ଇମ୍ରାନଙ୍କ ଚିନ୍ତା ବଢ଼ାଇଲେ ବାଇଡେନ୍, ପାକିସ୍ତାନ ନଯିବାକୁ ଆମେରିକୀୟଙ୍କୁ ଦେଲେ ପରାମର୍ଶ
ନୂଆଦିଲ୍ଲୀ : ଆମେରିକାରେ ବାଇଡେନ ସରକାର ଆସିବା ପରେ ପାକିସ୍ତାନ ପାଇଁ ଏବେ ଚିନ୍ତା ବଢ଼ିଛି । ସରକାର ଗଢ଼ା ହେଉ ହେଉ ପାକିସ୍ତାନକୁ ଝଟ୍କା ଦେଇଛନ୍ତି ରାଷ୍ଟ୍ରପତି ବାଇଡେନ୍ । କାରଣ ପାକିସ୍ତାନକୁ ନଯିବା ପାଇଁ ନିଜର ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି ବାଇଡେନ୍ । ପାକିସ୍ତାନ ସମେତ ୩ଟି ଦେଶକୁ ମଧ୍ୟ ଯିବା ଉପରେ ଆଡ୍ଭାଇଜରୀ ଜାରି କରିଛନ୍ତି ଆମେରିକା ସରକାର ।
ଯେଉଁ ଦେଶଗୁଡିକ ଉପରେ ଆଡଭାଇଜରୀ ଜାରି କରିଛନ୍ତି ସେହି ଦେଶ ହେଲା ପାକିସ୍ତାନ, ବାଂଲାଦେଶ ଓ ଆଫ୍ଗାନିସ୍ତାନ ।ଏହି ଦେଶଗୁଡ଼ିକୁ ନଯିବାକୁ ଆମେରିକା ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି ।
କୋଭିଡ୍-୧୯, ଆତଙ୍କବାଦ ଓ ସାମ୍ପ୍ରଦାୟିକ ହିଂସାକୁ ଦୃଷ୍ଟିରେ ରଖି ଆମେରିକା ନାଗରିକମାନେ ପାକିସ୍ତାନ ନ ଯିବାକୁ କୁହାଯାଇଛି।
ଆତଙ୍କବାଦ ତଥା ସମ୍ଭାବ୍ୟ ସଂଘର୍ଷର ଆଶଂକାରେ ନାଗରିକମାନଙ୍କୁ ଭାରତ-ପାକିସ୍ତାନ ସୀମା LOCର ନିକଟବର୍ତ୍ତୀ ଅଞ୍ଚଳ ଗୁଡ଼ିକୁ ପରିଦର୍ଶନ କରିବାକୁ ମନା କରାଯାଇଛି। ଆଡଭାଇଜରୀରେ କୁହାଯାଇଛି ଭାରତ-ପାକିସ୍ତାନ ସୀମାବର୍ତ୍ତୀ ଅଞ୍ଚଳ ଗୁଡ଼ିକରେ ଯାତ୍ରା କରନ୍ତୁ ନାହିଁ।
ଏହି ଅଞ୍ଚଳଗୁଡ଼ିକରେ ଆତଙ୍କବାଦୀମାନେ ତାଙ୍କର କାର୍ଯ୍ୟକଳାପ ଜାରି ରଖିଛନ୍ତି । ତେଣୁ ସୀମାର ଉଭୟ ପାର୍ଶ୍ୱରେ ଭାରତ ଓ ପାକ୍ ସେନାଙ୍କ ଗୁଳି ବିନିମୟ ଚାଲିଥାଏ । ତେଣୁ ନାଗରିକଙ୍କ ସୂରକ୍ଷା ଦୃଷ୍ଟିରୁ ସେହି ସବୁ ଦେଶକୁ ନଯିବା ପାଇଁ ଆମେରିକାର ନାଗରିକଙ୍କୁ ପରାମର୍ଶ ଦିଆଯାଇଛି ।