ସ୍ତ୍ରୀକୁ ପ୍ରେମିକ ସହ ବାହା ଦେଲେ ସ୍ବାମୀ, ପିଲାଙ୍କୁ ମୁଁ ରଖୁବି ତୁମେ ଖୁସିରେ ରୁହ…

ପ୍ରେମ ସତ୍ୟ ଶାଶ୍ୱତ ଓ ଚିରନ୍ତନ । ପ୍ରେମ କେଉଁଠି, କେମିତି, କାହା ସହିତ ହୋଇଯାଏ ସେ ବିଷୟରେ କେହି କହିପାରିବେ ନାହିଁ । ଆଉ ଏମିତିରେ କହିବାକୁ ଗଲେ ପ୍ରେମ ତ ଅନ୍ଧ । ପ୍ରେମ ସାମ୍ନାରେ ବୟସ, ଜାତି, ଧର୍ମ, ବର୍ଣ୍ଣ,ଅକ୍ଷମତା କିଛି ବି ମାନେ ରଖେନାହିଁ । ଏମିତି ହିଁ ଏକ ପ୍ରେମ କାହାଣୀ ଏବେ ନଜରକୁ ଆସିଛି । ଘଟଣାଟି ପୁରା ଫିଲ୍ମ ଷ୍ଟାଇଲର କାହାଣୀ ପରି । ପ୍ରେମିକ ସହ ନିଜ ସ୍ତ୍ରୀର ବିବାହ କରିଦେଇଛନ୍ତି ସ୍ବାମୀ । ହଁ ଆଜ୍ଞା ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ସନ୍ଥ କବୀର ନଗର ଜିଲ୍ଲାରେ ।
ଜଣେ ସ୍ୱାମୀ ତାଙ୍କ ସ୍ତ୍ରୀଙ୍କୁ ତାଙ୍କ ପ୍ରେମିକଙ୍କ ସହ ବିବାହ କରାଇ ଦେଇଛନ୍ତି । ଏହା ସହ ତାଙ୍କର ଦୁଇ ପିଲାଙ୍କୁ ପାଳନପୋଷଣ କରିବାକୁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି । ବିବାହ ପରେ ସ୍ୱାମୀ ଯେତେବେଳେ ତାଙ୍କ ସ୍ତ୍ରୀଙ୍କୁ ବିଦାୟ ଦେଇଥିଲେ ସେ ସ୍ତ୍ରୀ ଙ୍କୁ ଏମିତି କିଛି କଥା କହିଛନ୍ତି ଯାହାକି ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି । ଚିନ୍ତା କରନାହିଁ ମୁଁ ଉଭୟ ପିଲାଙ୍କୁ ଲାଳନପାଳନ କରିବି ବୋଲି କହିଛନ୍ତି ସ୍ବାମୀ ।
ସୂଚନା ଅନୁସାରେ ଧାନଘାଟା ଅଞ୍ଚଳର ବସବାସ କରନ୍ତି ଏକ ଯୁବକ । ସେ ୨୦୧୭ ମସିହାରେ ଗୋରଖପୁର ଜିଲ୍ଲାର ଏକ ଗାଁରେ ବିବାହ କରିଥିଲେ । ବିବାହ ପରେ ମହିଳା ଜଣକ ଦୁଇଟି ସନ୍ତାନକୁ ଜନ୍ମ ଦେଇଥିଲେ। ଗୋଟିଏ ପିଲାର ବୟସ ୭ ବର୍ଷ ଏବଂ ଅନ୍ୟଟି ୨ ବର୍ଷ । ମହିଳାଙ୍କ ସ୍ୱାମୀ ଘର ଚଳାଇବା ପାଇଁ ଶ୍ରମିକ ଭାବରେ କାମ କରନ୍ତି । ଗୋଟିଏ ବର୍ଷ ପୂର୍ବେ ମହିଳା ଜଣକ ସେହି ଗାଁର ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଆରମ୍ଭ କରିଥିଲେ । ସେମାନଙ୍କ ପ୍ରେମ ଏତେ ଗଭୀର ହୋଇଗଲା ଯେ ମହିଳା ଜଣକ ତାଙ୍କ ସ୍ୱାମୀ ଏବଂ ଦୁଇ ପିଲାଙ୍କୁ ଛାଡ଼ି ତାଙ୍କ ପ୍ରେମିକଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଲେ ।
ପ୍ରାୟ ଗୋଟିଏ ସପ୍ତାହ ପୂର୍ବରୁ ମହିଳା ଜଣକ ତାଙ୍କ ପ୍ରେମିକଙ୍କ ସହ ଘରୁ ପଳାଇ ଆସିଥିଲେ । ତାଙ୍କ ପରିବାର ସଦସ୍ୟମାନେ ତାଙ୍କୁ ଖୋଜୁଥିଲେ । ଗତ ସୋମବାର ସକାଳେ ମହିଳା ଜଣକ ତାଙ୍କ ପ୍ରେମିକଙ୍କ ସହ ଘରକୁ ଫେରିଥିଲେ । ସେ ତାଙ୍କ ପ୍ରେମିକଙ୍କୁ ବିବାହ କରିବା ବିଷୟରେ କଥା ହୋଇଥିଲେ । ଗାଁର ଲୋକମାନେ ତାଙ୍କୁ ବୁଝାଇବାକୁ ବହୁତ ଚେଷ୍ଟା କରିଥିଲେ କିନ୍ତୁ ସେ ରାଜି ହେଲେ ନାହିଁ ।
ଏହା ପରେ ସ୍ୱାମୀ ସ୍ତ୍ରୀ ଏବଂ ତାଙ୍କ ପ୍ରେମିକଙ୍କୁ ବାବା ଦାନିନାଥ ମନ୍ଦିରକୁ ନେଇଗଲେ । ମହିଳା ଏବଂ ତାଙ୍କ ପ୍ରେମିକ ସ୍ୱାମୀଙ୍କ ସାମ୍ନାରେ ପରସ୍ପରକୁ ମାଳ ପିନ୍ଧାଇଲେ । ନି ଷ୍ପତ୍ତି ନିଆଯାଇଥିଲା ଯେ ଉଭୟ ପିଲା ସେମାନଙ୍କ ବାପାଙ୍କ ପାଖରେ ରହିବେ । କୁହାଯାଉଛି ଯେ ମାଆଙ୍କୁ ଚାଲିଯିବାର ଦେଖି ଉଭୟ ପିଲା ବହୁତ କାନ୍ଦୁଥିଲେ, କିନ୍ତୁ ମହିଳାଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ି ନଥିଲା ।
Also read: ବିବାହର ୧୭ ଦିନ ପରେ ସ୍ୱାମୀ ନେଲେ ଏଭଳି ନିଷ୍ପତ୍ତି: ନବବିବାହିତା ସ୍ତ୍ରୀକୁ ପ୍ରେମିକ ସହିତ କରାଇଲେ ବିବାହ