ଏବେ ଗୁରୁତର ରୋଗୀଙ୍କୁ ଘରୁ ହସ୍ପିଟାଲ ଯିବାରେ ହେବନି କୌଣସି ସମସ୍ୟା, ଏହି ରାଜ୍ୟ ପୋଲିସ ଆରମ୍ଭ କଲା ଅଟୋ ଆମ୍ବୁଲାନ୍ସ

କରୋନା ମହାମାରୀ ଭିତରେ ଅକ୍ସିଜେନ ସଙ୍କଟ ପୂରା ଦେଶରେ ହାହାକାର ପରିସ୍ଥିତି ସୃଷ୍ଟି କରିଛି। କେତେକ ରୋଗୀ ଘରୁ ହସ୍ପିଟାଲ ପର୍ଯ୍ୟନ୍ତ ଯିବା ବାଟରେ ହିଁ ଆଖି ବୁଜି ଦେଉଛନ୍ତି। କିନ୍ତୁ ଏଣିକି ଉତ୍ତରାଖଣ୍ଡ ରାଜଧାନୀ ଡେରାଡୁନରେ ଆଉ ଏଭଳି ପରିସ୍ଥିତିର ସାମ୍ନା କରିବାକୁ ପଡ଼ିବ ନାହିଁ। କାହିଁକିନା, ଏବେ ଉତ୍ତରାଖଣ୍ଡ ପୋଲିସ ଅଟୋ ଆମ୍ବୁଲାନ୍ସ ସେବା ଡେରାଡୁନରେ ଆରମ୍ଭ କରିଛି।

ଏବେ ଏହି ଆମ୍ବୁଲାନ୍ସ ଯୋଗୁ ରୋଗୀକୁ ଘରୁ ହସ୍ପିଟାଲ ପର୍ଯ୍ୟନ୍ତ ନେବାରେ ଅକ୍ସିଜେନର କୌଣସି ଅଭାବ ରହିବ ନାହିଁ। ରୋଗୀକୁ ବିନା କୌଣସି ଅସୁବିଧାରେ ହସ୍ପିଟାଲରେ ପହଞ୍ଚା ଯାଇପାରିବ। ଏହି ଅଟୋ ଆମ୍ବୁଲାନ୍ସରେ ଅକ୍ସିଜେନର ଏକ ବଡ଼ ସିଲିଣ୍ଡର ଲଗାଯାଇଛି, ଯେଉଁଥିରେ ସବୁ ସମୟରେ ଅକ୍ସିଜେନ ଭରପୂର ମାତ୍ରାରେ ରଖାଯିବ।

ବର୍ତ୍ତମାନ ଏହି ସେବାକୁ ଡେରାଡୁନର ରାଜପୁର ରୋଡ ପଟେ ଚଲାଯିବ। ଯଦି ଏହି ପ୍ରୟୋଗ ସଫଳ ହୁଏ, ତ ସେବାକୁ ବିସ୍ତାର କରାଯିବ। ଏବେ ଏହି ସେବାକୁ ଟ୍ରାଏଲରେ ରଖାଯାଇଛି।

Leave A Reply

Your email address will not be published.