ଅନ୍ତିମ ସଂସ୍କାରକୁ ଯାଉଥିବା ସମୟରେ ବୁଡିଲା ଡଙ୍ଗା, ୪ ମୃତ ୧୨ ନିଖୋଜ

ଉତ୍ତର ପ୍ରଦେଶର ସୀତାପୁରରେ ଏକ ଦୁଃଖଦ ଘଟଣା ଘଟିଛି ।  ଡଙ୍ଗା ବୁଡ଼ିଯିବାରୁ ନଦୀରେ ୧୫ ଜଣ ବୁଡ଼ି ଯାଇଛନ୍ତି ।  ଯାହା ଫଳରେ ୪ ଜଣ ମୃତ୍ୟୁବରଣ କରିଛନ୍ତି । ଏହାପରେ ନଦୀରୁ ୪ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି ଏବଂ ୧୨ ଜଣ ସେମାନଙ୍କ ଭିତରେ ନିଖୋଜ ଅଛନ୍ତି । ଦୁର୍ଘଟଣାଟି ଶାରଦା କେନାଲରେ ଘଟିଛି ବୋଲି ସୀତାପୁର ଡିଏମ୍ ଅଭିଷେକ ଆନନ୍ଦ କହିଛନ୍ତି ।

୧୫ ଜଣ ଲୋକ ଏକ ଶବଦାହରେ ଯୋଗଦେବା ପାଇଁ ଡଙ୍ଗାରେ ଯାଉଥିଲେ । ମଝି ନଦୀରେ ସେମାନଙ୍କ ଡଙ୍ଗା ନିୟନ୍ତ୍ରଣ ବାହାରକୁ ହୋଇଯାଇଥିଲା ଫଳରେ ଡଙ୍ଗାଟି ଓଲଟି ପଡ଼ିଲା । ମିଳିଥିବା ସୁଚନା ଅନୁସାରେ ସୀତାପୁରର ରତନଗଞ୍ଜ ଗାଁର ରହୁଥିବା ବାସିନ୍ଦା ହେଉଛନ୍ତି ଦିନେଶ ଗୁପ୍ତା । ଯାହାଙ୍କ ଜାବନ ଚାଲି ଯାଇଛି । ତାଙ୍କର ଅନ୍ତିମ ସଂସ୍କାର ପାଇଁ ପରିବାର ଲୋକେ ଓ ତାଙ୍କ ସମ୍ପର୍କୀୟ ଦୁଇଟି ଡଙ୍ଗାରେ ଶାରଦା ନଦୀ ପାର କରୁଥିଲେ । ତେବେ ଗୋଟିଏ ଡଙ୍ଗାରେ ଦିନେଶଙ୍କ ମୃତ ଶରୀର  ଓ  ତାଙ୍କ ପରିବାର ଲୋକେ ରହିଥିଲେ ।

ଏବଂ ଅନ୍ୟ ଡଙ୍ଗାଟିରେ ୧୦ରୁ ୧୨ ଜଣ ଲୋକ ରହିଥିଲେ । ତେବେ ପ୍ରଥମ ଡଙ୍ଗାଟି ନଦୀର ପାଶ୍ବରେ ପହଞ୍ଚିଯାଇଥିଲା କିନ୍ତୁ ଦ୍ବିତୀୟ ଡଙ୍ଗାଟି ନଦୀ ମଝିରେ ବୁଡି ଯାଇଥିଲା । ଏହାପରେ ଚିତ୍କାର ଶୁଣି ସ୍ଛାନୀୟ ଲୋକେ ଆସିଥିଲେ । ଏବେ ପର୍ଯନ୍ତ ଏହି ଘଟଣାରେ ୭ ଜଣଙ୍କୁ ଉଦ୍ଧାର କରାଯାଇଛି । ସେମାନଙ୍କୁ ତମ୍ବୋର ସିଏଚସିକୁ ନିଆଯାଇଥିଲା । ସେଥି ମଧ୍ୟରେ ୪ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

Also read: ପୁଣେରେ ଭୟଙ୍କର ଦୁର୍ଘଟଣା ! ବିଳମ୍ବିତ ରାତିରେ ଡ୍ୟାମ୍‌ରେ ବୁଡ଼ିଲା ଡଙ୍ଗା; ୫ ମୃତ