ଉତ୍ତରାଖଣ୍ଡ: ଉତ୍ତରକାଶୀରେ ହେଲିକପ୍ଟର ଦୁର୍ଘଟଣା, ୬ ମୃତ

ଉତ୍ତରାଖଣ୍ଡର ଉତ୍ତରକାଶୀରେ ହେଲିକପ୍ଟର ଦୁର୍ଘଟଣା । ଗଙ୍ଗନାନୀରୁ ବାହାରିଥିବା ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ହେଲିକପ୍ଟରରେ ୭ଜଣ ଯାତ୍ରୀ ଯାତ୍ରା କରୁଥିଲେ। ଦୁର୍ଘଟଣାରେ ପାଇଲଟ ସମେତ ୬ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଘଟଣା ପରେ ଉତ୍ତରକାଶୀ ଡିଏମ ଘଟଣାସ୍ଥଳକୁ ଯାଇଛନ୍ତି । ଘଟଣା ସକାଳ ୯ଟାରେ ଘଟିଛି ବୋଲି ଜଣାପଡିଛି ।

ଏହି ହେଲିକପ୍ଟରଟି ଦେହରାଡୁନରୁ ହର୍ଷିଲ ହେଲିପ୍ୟାଡ ପାଇଁ ବାହାରିଥିଲା । ଗଙ୍ଗନାନୀର ସାମ୍ନାରେ ଥିବା ନାଗ ମନ୍ଦିରର ତଳେ ଭାଗୀରଥୀ ନଦୀ ପାଖରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବାର ସୂଚନା ଦିଆଯାଇଛି । ହେଲିକପ୍ଟରଟି ଏକ ଘରୋଇ କମ୍ପାନୀର ବୋଲି କୁହାଯାଉଛି ।

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଏହି ଖବର ସୋସିଆଲ ମିଡିଆରେ ସେୟାର କରିବା ସହ ମୃତକଙ୍କ ପାଇଁ ଗଭୀର ଶୋକ ପ୍ରକାଶ କରିଛନ୍ତି । ଘଟଣା ସ୍ଥଳରେ ଏସଡିଆରଏଫ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ବେଳେ ଆହତଙ୍କୁ ଉଚିତ ଚିକିତ୍ସା ଏବଂ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Also Read : ସକାଳୁ ସକାଳୁ ୩ଟି ବିସ୍ଫୋରଣରେ ଥରିଲା ଲାହୋର, ଜରୁରୀକାଳୀନ ପରିସ୍ଥିତି ଘୋଷଣା