ସିବିଆଇ କରିବ ହଥରସ ଗଣଦୁଷ୍କର୍ମ ମାମଲାର ତଦନ୍ତ, ନିର୍ଦ୍ଦେଶ ଦେଲେ ଯୋଗୀ ସରକାର

କେନ୍ୟୁଜ୍(ବ୍ୟୁରୋ): ସିବିଆଇ କରିବ ହଥରସ ଗଣଦୁଷ୍କର୍ମ ମାମଲାର ତଦନ୍ତ । ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ସେପଟେ ପୀଡ଼ିତାଙ୍କ ଭାଇ କହିଛନ୍ତି ସେମାନେ ସିବିଆଇ ତଦନ୍ତ ନୁହେଁ, ନ୍ୟାୟିକ ତଦନ୍ତ ଚାହୁଁଛନ୍ତି । ଉତ୍ତରପ୍ରଦେଶ ହଥରସ ଗଣଦୁଷ୍କର୍ମ ଘଟଣାକୁ ନେଇ ରାଜନୀତି ବି ତୀବ୍ର ହୋଇଛି । ଯୋଗୀ ସରକାରଙ୍କୁ ଟାର୍ଗେଟ କରୁଛନ୍ତି ବିରୋଧୀ ।