ଆମେରିକାର ଟେକ୍ସାସ୍‌ରେ ଗୁଳିକାଣ୍ଡ; ୫ ମୃତ, ୨୧ ଗୁରୁତର

ନୂଆଦିଲ୍ଲୀ: ଆମେରିକାର ଟେକ୍ସାସ୍‌ରେ ୨ ଅଜଣା ଆତତାୟୀର ଗୁଳିକାଣ୍ଡରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୨୧ ଜଣ ଗୁରୁତର ହୋଇଛନ୍ତି। ସ୍ଥାନୀୟ ପୁଲିସର ସୂଚନାନୁଯାୟୀ, ଶନିବାର ଦୁଇ ବନ୍ଧୁକଧାରୀ ପ୍ରଥମେ ଏକ ଟ୍ରକକୁ ହାଇଜାକ୍‌ କରିଥିଲେ। ପରେ ଆଖିବୁଜା ଗୁଳିମାଡ଼ କରିଥିଲେ। ମିଡଲ୍ୟାଣ୍ଡ ନିକଟସ୍ଥ ଓଡେଶା ଅଞ୍ଚଳରେ ଏହି ଘଟଣା ଘଟିଛି। ତେବେ ପୁଲିସ ଗୁଳିରେ ସିନର୍ଜି ଫିଲ୍ମ ହଲ୍‌ ନିକଟରେ ଜଣେ ବନ୍ଧୁକଧାରୀର ମୃତ୍ୟୁ ଘଟିଛି। ମୃତ ଆତତାୟୀର ବୟସ ପ୍ରାୟ ୩୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି।

ଏହାସହ ପଢ଼ନ୍ତୁ: ଆଜି ଭାରତକୁ କଳାଧନ ଜମାକାରୀଙ୍କ ତାଲିକା ଦେବ ସ୍ୱିସ୍ ବ୍ୟାଙ୍କ, ବିଦେଶରେ ଲୁଚେଇ ରଖିଥିବା ଭାରତୀୟଙ୍କୁ ଲାଗିବ ଝଟକା

ସୂଚନାଯୋଗ୍ୟ ଯେ, ଆମେରିକାର ଟେକ୍ସାସ୍‌ ଏବଂ ଓହିୟୋର ଦୁଇଟି ଅଲଗା ସ୍ଥାନରେ ଗୁଳିକାଣ୍ଡରେ ୨୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ଠ ରୁ ଊର୍ଦ୍ଧ୍ୱ ଗୁରୁତର ହୋଇଥିଲେ। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏହି ଗୁଳିମାଡ଼ ଘଟଣାର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.