ମଧ୍ୟପ୍ରଦେଶ : ବାଇକ୍ ସହିତ ଧକ୍କା ହୋଇ କୂଅକୁ ଖସିପଡିଲା ଭ୍ୟାନ୍, ୧୨ ମୃତ, ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

ଏକାଥରେ ଚାଲିଗଲା ଗୋଟିଏ ପରିବାରର ୧୨ ଜୀବନ। ମଧ୍ୟପ୍ରଦେଶରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ପ୍ରାଣ ହରାଇଥିବା ପରିବାର ପ୍ରତି ସମବେଦନା ଜଣାଇବା ସହ ପ୍ରଧାନମନ୍ତ୍ରୀ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୫୦ ହଜାର ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି।
ଖବର ମୁତାବକ, ମଧ୍ୟପ୍ରଦେଶର ମନ୍ଦୋସରରେ ଏକ ଭ୍ୟାନ ବାଇକ ମଧ୍ୟରେ ଧକ୍କା ହୋଇଥିଲା ଭାରସାମ୍ୟ ହରାଇ ବାଇକକୁ ପିଟିବା ସହ କାରଟି ସିଧା କୂଅରେ ପଡିଥିଲା । କାରରେ ୧୪ ଜଣ ଲୋକ ରହିଥିଲା । କାର୍ କୂଅରେ ପଡି ଶ୍ୱାସ ରୁଦ୍ଧ ହୋଇ ଚାଲିଗଲା ୧୨ ଜୀବନ । ଆଉ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଏହି ଭୟଙ୍କର ଦୁର୍ଘଟଣାରେ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ X ରେ ପୋଷ୍ଟ କରାଯାଇଛି ଯେ, ପ୍ରଧାନମନ୍ତ୍ରୀ ମୋଦି ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ଏବଂ ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି । ପ୍ରଧାନମନ୍ତ୍ରୀ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୫୦ ହଜାର ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି।
ପୂର୍ବରୁ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ମଧ୍ୟ ମନ୍ଦସୌର ଦୁର୍ଘଟଣାରେ ୧୨ ଜଣଙ୍କ ଜୀବନ ହାନୀ ପାଇଁ ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଘୋଷଣା କରିଛନ୍ତି ।
Also Read : ବିହାରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୭ ରୁ ୮ଜଣଙ୍କୁ ଚାପିଦେଲା ଦ୍ରୁତଗାମୀ ଇନୋଭା କାର୍