇଁ ଅତ୍ୟନ୍ତ ଜଟିଳ ରହିବ । ଏଠିକାର କରୋନା ସଂକ୍ରମିତଙ୍କ ସଂଖ୍ୟା ତିନି ଲକ୍ଷ ପାର କରିସାରିଲାଣି । ଏହାଛଡା ମୃତୁକଙ୍କ ସଂଖ୍ୟା ୯ ହଜାର ପାଖାପାଖି ହେଲାଣି ।

covid-19

ଖବର ମୁତାବକ, ଆଡମ୍ସ କହିଛନ୍ତି, ଆଗକୁ ପର୍ଲ ହାର୍ବର ଏବଂ ୯/୧୧ ଭଳି ପରିସ୍ଥିତି ଦେଖାଦେବ । ଏହା ସମଗ୍ର ଆମେରିକାରେ ହେବ । ଆମେରିକାବାସୀ ଏହାକୁ ବୁଝିବା ଦରକାର । ଆମେରିକାର ଅଧିକାଂଶ ମଧ୍ୟମ ଶ୍ରେଣୀର ଲୋକ ଏହି ଭାଇରସ କବଳରେ ରହିଛନ୍ତି । କିନ୍ତୁ ଆମେରିକାର କିଛି ରାଜ୍ୟର ଲୋକଙ୍କୁ ଘରେ ରହିବା ଆଦେଶ ଦେବାକୁ ସରକାର ମନା କରିଦେଇଛନ୍ତି । ଆଡମ୍ସ କହିଛନ୍ତି, ୯୦ ପ୍ରତିଶତ ନାଗରିକ ନିଜର ଦାୟିତ୍ୱ ନିର୍ବାହ କରିଛନ୍ତି । ସଚେତନ ରହିଲେ ହିଁ ଏହି ଭାଇରସରୁ ମୁକ୍ତି ମିଳିପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.