ଲଭ ଜେହାଦ ମାମଲାରେ ପ୍ରଥମ ରାୟ : ଧର୍ମ ଲୁଚାଇ ନା ବାଳିକାକୁ କରିବାକୁ ଚାହୁଁଥିଲେ ବିବାହ, ମୁସଲମାନ ଯୁବକକୁ ୫ ବର୍ଷ କାରାଦଣ୍ଡ ଶୁଣାଇଲେ କୋର୍ଟ

ଲକ୍ଷ୍ନୌ : ଉତ୍ତର ପ୍ରଦେଶରେ ଲଭ ଜିହାଦ ସମ୍ପର୍କିତ ଏକ ମାମଲାରେ କୋର୍ଟ ଜଣେ ମୁସଲମାନ ଯୁବକଙ୍କୁ ୫ ବର୍ଷର କାରାଦଣ୍ଡ ଶୁଣାଇଛନ୍ତି । ଏଥିସହ କୋର୍ଟ ଅଭିଯୁକ୍ତକୁ ୪୦ ହଜାର ଟଙ୍କା ଜରିମାନା ମଧ୍ୟ ଦେବାକୁ ରାୟରେ କହିଛନ୍ତି । ପ୍ରକାଶ ଯେ, ଅମରୋହା ହସନପୁର ଥାନା ଅଂଚଳରେ ଜଣେ ମୁସଲମାନ ଯୁବକ ନିଜର ଧର୍ମ ଲୁଚାଇ ଜଣେ ନାବାଳିକା ଝିଅକୁ ନିଜ ପ୍ରେମ ଜାଲରେ ଫସାଇଥିଲା । ଲଭ ଜେହାଦ ମାମଲାରେ ଏହା ହେଉଛି ପ୍ରଥମ କାରାଦଣ୍ଡ ।

ସୂଚନାନୁଯାୟୀ, ଜଣେ ବ୍ୟବସାୟୀଙ୍କର ଅମରୋହା ହସନପୁର ଥାନା ଅଂଚଳରେ ଏକ ନର୍ସରୀ ରହିଛି । ଉକ୍ତ ବ୍ୟକ୍ତିଙ୍କ କାର୍‌ ଉକ୍ତ ମୁସଲମାନ ଯୁବକ ମହମ୍ମଦ ଅଫଜଲ ଚଳାଉଥିଲେ । ଏହି ମଧ୍ୟରେ ଉକ୍ତ ବ୍ୟବସାୟୀଙ୍କ ୧୬ ବର୍ଷର ନାବାଳିକା ଝିଅକୁ ମହମ୍ମଦ ପ୍ରେମ ଜାଲରେ ଫସାଇ ଥିଲା । ପରେ ତାକୁ ଦିଲ୍ଲୀ ନେଇଯାଇଥିଲା ।

ମହମ୍ମଦ ଉକ୍ତ ଝିଅକୁ ନିଜେ ଜଣେ ହିନ୍ଦୁ ଓ ଶିବଙ୍କର ପୂଜାରୀ ବୋଲି କହିଥିଲା । ଝିଅଟି ଯେତେବେଳେ ମହମ୍ମଦର ଅସଲ ପରିଚୟ ଜାଣିପାରିଥିଲା ସେତେବେଳେ ତାକୁ ବିବାହ କରିବା ପାଇଁ ମନା କରିଦେଇଥିଲା । ପରେ ମହମ୍ମଦ ଝିଅକୁ ବିବାହ କରିବା ପାଇଁ ଅପହରଣ କରି ଦିଲ୍ଲୀ ନେଇଯାଇଥିଲା ।

ଏହାକୁ ବିରୋଧ କରି ଝିଅର ବାପା ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଉଭୟଙ୍କୁ ଦିଲ୍ଲୀରୁ ଠାବକ କରି ଘରକୁ ନେଇ ଆସିଥିଲା । ଉକ୍ତ ଝିଅ ମହମ୍ମଦ ନାମରେ ଧର୍ମ ଛାଡିକରି ବିବାହ କରିବାକୁ କହିଥିବା ନେଇ କୋର୍ଟରେ ମାମଲା ଦାଏର କରିଥିଲେ । ଫଳରେ କୋର୍ଟ ଏହାର ବିଚାର କରି ମହମ୍ମଦକୁ ଲଭ ଜେହାଦ ମାମଲାରେ ୫ ବର୍ଷ କାରାଦଣ୍ଡ ସହ ୪୦ ହଜାର ଟଙ୍କା ଜରିମାନା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.