ଉତ୍ତରାଖଣ୍ଡ : ନିର୍ମାଣ ପୂର୍ବରୁ ଭୁଶୁଡିଲା ସିଗ୍ନେଚର ବ୍ରିଜ, ଅତ୍ୟଧିକ ଓଜନ ଯୋଗୁଁ ଢଳିଗଲା

ଉତ୍ତରାଖଣ୍ଡର ପ୍ରଥମ ସିଗ୍ନେଚର ବ୍ରିଜ ନିର୍ମାଣ ପୂର୍ବରୁ ଭୁଶୁଡି ପଡିଛି । ଘଟଣାରେ କେହି ହତାହତ ହୋଇନାହାନ୍ତି । ଏହାପୂର୍ବରୁ ଜୁଲାଇ ୨୦୨୨ରେ ଏହି ବ୍ରିଜର ସଟରିଂ ଖସିପଡିବା ଯୋଗୁଁ ୨ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା । ରୁଦ୍ରପ୍ରୟାଗ ଜିଲ୍ଲାର ବଦ୍ରିନାଥ ହାଇେଓ୍ଵର ନରକୋଟାରେ ନିର୍ମାଣ ହେଉଥିବା ସିଗ୍ନେଚର ବ୍ରିଜର ନିର୍ମାଣ କାର୍ଯ୍ୟ ଆରସିସି କମ୍ପାନୀ କରୁଛି । ଏହି ବ୍ରିଜ ପାଇଁ ୭୬ କୋଟି ଟଙ୍କା ଖର୍ଚ୍ଚ ହେଉଛି । ଏଠାରେ ପ୍ରତିଦିନ ୪୦ରୁ ଅଧିକ ଶ୍ରମିକ କାମ କରନ୍ତି ।

ଅଲବେଦର ରୋଡ ପରିଯୋଜନା ଅଧିନରେ ଋଷିକେଶ-ବଦ୍ରିନାଥ ରାଜମାର୍ଗରେ ୧୧୦ ମିଟର ସ୍ପାନ ସିଗ୍ନେଚର ବ୍ରିଜର ଉପର ଫ୍ରେମ ତିଆରି କରାଯାଉଥିଲା । ଗୁରୁବାର ସନ୍ଧ୍ୟା ୫ଟାରେ ବ୍ରିଜର ରୁଦ୍ରପ୍ରୟାଗ ପଟେ ଥିବା ଟାଓ୍ଵାର ଢଳିଯାଇଥିଲା । ଯାହାଦ୍ୱାରା ଫ୍ରେମ ଧ୍ୱଂସ ହୋଇଯାଇଥିଲା । ତେବେ ଅଧିକ ଓଜନ ହେବା କାରଣରୁ ଟାଓ୍ଵାର ଭୁଶୁଡ ପଡିବାରୁ ଫ୍ରେମ ମଧ୍ୟ ଭାଙ୍ଗିଯାଇଥିଲା ।

You might also like