ନାଚୁ ନାଚୁ ଚାଲିଗଲା ଜୀବନ, ହୃଦଘାତରେ ମୃତ୍ୟୁ ହୋଇଥିବା କହିଛନ୍ତି ଡାକ୍ତର

ଉତ୍ତରପ୍ରଦେଶ : ମୃତ୍ୟୁ କେତେବେଳେ ଆଉ କେଉଁ ରୂପରେ ଆସେ ତା’ର କୌଣସି ଭରସା ନାହିଁ । ଗୀତ ଗାଉଥିବା ବେଳେ ନାଚୁଥିବା ବେଳେ କି ଖେଳୁଥିବା ବେଳେ ଚାଲିଯାଉଛି ଜୀବନ । ଆଉ ଭାରତରେ କରୋନା ପରେ ହାର୍ଟଆଟାକ ଜନିତ ମୃତ୍ୟୁ ବଢିବାରେ ଲାଗିଛି । ହାର୍ଟଆଟାକରେ ଚାଲିଯାଉଛି ଯୁବପିଢିଙ୍କ ଜୀବନ । ତେବେ ଏଭଳି ଏକ ଘଟଣା ପୁଣି ଦେଖିବାକୁ ମିଳିଛି ଉତ୍ତରପ୍ରଦେଶରେ।
ନାଚୁ ନାଚୁ ଟଳିପଡିଲେ ସ୍ବାମୀ । ଖୁସିର ମୁହୁର୍ତ୍ତରେ ଭରିଗଲା ଦୁଃଖ । ୨୫ତମ ବିବାହ ବାର୍ଷିକୀ ପାଳନ ବେଳେ ଚାଲିଗଲା ଜୀବନ । ଉତ୍ତରପ୍ରଦେଶ ବରେଲିର ଏକ ହୋଟେଲରେ ନିଜର ବିବାହ ବାର୍ଷିକୀ ପାଳିବା ପାଇଁ ନିଷ୍ପତ୍ତି ନେଇଥିଲେ ଦମ୍ପତି ଓ୍ବାସିମ ଶାଶ୍ବତ ଓ ଫାରା ।
ଉତ୍ସବ ପାଳନ ପାଇଁ ଶତାଧିକ ବନ୍ଧୁବାନ୍ଧବ, ସମ୍ପର୍କୀୟ, ସାଙ୍ଗସାଥୀ ଉପସ୍ଥିତ ଥିଲେ । ଦମ୍ପତିଙ୍କ ସହ ଅନ୍ୟମାନେ ବି ନୃତ୍ୟଗୀତରେ ସାମିଲ ଥିଲେ । ହେଲେ ହଠାତ୍ ତଳେ ପଡିଯାଇଥିଲେ ଓ୍ବାସିମ । ତୁରନ୍ତ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଓ୍ବାସିମ ଜଣେ ଯୋତା ବ୍ୟବସାୟୀ ହୋଇଥିବାବେଳେ ତାଙ୍କର ଦୁଇଟି ପୁଅ ଅଛନ୍ତି । ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି ଡାକ୍ତର ପ୍ରକାଶ କରିଛନ୍ତି ।
Also read: ନାଚୁ ନାଚୁ ଟଳିପଡିଲେ ବ୍ୟକ୍ତି, ଭାଇରାଲ ହେଉଛି ସେହି ମୁହୁର୍ତ୍ତର ଭିଡିଓ