କରୋନା ଭ୍ୟାକ୍ସିନ ନେଇଥିବା ଲୋକଙ୍କ ପାଇଁ ଜାରି ହେବ ‘ଭ୍ୟାକ୍ସିନ ପାସପୋର୍ଟ’, ଏହି ଦେଶ କଲା ଘୋଷଣା

ସାରା ଦେଶରେ ବ୍ୟାପିଥିବା କରୋନା ମହାମାରୀକୁ ନଜରରେ ରଖି କେତେକ ଦେଶ ‘ଭ୍ୟାକ୍ସିନ ପାସପୋର୍ଟ’ ଜାରି କରିବା ଉପରେ ବିଚାର କରୁଛନ୍ତି। ଜାପାନ ଏହାକୁ ନେଇ ପୂରା ଯୋଜନା ପ୍ରସ୍ତୁତ କରି ନେଇଛି। ଜାପାନ ଜୁଲାଇ ମଧ୍ୟଭାଗରୁ ନଗର ପାଳିକାମାନଙ୍କୁ ‘ଭ୍ୟାକ୍ସିନ ପାସପୋର୍ଟ’ ଜାରି କରିବାର ଅନୁମତି ଦେବାକୁ ଯୋଜନା କରିଛି। ଦେଶର ମୁଖ୍ୟ କ୍ୟାବିନେଟ ସଚିବ କାତ୍ସୁନୋବୁ କାଟୋ ଗୁରୁବାର ସୂଚନା ଦେଇ କହିଛନ୍ତି କି, ଏ ନେଇ ବହୁତ ଜଲଦି ତଥ୍ୟ ଜାରି କରାଯିବ।

ସୂଚନା ମୁତାବକ, ଯେଉଁ ଲୋକଙ୍କୁ କରୋନା ଭାଇରସ ଟିକା ଲଗାଯାଇଛି ଏବଂ ସେମାନଙ୍କ ପାଖରେ ଏହା ପ୍ରମାଣିତ କରୁଥିବା ତଥ୍ୟ ରହିଛି, ସେମାନେ ବିଦେଶରେ ଅଧିକ ସ୍ୱାଧୀନ ଭାବେ ବୁଲୁଛନ୍ତି। ଏମିତି ଲୋକଙ୍କୁ ଯେ କୌଣସି ଦେଶକୁ ଯିବା ଆସିବା ଉପରେ ସ୍ୱାଧୀନତା ମିଳୁଛି। କିଛି ଦେଶରେ ଏମିତି ଲୋକଙ୍କ ପାଇଁ କ୍ୱାରେଣ୍ଟିନର ସମୟକୁ ମଧ୍ୟ କମ କରି ଦିଆଯାଇଛି।

ବିଶେଷ ସୂତ୍ରରୁ ଜଣାପଡ଼ିଛି, ଜାପାନ ସରକାର ଚାହୁଁଛନ୍ତି କି, ଦେଶର ନାଗରିକମାନଙ୍କୁ ତାଙ୍କ ଟିକାକରଣର ସ୍ଥିତିକୁ ସୁନିଶ୍ଚିତ କରୁଥିବା ତଥ୍ୟରେ ଅବ୍ୟାହତି କରାଯାଉ। ସେମାନଙ୍କୁ ଯାତ୍ରା ସମୟରେ ଛୋଟ କ୍ୱାରେଣ୍ଟିନ ପିରିୟଡ ଦେଇ ଯିବାକୁ ପଡୁ। ଏପରିକି, ଏଠାକାର ସରକାର ଅନ୍ୟ ଦେଶକୁ ମଧ୍ୟ ଏହାକୁ ପାଳନ କରିବାକୁ କହୁଛନ୍ତି।

Leave A Reply

Your email address will not be published.