ଲିଭ-ଇନ ପାର୍ଟନର ବୟସ ୨୧ ବର୍ଷରୁ କମ୍ ହେଲେ ମାତା ପିତାଙ୍କୁ ଜଣାଇବେ ସରକାର, ଜାଣନ୍ତୁ କେଉଁଠି
ଉତ୍ତରାଖଣ୍ଡ ସରକାର ଲିଭ-ଇନ ରିଲେସନସିପକୁ ଔପଚାରିକ ଭାବେ ମାନ୍ୟତା ଦେବା ପାଇଁ ନୂଆ ଆଇନ ଢାଞ୍ଚା ପ୍ରସ୍ତୁତ କରୁଛନ୍ତି । ଯଦି ପାର୍ଟନର ବୟସ ୨୧ ବର୍ଷରୁ କମ୍ ତେବେ ରେଜିଷ୍ଟାରକୁ ପୋଲିସ ନିକଟରେ ସୂଚନା ଦେବାକୁ ହେବ । ସେହିପରି ପିଲାର ବାପା ମାଙ୍କୁ ଜଣାଇବାକୁ ହେବ । ଏହାର ଉଦ୍ଦେଶ୍ୟ ଲିଭ-ଇନରେ ରହୁଥିବା ଲୋକ ସ୍ପଷ୍ଟ ଭାବେ ଆଇନକାନୁନ ନିର୍ଦ୍ଦେଶ ଏବଂ ସୁରକ୍ଷା ଦିଆଯିବ ।

ଉତ୍ତରାଖଣ୍ଡ ସରକାର ଲିଭ-ଇନ ରିଲେସନସିପକୁ ଔପଚାରିକ ଭାବେ ମାନ୍ୟତା ଦେବା ପାଇଁ ନୂଆ ଆଇନ ଢାଞ୍ଚା ପ୍ରସ୍ତୁତ କରୁଛନ୍ତି । ଏହାର ଉଦ୍ଦେଶ୍ୟ ଲିଭ-ଇନରେ ରହୁଥିବା ଲୋକ ସ୍ପଷ୍ଟ ଭାବେ ଆଇନକାନୁନ ନିର୍ଦ୍ଦେଶ ଏବଂ ସୁରକ୍ଷା ଦିଆଯିବ । ପ୍ରସ୍ତାବିତ ନାଗରିକ ସଂହିତା (UCC) ଅନୁଯାୟୀ, ଉତ୍ତରାଖଣ୍ଡରେ ଲିଭ-ଇନ ରିଲେସନସିପରେ ରହୁଥିବା ଲୋକ ନିଜର ସ୍ଥାନୀୟ ରେଜିଷ୍ଟାର ନିକଟରେ ସଂପର୍କ ବିବରଣୀ ପ୍ରସ୍ତୁତ କରିବା ବାଧ୍ୟତାମୂଳକ ।
ସେହିଭଳି ରାଜ୍ୟ ବାହାରେ ଲିଭ-ଇନରେ ରହୁଥିବା ଲୋକ ନିଜ ଅଞ୍ଚଳର ରେଜିଷ୍ଟାର ନିକଟରେ ପଞ୍ଜିକରଣ କରିବା ବିକଳ୍ପ ଚୟନ କରିପାରିବେ ।
ନିୟମ ଅନୁସାରେ, ଯଦି ପାର୍ଟନର ବୟସ ୨୧ ବର୍ଷରୁ କମ୍ ତେବେ ରେଜିଷ୍ଟାରକୁ ପୋଲିସ ନିକଟରେ ସୂଚନା ଦେବାକୁ ହେବ । ସେହିପରି ପିଲାର ବାପା ମାଙ୍କୁ ଜଣାଇବାକୁ ହେବ । ହେଲେ ବିବାହିତ ଲୋକ, ଅନ୍ୟ ଲିଭ-ଇନ ରିଲେସନରେ ରହୁଥିବା, ଜବରଦସ୍ତ, ସହମତି ସହିତ ସଂପର୍କରେ ରହୁଥିବା ଲୋକ ପଞ୍ଜୀକରଣ କରିବେ ନାହିଁ । ଧାରା ୩୮୦ରେ ଏଭଳି ସଂପର୍କକୁ ନିଷିଦ୍ଧ ଭାବେ ଦର୍ଶାଯାଇଛି । ସ୍ଥାନୀୟ ରୀତିନୀତି ଅନୁଯାୟୀ ଯେଉଁ ସଂପର୍କ ଲିଭ-ଇନ ବୋଲି ଜଣାପଡିବ, ସରକାର ତାକୁ ହିଁ ମାନ୍ୟତା ଦେବେ ।
୩୦ ଦିନ ଭିତରେ ଲିଭ-ଇନ ରିଲେସନସିପକୁ ରେଜିଷ୍ଟର କରିବାକୁ ହେବ । ନଚେତ ୩ ମାସ ଜେଲ କିମ୍ବା ୧୦ ହଜାର ଜରିମାନା ଦେବାକୁ ହେବ । ଭୁଲ୍ ସୂଚନା ଦେଲେ ୩ ମାସ ଜେଲ ଏବଂ ୨୫ ହଜାର ଜରିମାନା ଲାଗିବ । ପଞ୍ଜୀକରଣ ନୋଟିସ ଅବମାନନା କଲେ ୬ ମାସ ପର୍ଯ୍ୟନ୍ତ ଜେଲ କିମ୍ବା ୨୫,୦୦୦ ଜରିମାନା ଦେବାକୁ ହେବ ।
ଆବେଦନକାରୀ ଅନଲାଇନରେ ଆବେଦନ କରିପାରିବେ । ମୋବାଇଲରେ ମଧ୍ୟ ପଞ୍ଜୀକରଣ ସୁବିଧା ମିଳିବ ।
ୟୁନିଫର୍ମ ସିଭିଲ୍ କୋଡ୍ ମଧ୍ୟ ଲିଭ ଇନ୍ ସମ୍ପର୍କରୁ ଜନ୍ମ ହୋଇଥିବା ପିଲାମାନଙ୍କୁ ଆଇନଗତ କରିଥାଏ । ପରିତ୍ୟକ୍ତ ମହିଳା ସହଭାଗୀମାନଙ୍କୁ ଭରଣପୋଷଣ ଅଧିକାର ପ୍ରଦାନ କରିଥାଏ । ଧାରା ୩୭୯ ପିଲାମାନଙ୍କର ବୈଧତା ସ୍ଥାପନା କରୁଥିବାବେଳେ ଲିଭ ଇନ୍ ପାର୍ଟନର ଦ୍ୱାରା ପରିତ୍ୟକ୍ତ ମହିଳାମାନେ ଏକ ସକ୍ଷମ ଅଦାଲତ ମାଧ୍ୟମରେ ଭରଣପୋଷଣ ମାଗିପାରିବେ । ଯେଉଁଠାରେ ଶେଷରେ ଏକାଠି ରହୁଥିଲେ ସେମାନେ ଏଭଳି ଦାବି କରିପାରିବେ ।