ଭାରତକୁ ଆମେରିକାର ଦୀପାବଳି ଭେଟି, ଇରାନରୁ ତେଲ କିଣିବା ଉପରୁ କୋହଳ କଲା କଟକଣା

ଆମେରିକା(କେନ୍ଯୁଜ୍) : ଭାରତକୁ ଆମେରିକାର ଦୀପାବଳି ଭେଟି । ଇରାନରୁ ତେଲ କିଣିବା ଉପରୁ କଟକଣା କୋହଳ କଲା ଆମେରିକା । ଭାରତ ସମେତ ୮ଟି ଦେଶ ପାଇଁ କଟକଣା କୋହଳ କରାଯାଇଛି । ଏଥିରେ ଜାପାନ ଓ ଦକ୍ଷିଣ କୋରିଆ ମଧ୍ୟ ସାମିଲ ଅଛନ୍ତି । ନଭେମ୍ବର ୪ ସୁଦ୍ଧା ତେଲ କିଣିବା ନେଇ ଇରାନ ଉପରେ ସଂପୂର୍ଣ୍ଣ କଟକଣା ଲଗାଇବାକୁ ଚାହୁଁଥିଲା ଆମେରିକା । କିନ୍ତୁ ଏବେ ଏହାକୁ କୋହଳ କରାଯାଇଛି । ଚୀନ୍ ପରେ ଇରାନ ଠାରୁ ଅଧିକ ତେଲ କିଣିଥାଏ ଭାରତ । କିନ୍ତୁ ଆମେରିକାର ଚେତାବନୀ ପରେ ବର୍ଷକୁ ଦେଢ କୋଟି ଟନ୍ ତେଣୁ ଇରାନ୍ରୁ କିଣୁଥିଲା ଭାରତ ।
ଏହା ପୂର୍ବରୁ ୨୦୧୭-୧୮ରେ ଭାରତ ୨ କୋଟି ୨୬ ଲକ୍ଷ ଟନ୍ ଅର୍ଥାତ୍ ପ୍ରତିଦିନ ୪ଲକ୍ଷ ୫୨ ହଜାର ବ୍ୟାରେଲ୍ ତେଲ କିଣୁଥିଲା । ୨୦୧୫ ମସିହାରେ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦର ୫ ସ୍ଥାୟୀ ସଦସ୍ୟଙ୍କ ମଧ୍ୟରେ ପରମାଣୁ ଚୁକ୍ତି ହୋଇଥିଲା । ୨୦୧୮ରେ ଇରାନ ଉପରେ ଅଧିକ ଚାପ ପକାଇବା ପାଇଁ ରାଷ୍ଟ୍ରପତି ବାରାକ୍ ଓବାମା ଏହି ବୁଝମଣା ଭାଙ୍ଗି ଦେଇଥିଲେ ।ଆଶା କରାଯାଉଛି କଟକଣା କୋହଳ ହେବା ପରେ ଦେଶରେ ତେଲ ଦର କମିବ ବୋଲି।