ଦୁର୍ଘଟଣା ପରେ ଗାଡ଼ି ସହ ଗଛ ଉପରେ, ୬ ଦିନ ପରେ ଜୀବିତ ଫେରିଲେ ମହିଳା

ୱାସିଙ୍ଗଟନ୍ : ବୁଧବାର ଦିନ ଆମେରିକା ପୋଲିସ ଏମିତି ଏକ ଘଟଣାର ଖୁଲାସା କରିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ଯ କରିବା ସ୍ବାଭାବିକ । ପୋଲିସ୍ ସୂଚନା ଦେଇ କହିଛି ଯେ ଜଣେ ମହିଳା ୱାସିଙ୍ଗଟନ୍ ରାଜମାର୍ଗରୁ କାର ନେଇ ବାହାରିଥିଲେ । ୬ ଦିନ ପରେ ଏରିଜୋନା ରାଜ୍ଯର ଏକ ଗଛ ଉପରେ କାରଟିକୁ ଦେଖିବାକୁ ମିଳିଥିଲା । ବହୁ ଖୋଜାଖୋଜି ପରେ ପାଖରେ ଥିବା ଏକ ନଦୀ ନିକଟରୁ ଆହତ ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରାଯାଇଥିଲା । ମହିଳା ଜଣକ ଜୀବିତ ଅବସ୍ଥାରେ ଘରକୁ ଫେରିଛନ୍ତି।

ଆପଣ ଭାବୁଥିବେ କାରଟି ଗଛ ଉପରକୁ କେମିତି ଗଲା । ଘଟଣା ହେଉଛି ଅକ୍ଟୋବର ୧୨ ତାରିଖର । ଜଣେ ୫୩ ବର୍ଷୀୟା ମହିଳା କାରରେ ୱିକେନବର୍ଗ ନିକଟସ୍ଥ ୬୦ ନମ୍ବର ରୁଟ୍ ର ୫୦ମାଇଲ ଉତ୍ତର ଫୋନିକ୍ସ ଅଞ୍ଚଳରେ ଯାତ୍ରା କରୁଥିବା ସମୟରେ ତାଙ୍କ କାରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

111111ଏରିଜୋନାର ଫବ୍ଳିକ୍ ସେଫଟି ଡିପାର୍ଟମେଣ୍ଟ ଏକ ନ୍ଯୁଜ୍ ରିଲିଜରେ ଏହି କଥା କହିଛି । ତେବେ ତାଙ୍କୁ ଉଦ୍ଧାର କରିଥିବା ସେଠାକାର ସୈନିକମାନେ କହିଛନ୍ତି କି ମହିଳାଙ୍କ କାର୍ ରାଜମାର୍ଗରେ ଥିବା ରେଲିଙ୍ଗରେ ପିଟି ହୋଇ ୫୦ ଫୁଟ୍ ତଳକୁ ଖସିପଡ଼ିବା ସହ ଏକ ଗଛରେ ଲାଖି ଯାଇଥିଲା। ତେବେ ଘଟଣାକୁ କେହି ଦେଖି ନଥିଲେ । ଅକ୍ଟୋବର ୧୮ରେ ଏରିଜୋନା ରାଜମାର୍ଗର ମେଣ୍ଟେନାନ୍ସ କ୍ରିଉ ଏକ ବୁଲା ଗାଈକୁ ରାସ୍ତା ଉପରୁ ହଟାଇବା ପାଇଁ ଚେଷ୍ଟା କରୁଥିବା ସମୟରେ ରାସ୍ତା କଡ଼ ବାଡ଼ାଟି ଭାଙ୍ଗି ଯାଇଥିବାର ଦେଖିଥିଲେ । ତା ପରେ ନଜର ପଡ଼ିଥିଲା ଗଛରେ ଝୁଲନ୍ତା ଅବସ୍ଥାରେ ରହିଥିବା କାର୍ ଉପରେ । କିନ୍ତୁ ସେମାନେ କାର ଭିତରେ କାହାକୁ ଦେଖିବାକୁ ପାଇନଥିଲେ ।

11111ସେଠାରେ ଥିବା ଏକ ନଦୀ ପାଖକୁ ଯାଇଥିବା ଏକ ରାସ୍ତାରେ ସୁରକ୍ଷା କର୍ମୀମାନେ ପହଞ୍ଚି ଖୋଜାଖୋଜି କରିଥିଲେ । କିଛି ସମୟ ପରେ ସେଠାରୁ ଆହତ ଅବସ୍ଥାରେ ମହିଳାଙ୍କୁ ପାଇଥିଲେ । ମହିଳା ଜଣଙ୍କ ଘଟଣା ସମ୍ପର୍କରେ ସବୁ କହିଥିଲେ । ସେ କିଛି ଦିନ ଗଛ ଉପରେ କାର୍ ଭିତରେ ରହିବା ପରେ ବହୁ କଷ୍ଟ କରି ତଳକୁ ଓହ୍ଲାଇଥିଲେ ଏବଂ ରାସ୍ତା କଡ଼କୁ ଆସିବା ଲାଗି ଚେଷ୍ଟା କରୁଥିଲେ ବୋଲି କହିଛନ୍ତି ।

ମହିଳାଙ୍କୁ ସେଠାରୁ ହେଲିକପ୍ଟର ସାହାଯ୍ୟରେ ହସ୍ପିଟାଲକୁ ଅଣାଯାଇଥିଲା । ଲୋକ ସୁରକ୍ଷା ନିର୍ଦ୍ଦେଶାଳୟ ମହିଳାଙ୍କୁ ଉଦ୍ଧାର କରିଥିବା ସୁରକ୍ଷା ଟିମର ପରିଶ୍ରମକୁ ପ୍ରଶଂସା କରିଛନ୍ତି ।