ଉତ୍ତରପ୍ରଦେଶ ବୁଲନ୍ଦ ସହରରେ ହିଂସା ଘଟଣା : ପୋଲିସର ବିଭିନ୍ନ ସ୍ଥାନରେ ଚଢାଉ, ୨ ଗିରଫ; ଯୋଗୀଙ୍କ ୫୦ ଲକ୍ଷ ଟଙ୍କା ସହାୟତା ଘୋଷଣା

ଉତ୍ତରପ୍ରଦେଶ(କେନ୍ୟୁଜ୍) : ଉତ୍ତରପ୍ରଦେଶ ବୁଲନ୍ଦ ସହରରେ ହୋଇଥିବା ହିଂସା ଘଟଣାରେ ପୋଲିସର କାର୍ଯ୍ଯନୁଷ୍ଠାନ । ଏହି ଘଟଣାରେ ବିଭିନ୍ନ ସ୍ଥାନରେ ଚଢାଉ ଆରମ୍ଭ କରିଛି ପୋଲିସ । ରାତି ସାରା ବିଭିନ୍ନ ସ୍ଥାନରେ ଚଢାଉ କରିଛି ପୋଲିସ । ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି । ବର୍ତ୍ତମାନ ସୁଦ୍ଧା ୨୫ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ । ଏହା ସହିତ ହିଂସାରେ ମୃତ୍ୟୁ ବରଣ କରିଥିବା ଇନ୍ସପେକ୍ଟରଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ସହ ସମ୍ପର୍କୀୟଙ୍କୁ ସରକାରୀ ଚାକିରି ଘୋଷଣା କରିଛନ୍ତି ।

vio2ଉତ୍ତରପ୍ରଦେଶ ବୁଲନ୍ଦ ସହର ଜିଲ୍ଲାରେ ଗୋହତ୍ୟା ଅଭିଯୋଗ ସାମ୍ନାକୁ ଆସିବା ପରେ ହିଂସାକାଣ୍ଡ ଉଗ୍ର ହେବାରେ ଲାଗିଛି । ଉତ୍ତ୍ୟକ୍ତ ଲୋକଙ୍କ ହିଂସାରେ ଜଣେ ଇନ୍ସପେକ୍ଟର ଓ ଜଣେ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଛି । ଉତ୍ତ୍ୟକ୍ତ ଲୋକେ ପୋଲିସ ଫାଣ୍ଡି ଜାଳିଦେବା ସହ ରାସ୍ତାରେ ଯାଉଥିବା ଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି । ବୁଲନ୍ଦସହରରେ ୨୫ଟି ଗୋରୁଙ୍କ ମୃତଦେହ ଏକ ପଡ଼ିଆରୁ ମିଳିବା ପରେ ଉତ୍ତେଜନା ଦେଖାଦେଇଥିଲା । ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଥିଲେ । ଘଟଣାସ୍ଥଳକୁ ପୋଲିସ ଯାଇଥିବା ବେଳେ ଭିଡ଼ ନିୟନ୍ତ୍ରଣ ପାଇଁ ଲାଠିଚାର୍ଜ ଓ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା । ଉତ୍ତ୍ୟକ୍ତ ଲୋକେ ଗୁଳି ମାଡ଼ କରିବା ସହ ପଥର ମାଡ଼ କରିଥିଲେ । ଇନ୍ସପେକ୍ଟର ସୁବୋଧ କୁମାର ସିଂହଙ୍କ ମୁଣ୍ଡରେ ପଥର ବାଜିଥିଲା। ତାଙ୍କୁ ମେଡିକାଲ ନିଆଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.