ଚୀନ ଉପରେ ୧୦୪%ରୁ ୧୨୫% ବଢ଼ିଲା ଟାରିଫ, ୩ ମାସ ପାଇଁ ଶୁଳ୍କ ସ୍ଥଗିତ କଲେ ଟ୍ରମ୍ପ

ଥମୁନି ଆମେରିକା-ଚୀନ ଟାରିଫ ଯୁଦ୍ଧ । ଚୀନ ଉପରେ ୧୨୫% ଟାରିଫ ଲାଗୁ କଲେ ଟ୍ରମ୍ପ । ଚୀନ ଉପରେ ଟାରିଫ ୧୦୪%ରୁ ୧୨୫% ବଢ଼ିଛି । ଚୀନ୍ ମଧ୍ୟ ଟ୍ରମ୍ପଙ୍କ ଟାରିଫ ଜବାବରେ ଆମେରିକା ଉପରେ ୮୪ ପ୍ରତିଶତ ଶୁଳ୍କ ଲାଗୁ କରିଛି। ଶେଷ ପର୍ଯ୍ୟନ୍ତ ଶୁଳ୍କ ଯୁଦ୍ଧ ଲଢ଼ିବାକୁ ନିଷ୍ପତ୍ତି ନେଇଥିବା ଚୀନ କହିଛି । ଏପଟେ ଚୀନ ବ୍ୟତୀତ ଅନ୍ୟ ସମସ୍ତ ଦେଶ ପାଇଁ ୩ ମାସ ଟାରିଫ ଶୁଳ୍କ ସ୍ଥଗିତ କରିଛନ୍ତି ଟ୍ରମ୍ପ । ତେବେ ଭାରତ ପାଇଁ ବଡ଼ ଆଶ୍ବସ୍ତି । ୨୬ରୁ ୧୦ ପ୍ରତିଶତ ହେବ ଟାରିଫ । ଏପ୍ରିଲ ୨ ତାରିଖରେ ୬୦ରୁ ଅଧିକ ଦେଶ ଉପରେ ପଲଟା ଶୁଳ୍କ ଲାଗୁ କରିଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏହା ଗତକାଲି ଠାରୁ ବିଭିନ୍ନ ଦେଶ ଉପରେ ଲାଗୁ ବି ହୋଇଥିଲା । ହେଲେ ଏବେ ପୁଣି ତାଙ୍କ ନିଷ୍ପତ୍ତିରେ ପରିବର୍ତ୍ତନ କରିଛନ୍ତି ଟ୍ରମ୍ପ । ତାଙ୍କ ଦ୍ୱାରା ଲଗାଯାଇଥିବା ରାସିପ୍ରୋକାଲ ଟାରିଫ ବା ପାଲାଟ ଶୁଳ୍କକୁ ୯୦ ଦିନ ପାଇଁ ସ୍ଥଗିତ ରଖିବାକୁ ଟ୍ରମ୍ପ ନିର୍ଦ୍ଦେଶ ଦେଇଛନ୍ତି । ଖୋଦ୍ ଟ୍ରମ୍ପ ଗତକାଲି ଘୋଷଣା କରିଛନ୍ତି । ତେବେ ଚୀନ ଉପରେ ଶୁଳ୍କ ଘୋଷଣା କରିଥିବା ୧୦୪ % ଟାରିଫକୁ ତୁରନ୍ତ ୧୨୫ % ବଢାଇବାକୁ ଟ୍ରମ୍ପ ନିର୍ଦ୍ଦେଶ ଦେଇଛନ୍ତି ।
ଟ୍ରମ୍ପ X ରେ ଏକ ପୋଷ୍ଟ ସେୟାର କରି ଏହି ସୂଚନା ଦେଇଛନ୍ତି । ସେ ଚୀନ୍ ଉପରେ ବିଶ୍ବ ବଜାର ପ୍ରତି ‘ଅସମ୍ମାନ୍’ ପ୍ରଦର୍ଶନ କରୁଥିବାର ଅଭିଯୋଗ କରିଛନ୍ତି । ଟ୍ରମ୍ପ ଅନେକ ଦେଶ ପାଇଁ ଟାରିଫ୍ ଉପରେ ୯୦ ଦିନର ଛାଡ଼ ଅବଧିକୁ ବ୍ରୁଦ୍ଧି କରିଛନ୍ତି ।
ଟ୍ରମ୍ପ କହିଛନ୍ତି ‘ଯେଉଁ ଭଳି ଚୀନ୍ ବିଶ୍ବ ବଜାରକୁ ସମ୍ମାନ ଦେଇନାହିଁ, ତାକୁ ଦ୍ରୁଷ୍ଟିରେ ରଖି ମୁଁ ଚୀନ୍ ଉପରେ ଆମେରିକା ଦ୍ବାରା ଲାଗୁ ହେଉଥିବା ଟାରିଫକୁ ତୁରନ୍ତ ପ୍ରଭାବରୁ ୧୨୫% କୁ ବ୍ରୁଦ୍ଧି କରୁଛି ।’ ଆଶା କରୁଛି ଚୀନ୍ ଖୁବ୍ ଶୀଘ୍ର ବୁଝିବ ଯେ ଆମେରିକା ଏବଂ ଅନ୍ୟାନ୍ୟ ଦେଶମାନଙ୍କ ଦ୍ବାରା ଶୋଷଣ ଆଉ ଗ୍ରହଣୀୟ ନୁହେଁ କିମ୍ବା ସ୍ଥାୟୀ ନୁହେଁ ।
ଟ୍ରମ୍ପ ଏହା ମଧ୍ୟ କହିଛନ୍ତି ଯେ ଆମେରିକା ପ୍ରତି ୭୫ ରୁ ଅଧିକ ଦେଶର ସକାରାତ୍ମକ ପ୍ରତିକ୍ରିୟାକୁ ଦ୍ରୁଷ୍ଟିରେ ରଖି ସେ ୯୦ ଦିନିଆ ‘PAUSE’ ଅର୍ଥାତ୍ ଗ୍ରେସ୍ ପିରିୟଡ୍ ଘୋଷଣା କରିଛନ୍ତି । ଏହି ସମୟ ମଧ୍ୟରେ ଆମେରିକା ଦ୍ବାରା ‘ପାରସ୍ପରିକ ଟାରିଫ୍’କୁ ୧୦% ହ୍ରାସ କରାଯାଇଛି ।