ଏହି ରାଜ୍ଯ ସରକାରଙ୍କ ନୂଆ ସ୍କିମ୍, ଅନ୍ଯ ଧର୍ମରେ ବିବାହ କଲେ ମିଳିବ ୫୦ ହଜାର ଟଙ୍କା

ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଏବଂ ହରିୟାଣା ଭଳି ବିଜେପି ଶାସିତ ରାଜ୍ୟ ଲଭ୍ ଜିହାଦ ବିରୋଧରେ କଠୋର ଆଇନ ପ୍ରଣୟନ କରିବାରେ ବ୍ୟସ୍ତ ରହିଛି । ହେଲେ ଏପଟେ ଉତ୍ତରାଖଣ୍ଡରେ ବିଜେପି ସରକାର ଅନ୍ୟ ଧର୍ମ ଓ ଜାତିରେ ବିବାହ କରୁଥିବା ଦମ୍ପତିଙ୍କୁ ପ୍ରୋତ୍ସାହନ ରାଶି ରୂପେ ୫୦ ହଜାର ଟଙ୍କା ଦେଉଛନ୍ତି।

ଖବର ମୁତାବକ, ଏହି ନଗଦ ପ୍ରୋତ୍ସାହନ ରାଶିକୁ ସେହି ଯୋଡ଼ିମାନଙ୍କୁ ଦେଉଛନ୍ତି ଯେଉଁମାନଙ୍କ ବିବାହ କେବଳ ବିଧିବଦ୍ଧ ରୂପେ ପଞ୍ଜିକୃତ ହୋଇଛି । ଏଭଳି ସୂଚନା ଦେଇଛନ୍ତି ରାଜ୍ୟ ସମାଜ କଲ୍ୟାଣ ବିଭାଗର ଜଣେ ଅଧିକାରୀ । ଅନ୍ୟ ଜାତି କିମ୍ବା ଧର୍ମରେ ବିବାହ କରିବାକୁ ହେଲେ କିଛି ସର୍ତ୍ତ ମଧ୍ୟ ରଖାଯାଇଛି । ଏହା ଅଧୀନରେ ଉଭୟ ପତି-ପତ୍ନୀଙ୍କ ଭିତରୁ କେହି ବି ଧାରା ୩୪୧ରେ ଉଲ୍ଲେଖିତ ଅନୁସୂଚିତ ଜାତିରେ ହୋଇଥିବା ଆବଶ୍ୟକ ।

ସମାଜ କଲ୍ୟାଣ ଅଧିକାରୀ କହିଛନ୍ତି କି, ଅଲଗା ଧର୍ମ କିମ୍ବା ଅଲଗା ଜାତିରେ ବିବାହ କରିଥିବା ବ୍ୟକ୍ତିକୁ ମିଳୁଥିବା ଟଙ୍କା ରାଷ୍ଟ୍ରୀୟ ଏକତାକୁ ବଢାଇବା ଦିଗରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବ । ତେବେ ଏହି ଯୋଜନାର ଫାଇଦା ଉଠାଇବାକୁ ହେଲେ ବାହାଘରର ଗୋଟିଏ ବର୍ଷ ଭିତରେ ଆବେଦନ କରିବାକୁ ପଡିବ ।

money

ସୂଚନାଯୋଗ୍ଯ, ପୂର୍ବରୁ ଏହି ସ୍କିମରେ ଅନ୍ଯ ଜାତିରେ କିମ୍ବା ଅନ୍ଯ ଧର୍ମରେ ବିବାହ କରୁଥିବା ଲୋକଙ୍କୁ ୧୦ ହଜାର ଟଙ୍କା ପର୍ଯ୍ଯନ୍ତ ପ୍ରୋତ୍ସାହିତ ରାଶି ମିଳୁଥିଲା। କିନ୍ତୁ ୨୦୧୪ରେ ରାଜ୍ଯ ସରକାର ଉତ୍ତରପ୍ରଦେଶ ଅନ୍ତର୍ଜାତୀୟ ଆନ୍ତଃଧାର୍ମିକ ବିବାହ ପ୍ରୋତ୍ସାହନ ନିୟମାବଳି ୧୯୭୬ ଅଧୀନରେ ଏହାକୁ ସଂଶୋଧନ କରି ୧୦ ହଜାର ଅର୍ଥ ରାଶିକୁ ବଢାଇ ୫୦ ହଜାର ଟଙ୍କା କରିଛନ୍ତି।

You might also like