ଆମେରିକା intelligence agencies ହାତରେ ଚୀନ ଉହାନ ଲ୍ୟାବର କରୋନା ଡାଟା

କରୋନା ଭାଇରସର ଉତ୍ପତ୍ତିସ୍ଥଳ ଚୀନର ଉହାନ ସହରରୁ ହୋଇଥିଏଲା । କିନ୍ତୁ ଏହା କିପରି ସୃଷ୍ଟି ହୋଇଥିଲା ସେନେଇ କିଛି ସଠିକ ତଥ୍ୟ ସାମ୍ନାକୁ ଆସିନାହିଁ । ଏହାର ଉତ୍ପତ୍ତି ପରେ ମହାମାରୀ ସାରା ଦୁନିଆକୁ ନିଜ କବଳରେ ରଖିଲା । ଆପଣ ନିଜେ ଏହାକୁ ଖୁବ ଭଲ ଭାବେ ଅନୁଭବ କରିପାରିଥିବେ । ଜୀବନ ଓ ଜୀବିକା ଉଭୟ ବାଧା ପ୍ରାପ୍ତ ହେଲା । ଏବେ ବି ହେଉଛି । ଏବେ କରୋନାର ୨ୟ, ୩ୟ ଲହର ତଥା ଡେଲଟା-ଆଲଫା-ଗାମା ଭାରିଏଣ୍ଟ ସରକାର ସମେତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ଚିନ୍ତାରେ ପକାଇଛି ।

ସାରା ଦୁନିଆ ଏହାର ଉତ୍ପତ୍ତିର କାରଣ ସମ୍ପର୍କରେ ରିସର୍ଚ୍ଚ ଜାରୀ ରଖିଥିବା ବେଳେ ଆମେରିକା ହାତରେ ଗୁପ୍ତ ତଥ୍ୟ ଲାଗିଛି । ଆମେରିକାର intelligence agencies ଉହାନର ଲ୍ୟାବ ଡାଟାକୁ ପାଇଛି । ଅର୍ଥାତ ଏଜେନ୍ସି ହାତରେ ବିବାଦୀୟ ଉହାନ ଲ୍ୟାବର ବୃହତ ଜେନେଟିକ ଡାଟା ଖୋଜି ପାଇଛି । ଏହାକୁ ନେଇ ଆମେରିକା ମିଡିଆ ଚାନେଲ୍‌ରେ ଗତ ଗୁରୁବାର ଦିନ ଏନେଇ ସୂଚନା ମିଳିଛି ।

chinaa
pc: mint

ମିଡିଆ ରିପୋର୍ଟ ଅନୁଯାୟୀ, ଏହି ଲ୍ୟାବରୁ ମିଳିଥିବା ଜେନେଟିକ ଡାଟା, ଏହାର ବ୍ୟବହାର ଓ ବିଷ୍ଲେଶଣ ପାଇଁ ଯେଉଁ ମେସିନ ବ୍ୟବହାର କରାଯାଉଛି ତାହା ବାହାର କ୍ଲାଉଡ ଆଧାରିିତ ସର୍ଭର ସହ କନେକ୍ଟ ରହିଥାଏ । ଯାହାକୁ ହ୍ୟାକ କରିବା ଅସମ୍ଭବ । କିନ୍ତୁ ଏହାର ସମ୍ପୂର୍ଣ୍ଣ ଜେନେଟିକ ବ୍ଲୁପ୍ରିଣ୍ଟ ଆଣିବାରେ ଏଜେନ୍ସି ସକ୍ଷମ ହୋଇପାରିଛି । ନିକଟ ଅତୀତରେ ଚୀନର ବିଷାଣୁ ବିଜ୍ଞାନ ସଂସ୍ଥାନରୁ ଏହି ଭାଇରସ ସୃଷ୍ଟି ହୋଇଥିବାର ଖବର ସାମ୍ନାକୁ ଆସିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.