ଦେଶ ବିଦେଶ

୨୦ ମିନିଟରେ ପିଇଦେଲେ ୨ ଲିଟର ପାଣି, ଦେଖୁ ଦେଖୁ ଚାଲିଗଲା ମହିଳାଙ୍କ ଜୀବନ, କାରଣ ଜାଣିଲେ ଆପଣବି ଆଶ୍ଚର୍ଯ୍ୟ ହେବେ

ଅଧିକ ପାଣି ପିଇଦେବାରୁ ଚାଲିଗଲା ଜୀବନ । ଏ କି କଥା, ଏହାକୁ ଶୁଣିଲେ ଆପଣ ନିହାତି ଭାବୁଥିବେ ପାଣି ସମସ୍ତଙ୍କ ଜୀବନ ରକ୍ଷା କରୁଥିବାବେଳେ ଏବେ ଜୀବନ କେମିତି ନେଇଗଲା । କିନ୍ତୁ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ଆମେରିକା ରେ ଏଭଳି ଘଟଣା ଘଟିଥିବାବେଳେ ସବୁଠି ଏହାର ଚର୍ଚା ଧରିଛି । ଆପଣ ଯଦି ଭାବୁଛନ୍ତି ଅଧିକ ପାଣି ପିଇ ଏପରି ହୋଇଛି ତେବେ ଆଦୌ ସେପରି ନୁହେଁ, ମାତ୍ର ୨ ଲିଟର ପାଣି ପିଇଦେବାରୁ ମହିଳାଙ୍କ ଜୀବନ ଚାଲିଯାଇଛି ।

ଆମେରିକାରେ ଚଳିତ ମାସରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାବେଳେ ଏଭଳି ଏକ ଘଟଣା ସାମ୍ନା କୁ ଆସିଛି । ଦେଶରେ ଏପରି ସ୍ଥିତି ଜାରି ରହିଥିବା ବେଳେ ଏବେ ଯେଉଁ ଘଟଣା ଘଟିଛି ତାହାକୁ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ। ଏଠାରେ ଜଣେ ମହିଳା ୨୦ ମିନିଟ ରେ ୨ ଲିଟର ପାଣି ପିଇଦେବାରୁ ତାଙ୍କର ଜୀବନ ଚାଲିଯାଇଛି। ପ୍ରାଣ ହରାଇଥିବା ଆମେରିକୀୟ ମହିଳାଙ୍କ ବୟସ ୩୫ ବର୍ଷ ବୋଲି ଶୁଣିବାକୁ ମିଳିଛି ।

ତେବେ ମିଳିଥିବା ଖବର ଅନୁସାରେ ଜଳରେ ଥିବା ବିଷାକ୍ତତା ହେତୁ ତାଙ୍କ ମୃତ୍ୟୁ ହୋଇଛି । ଏହା ଏପରି ଏକ ଅବସ୍ଥା ଯେତେବେଳେ ଅଳ୍ପ ସମୟ ମଧ୍ୟରେ ଯଦି ଅତ୍ୟଧିକ ପାଣି ପିଆଯାଏ ତେବେ ଏପରି ଘଟେ । କମ ସମୟ ମଧ୍ୟରେ ଅତ୍ୟଧିକ ପରିମାଣରେ ପାଣି ପିଇବା ବେଳେ ବେଳେ ମହଙ୍ଗା ପଡ଼ିଯାଏ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ପୀଡିତା ଆଶଲି ସମର୍ସ ଜୁଲାଇ ଶେଷ ସପ୍ତାହରେ ତାଙ୍କ ସ୍ୱାମୀ ଏବଂ ତାଙ୍କର ଦୁଇ ଛୋଟ ଝିଅଙ୍କ ସହ ଇଣ୍ଡିଆନା ସ୍ଥିତ ଫ୍ରିମାନ ହ୍ରଦ ନିକଟକୁ ଯାଇଥିଲେ। ମାତ୍ର ଯେତେବେଳେ ସେ ସେଠାରେ ପହଞ୍ଚିଲେ ସେତେ ବେଳେ ସେ ତାଙ୍କ ଶରୀରରେ ଜଳୀୟ ଅଂଶ କମ ବା Dehydration ଅନୁଭବ କରିଥିଲେ। ଯାହା ପରେ ସେ ୨୦ ମିନିଟ ମଧ୍ୟରେ ହିଁ ୨ ଲିଟର ପାଣି ପିଇ ଦେଇଥିଲେ।

ମୃତ ମହିଳାଙ୍କ ଭାଇ ଡିଭନ୍ ମିଲର କହିଛନ୍ତି ଯେ, ସେ ୨୦ ମିନିଟ ମଧ୍ୟରେ ୪ ବୋତଲ ପାଣି ପିଇଥିଲେ। ହାରାହାରି ପାଣି ବୋତଲ ହେଉଛି ୧୬ ଆଉନ୍ସ ସହ ସମାନ। ଯଦି ଆପଣ ୪ ବୋତଲ ପାଣି ପିଅନ୍ତି ତାହେଲେ ଆପଣ ମୋଟ ୬୪ ଆଉନ୍ସ ପାଣି ପିଇ ଦେଇଛନ୍ତି। ଏହିପରିମାଣର ପାଣିକୁ ଗୋଟିଏ ଦିନରେ ପିଇବା ଆବଶ୍ୟକ।

ଇଣ୍ଡିଆନା ହ୍ରଦ କୁ ଯାଉଥିବା ସମୟରେ ଆଶଲି ସମର୍ସ ମୁଣ୍ଡ ବିନ୍ଧୁଥିବାର କହିଥିଲେ। ପରେ ଶରୀରରେ Dehydration ଅନୁଭବ କରିଥିଲେ। ଯେତେବେଳେ ସେ ତାଙ୍କ ଘରକୁ ଫେରିଲେ ସେତେବେଳେ ଗ୍ୟାରେଜ ଠାରେ ପଡ଼ିଯାଇଥିଲେ। ସମର୍ସ ଚେତାଶୂନ୍ୟ ହୋଇଯିବା ପରେ ତାଙ୍କ ପରିବାର ଲୋକେ ତାଙ୍କୁ ଆଇୟୁ ହେଲ୍ଥ ଆର୍ନେଟ ହସ୍ପିଟାଲ ଠାରେ ଭର୍ତ୍ତି କରିଲେ। ହେଲେ ଜଳ ବିଷାକ୍ତ ହୋଇଯିବା କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର କହିଥିଲେ।

ଜଳ ବିଷାକ୍ତତା କୁ Water Intoxication ବୋଲି କୁହାଯାଏ। ଜଳ ବିଷାକ୍ତ ସେତେବେଳେ ହୋଇଯାଏ ଯେତେବେଳେ ଜଣେ ବ୍ୟକ୍ତି ଅଳ୍ପ ସମୟ ମଧ୍ୟରେ ଅଧିକ ଜଳ ପାନ କରିଥାଏ। ସ୍ୱାସ୍ଥ୍ୟଗତ ସମସ୍ୟା ହେତୁ କିଡନୀ ଅତ୍ୟଧିକ ଜଳ ଧାରଣ କରି ରଖିଥାଏ। ଏହର ଲକ୍ଷଣ ହେଉଛି ମାଂସପେଶୀ ଦରଜ ହେବା କିମ୍ବା ବିନ୍ଧିବା, ମୁଣ୍ଡବିନ୍ଧା ଏବଂ ଯନ୍ତ୍ରଣା।

ଆଇୟୁ ହେଲ୍ଥ ଆର୍ନେଟ ହସ୍ପିଟାଲ ବିଶେଷଜ୍ଞ କହିଛନ୍ତି ଅଧିକ ଗରମ ରେ ଯଦି କେହି ବାହାରେ କାମ କରନ୍ତି କିମ୍ବା ବାରମ୍ବାର ବ୍ୟାୟାମ କରନ୍ତି ତେବେ ଜଳ ବିଷାକ୍ତତା ଅଧିକ ହେବାର ସମ୍ଭାବନା ରହିଥାଏ। ଏପରି କିଛି ଜିନିଷ ଅଛି ଯାହା ଦ୍ୱାରା ଏହା ଅଧିକ ବିପଦରେ ପକାଇପାରେ। ତେଣୁ ଏହି ସ୍ଥିତି ରେ ଲୋକଙ୍କୁ ଇଲେକ୍ଟ୍ରୋଲାଇଟ୍, ପୋଟାସିୟମ୍ ଏବଂ ସୋଡିୟମ୍ ସହିତ ତରଳ ପଦାର୍ଥ ପିଇବାକୁ ପରାମର୍ଶ ଦେଇଥାନ୍ତି।

 

D Sonali

Recent Posts

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

34 mins ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

39 mins ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

10 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

10 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

11 hours ago