ସାମାନ୍ୟ ଅସାବଧାନତା ଆଉ ସବୁ ଶେଷ: ବାଲକୋନୀରେ ଖେଳୁଥିବା ବେଳେ ୧୦ ତାଲାରୁ ଗଳି ପଡ଼ିଲା ୪ ବର୍ଷର ଶିଶୁ

ଉତ୍ତର ପ୍ରଦେଶ ନୋଏଡାର ସେକ୍ଟର ୭୫ସ୍ଥିତ ଡେସନେକ ସୋସାଇଟିରେ ଏକ ଭୟାନକ ଦୃଶ୍ୟ ଲୋକଙ୍କୁ ଥରାଇ ଦେଇଛି। ଯାହାକି ଏଭଳି ଥିଲା ଯେକେହି ବି ଶୁଣିଲେ ଚିନ୍ତାରେ ପଡିଯିବେ। ସେକ୍ଟର ୭୫ର ଡେସନେକ ସୋସାଇଟିରେ ୪ବର୍ଷର ନିରୀହ ଶିଶୁ ବିଲ୍ଡିଂର ଦଶମ ମହଲାରୁ ଖସି ପଡିବା ପରେ ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଆନନ କାନନରେ ଥିବା ସେକ୍ଟର ୫୦ସ୍ଥିତ ନ୍ୟୁ ହସ୍ପିଟାଲରେ ଶିଶୁଟିକୁ ଭର୍ତ୍ତି କରାଗଲା ଯେଉଁଠାରେ ଶିଶୁଟିକୁ ମୃତ ଘୋଷଣା କରାଗଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଦସ୍ତାବିଜ ଏକାଠି କରିବା ପରେ ଶିଶୁର ମୃତଶରୀରକୁ ପୋଷ୍ଟମର୍ଟମ ପାଇଁ ପଠାଇଛି ।

ଘଟଣା ଅନୁସାରେ ଶିଶୁଟି ଯେତେବେଳେ ବାଲକୋନିରେ ଖେଳୁଥିଲା ସେତେବେଳେ ଏହି ଦୁର୍ଘଟଣା ହୋଇଥିଲା । ପୋଲିସର କହିବା କଥା କି ନିୟୁ ହସ୍ପିଟାଲରୁ ହିଁ ଏହି ଘଟଣା ସମ୍ପର୍କରେ ଖବର ମିଳିଥିଲା । ମୃତ ଅବସ୍ଥାରେ ହିଁ ଶିଶୁଟିକୁ ହସ୍ପିଟାଲ ଅଣାଯାଇଥିବା ହସ୍ପିଟାଲର ପକ୍ଷରୁ ସୂଚନା ଦିଆଯାଇଛି।

ଯାଞ୍ଚ କରିବା ପରେ ପୋଲିସକୁ ଖବର ମିଳିଛି ଯେ ମୃତ ଶିଶୁଟିର ନାମ ତବୀଶ ଚୌଲାନି। ତବୀଶ ବାପାଙ୍କର ଚାନ୍ଦନୀଚୌକରେ ବିଜନେସ ରହିଛି। ତବୀଶ ନିଜ ପରିବାର ସହ ସୋସାଇଟିର ବି ୧୦୦୨ରେ ଥିବା ଏକ ଫ୍ଲାଟରେ ରହୁଥିଲା।

ଛାନଭିନ କରିବା ପରେ ଜଣାପଡିଛି ଯେ ୪ବର୍ଷର ଶିଶୁ ନିଜ ମା’ଙ୍କ ସହ ଫ୍ଲାଟର ବାଲକୋନିରେ ଖେଳୁଥିଲା । ଏହି ସମୟରେ ଶିଶୁଟି ବାଲକୋନିରୁ ହଠାତ ତଳକୁ ଖସିପଡିଲା । ପଡୋଶୀମାନେ ଶିଶୁଟିକୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। କିନ୍ତୁ ସେତେବେଳକୁ ଶିଶୁଟିର ଜୀବନ ଚାଲିଯାଇଥିଲା ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି। ତେବେ ଏ ଘଟଣାକୁ ନେଇ ପୋଲିସ ଏବେ ବି ଯାଞ୍ଚ କରୁଛି।