ତାମିଲନାଡୁର ପୂର୍ବତନ ପୁଲିସ ମହାନିର୍ଦ୍ଦେଶକ ଭି.ଆର. ଲକ୍ଷ୍ମୀନାରାୟଣଙ୍କ ପରଲୋକ, ଇନ୍ଦିରା ଗାନ୍ଧୀଙ୍କୁ କରିଥିଲେ ଗିରଫ

ଚେନ୍ନାଇ: ତାମିଲନାଡୁର ପୂର୍ବତନ ପୁଲିସ ମହାନିର୍ଦ୍ଦେଶକ ଭି.ଆର. ଲକ୍ଷ୍ମୀନାରାୟଣଙ୍କ ପରଲୋକ। ଗତକାଲି ତାଙ୍କର ଚେନ୍ନାଇର ଆନ୍ନା ନଗରସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । କିଛି ଦିନ ହେବ ଅସୁସ୍ଥ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିବାର ସୂଚନା ମିଳିଛି। ତାଙ୍କର ଜଣେ ପୁଅ ଓ ୨ ଜଣ ଝିଅ ଅଛନ୍ତି ।

ସୂଚନା ଅନୁଯାୟୀ, ଭି.ଆର. ଲକ୍ଷ୍ମୀନାରାୟଣ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଗିରଫ କରି ସାରା ଦେଶରେ ଚର୍ଚ୍ଚିତ ହୋଇଥିଲେ । ପୂର୍ବତନ ପୁଲିସ ଅଧିକାରୀ ଲକ୍ଷ୍ମୀନାରାୟଣ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଏକ ଦୁର୍ନୀତି ମାମଲାରେ ତତକାଳୀନ ପ୍ରଧାନମନ୍ତ୍ରୀ ମୋରାରଜି ଦେଶାଇଙ୍କ ନିର୍ଦ୍ଦେଶରେ ୧୯୭୭ ମସିହାରେ ଗିରଫ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.