ଟିକା ନେଲେ ହୁଏନି ବନ୍ଧ୍ୟାତ୍ୱ, ମିଡିଆର ଗୁଜବକୁ ଖଣ୍ଡନ କଲା ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ(କେନ୍ଯୁଜ୍): ଟିକା ନେଲେ ହୁଏନି ବନ୍ଧ୍ୟାତ୍ୱ। ଏନେଇ କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ। ଟିକା ନେବା ଦ୍ୱାରା ପୁରୁଷ ଓ ମହିଳାଙ୍କ ମଧ୍ୟରେ ବନ୍ଧ୍ୟାତ୍ୱ ଦୋଷ ସୃଷ୍ଟି ହୁଏନି । ଟିକାର ଦୁଇଟି ଡୋଜ ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି କହିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ। କିଛି ଦିନ ପୂର୍ବରୁ ଟିକା ନେବା ଦ୍ୱାରା ବନ୍ଧ୍ୟାତ୍ୱ ହେଉଥିବା ବିଭିନ୍ନ ମିଡିଆରେ ଖବର ପ୍ରକାଶ ପାଇଥିଲା।

ନର୍ସ, ସ୍ୱାସ୍ଥ୍ୟକର୍ମୀଙ୍କୁ ନେଇ ଏହାକୁ ପ୍ରଘଟ କରାଯାଇଥିଲା। ମାତ୍ର ଏହା ସବୁ ଗୁଜବ। ସମସ୍ତ ଟିକା ପ୍ରଥମେ ପଶୁ ମାନଙ୍କ ଦେହରେ ଟେଷ୍ଟିଂ କରାଯାଇଛି। ପରେ ମଣିଷଙ୍କ ଦେହରରେ ପରୀକ୍ଷଣ କରାଯାଇଛି। ଏଥିରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇନି । ଏପରିକି ସ୍ତନ୍ୟ ପାନ କରାଉଥିବା ମହିଳାଙ୍କ ପାଇଁ ମଧ୍ୟ ଏହି ଟିକା ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.