ଫେସବୁକରେ ହେଲା ପ୍ରେମ, ଆମେରିକା ଝିଅ ସାଜିଲେ ଜଣେ ସ୍କୁଟର ମେକାନିକଙ୍କ ସ୍ତ୍ରୀ

ଆମେରିକାରୁ ଆସିଥିବା ଜଣେ ଯୁବତୀ ତାଙ୍କ ପ୍ରେମକୁ ଏକ ଭିନ୍ନ ରୂପ ଦେବା ସହ ଅମୃତସରର ଏକ ସ୍କୁଟର ମେକାନିକଙ୍କୁ ବିବାହ କରିଛନ୍ତି । ଦୁଇ ଜଣ ପ୍ରଥମେ ଫେସବୁକରେ କଥା ହୋଇଥିଲେ ଏବଂ ମାତ୍ର ସାତ ମାସରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ପ୍ରଥମେ ଫେସବୁକରେ ଦୁଇଜଣଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା । ଏହାପରେ ଜଣେ ଅନ୍ୟ ଜଣଙ୍କ ସହିତ ନିଜର ମୋବାଇଲ ନମ୍ବର ସେୟାର କରିଥିଲେ । ଆଉ ତାପରେ ଦୁଇଜଣ ପରସ୍ପରର ପ୍ରେମରେ ପଡି ଯାଇଥିଲେ । ଶେଷରେ ସେହି ଆମେରିକାନ ଯୁବତୀ ଏମିଲି ନିଜ ଦେଶ ଛାଡି ଆସି ଅମୃତସରର ପବନ କୁମାରଙ୍କୁ ବିବାହ କରିଥିଲେ ।

स्कूटर मैकेनिक पर आया अमेरिकी लड़की का दिल, भारत आकर की शादी

ପବନ କୁମାରଙ୍କ କହିବା ଅନୁଯାୟୀ ଏମିଲିଙ୍କ ତରଫରୁ ତାଙ୍କୁ ପ୍ରଥମେ ଫ୍ରେଣ୍ଡ ରିକୁଏଷ୍ଟ ଆସିଥିଲା । “ମୁଁ ଏହାକୁ ଆକସେପ୍ଟ କଲାପରେ ଆମେ ପ୍ରଥମେ ଫେସବୁକରେ କଥା ହୋଇଥିଲୁ ଏବଂ ତାପରେ ଆମେ ନିଜ ନିଜର ନମ୍ବର ଏକ୍ସଚେଂଜ କରିଥିଲୁ” । ସାତ ମାସ ପରେ ଏମିଲି ତାଙ୍କୁ ବାହାଘର ପ୍ରସ୍ତାବ ଦେଇଥିଲେ କିନ୍ତୁ ଏତେଦୂର ଯାଇ ବିବାହ କରିବାକୁ ତାଙ୍କ ପାଖେ ଟଙ୍କାର ଅଭାବ ଥିଲା ବୋଲି ସେ କହିଥିଲେ । ଶେଷରେ ବିଦେଶୀ ଯୁବତୀ ନିଜେ ତାଙ୍କ ଆଡୁ ପଦକ୍ଷେପ ନେଇଥିଲେ ଏବଂ ଆସି ଅମୃତସରରେ ପହଂଚି ଯାଇଥିଲେ । ଆଉ ତାପରେ ପବନଙ୍କ ସହିତ ହିନ୍ଦୁ ରୀତିନୀତି ଅନୁଯାୟୀ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ।

स्कूटर मैकेनिक पर आया अमेरिकी लड़की का दिल, भारत आकर की शादी

ଏହାସହ ପଢନ୍ତୁ ମାଂସ ପାଇଁ ଆଉ ହତ୍ୟା କରାଯିବନି ପଶୁ ଏଣିକି ବୈଜ୍ଞାନିକମାନେ ପ୍ରସ୍ତୁତ କରିବେ ମାଂସ, ଜାଣନ୍ତୁ କଣ ରହିଛି ଫାଇଦା

ବିବାହ ପରେ ଏହି ବିଦେଶିନୀ ଜଣଙ୍କ ଏବେ ବହୁତ ଖୁସି ଅଛନ୍ତି ଏବଂ ସେ ସାରା ଜୀବନ ପବନଙ୍କ ସହିତ ଖୁସିରେ ରହିବେ ବୋଲି କହିଛନ୍ତି । ପବନଙ୍କ ମା’ ଙ୍କ କହିବା ଅନୁଯାୟୀ ସେ ବହୁତ ଖୁସି କି ତାଙ୍କୁ ଏକ ବିଦେଶିନୀ ବୋହୁ ମିଳିଛି । ଯଦିଓ ସେ ତାଙ୍କ ଭାଷା ବୁଝିବାରେ ଅକ୍ଷମ ଅଟନ୍ତି କିନ୍ତୁ ଧୀରେ ଧୀରେ ବୋହୂର ଭାଷା ବୁଝିପାରିବେ ବୋଲି ସେ କହିଛନ୍ତି । ଯଦି ପିଲାମାନେ ଖୁସି ତାହେଲେ ସେ ମଧ୍ୟ ଖୁସି ବୋଲି ପବନଙ୍କ ବାପା କହିଛନ୍ତି ।