ବନ୍ଦେ ଭାରତ ଏକ୍ସପ୍ରେସ ପୁଣି ଦୁର୍ଘଟଣାଗ୍ରସ୍ତ; ଟ୍ରେନରୁ ଅଲଗା ହୋଇଗଲା ବଗି, ଯାତ୍ରୀ ସୁରକ୍ଷିତ

ଗୁଜୁରାଟରେ ପୁଣିଥରେ ବନ୍ଦେ ଭାରତ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ। ଦୁର୍ଘଟଣାରେ ଟ୍ରେନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ରହିଛନ୍ତି। ଟ୍ରେନ ଗାଈ ସହିତ ଧକ୍କା ହେବା ଯୋଗୁଁ ଟ୍ରେନର ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଘଟଣାରେ ଟ୍ରେନରୁ ଗୋଟେ ବଗି ଅଲଗା ହୋଇଥିବା ଖବର ମିଳିଛି। ଏହି ଦୁର୍ଘଟଣା ଭାଲସାଡର ଅତୁଲ ରେଲେଓ୍ଵ ଷ୍ଟେସନରେ ହୋଇଛି। ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ସାମ୍ନାରେ ଗାଈ ଆସିବା ଯୋଗୁଁ ଏହି ଦୁର୍ଘଟଣା ହୋଇଛି। ଗାଈ ସହିତ ବନ୍ଦେ ଭାରତ ଏକ୍ସପ୍ରେସ ଧକ୍କା ହେବା ଫଳରେ ଟ୍ରେନର ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଛି। ହେଲେ ସମସ୍ତ ଯାତ୍ରୀ ସୁରକ୍ଷିତ ରହିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ବନ୍ଦେ ଭାରତ ଏକ୍ସପ୍ରେସ ଭାଲସାଡରୁ ଅତୁଲ ରେଲେଓ୍ଵ ଷ୍ଟେସନରୁ ଯାଉଥିବା ବେଳେ ଟ୍ରେନ ଆଗରେ ଗାଈ ପଶିଆସିଥିଲା। ଗାଈ ସହିତ ଧକ୍କା ହେବା ପରେ ଟ୍ରେନର ସମ୍ମୁଖ ଭାଗ ନଷ୍ଟ ହୋଇଯାଇଥିଲା। ଏହି ଘଟଣା ସକାଳ ୮ଟା ୧୭ ମିନିଟରେ ହୋଇଛି। ଘଟଣା ପରେ ୩୦ ମିନିଟ୍ ଧରି ଟ୍ରେନଟି ଅଟକି ରହିଥିଲା। ଏହି ଘଟଣାରେ ଟ୍ରେନର କପଲର କଭର କ୍ଷତିଗ୍ରସ୍ତ ହୋଇଛି। ଏହାସହିତ ବିସିୟୁ କଭର ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି। ଦୁର୍ଘଟଣା ଯୋଗୁ ଟ୍ରେନ ୨୭ ମିନିଟ ଅଟକି ରହିବା ପରେ ପୁଣି ଗନ୍ତବ୍ୟ ଉଦ୍ଦେଶ୍ୟରେ ବାହାରି ଯାଇଛି।
A cattle runover incident occurred with passing Vande Bharat train today near Atul in Mumbai Central division at 8.17 am. The train was on its journey from Mumbai Central to Gandhinagar. Following the incident, the train was detained for about 15 minutes: Indian Railways pic.twitter.com/b6UoP3XrVe
— ANI (@ANI) October 29, 2022
ଏହି ଘଟଣା ପରେ ବନ୍ଦେ ଭାରତ ଏକ୍ସପ୍ରେସର ଗୋଟେ ବଗି ଅଲଗା ହୋଇଯାଇଥିଲା। ତେବେ ଏହି ଘଟଣାରେ କେହି ଆହତ ହୋଇନାହାନ୍ତି। ସମସ୍ତ ଯାତ୍ରୀ ସୁରକ୍ଷିତ ରହିଛନ୍ତି।
ପୂର୍ବରୁ ମୁମ୍ବାଇ ସେଣ୍ଟ୍ରାଲରୁ ଗୁଜରାଟ ଗାନ୍ଧୀନଗର ମଧ୍ୟରେ ଚାଲୁଥିବା ବନ୍ଦେ ଭାରତ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ଟ୍ରେନ ମଇଁଷିଗୋଠ ସହ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ହୋଇଥିଲା । ଦୁର୍ଘଟଣାରେ ଟ୍ରେନର ଇଞ୍ଜିନ କ୍ଷତିଗ୍ରସ୍ତ ହୋଇଥିଲା। ଟ୍ରେନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ରହିଥିଲେ । ଟ୍ରେନ ମୁମ୍ବାଇରୁ ଅହମ୍ମଦାବାଦ ଯିବା ରସ୍ତାରେ ୱଟୱା ଓ ମଣିନଗର ଷ୍ଟେସନ ନିକଟରେ ଦୁର୍ଘଟଣା ହୋଇଥିଲା।
Vande Bharat Express running b/w Mumbai Central to Gurajat’s Gandhinagar met with an accident after a herd of buffaloes came on the railway line at around 11.15am b/w Vatva station to Maninagar. The accident damaged the front part of the engine: Western Railway Sr PRO, JK Jayant pic.twitter.com/OLOMgEv10G
— ANI (@ANI) October 6, 2022
ଏହି ଟ୍ରେନରେ ଅତ୍ୟାଧୁନିକ ସୁବିଧା ସୁଯୋଗ ରହିଛି। ଏଥିରେ ଜିପିଏସ୍ ଆଧାରିତ ଇନଫର୍ମେସନ ସିଷ୍ଟମ, ସିସିଟିଭି କ୍ୟାମେରା, ଭ୍ୟାକୁମ ଆଧାରିତ ବାୟୋ ଟୟଲେଟ୍, ଅଟୋମେଟିକ ସ୍ଲାଇଡିଂ ଡୋର ଓ ପ୍ରତି କୋଚରେ ୪ଟି ଜରୁରିକାଳୀନ ପୁସ୍ ବଟନ ରହିଛି।
Also Read : ଛଟ୍ ପୂଜା ପାଇଁ ପ୍ରସାଦ ରାନ୍ଧିବା ବେଳେ ଫାଟିଲା ସିଲିଣ୍ଡର, ୩୦ରୁ ଉର୍ଦ୍ଧ୍ୱ ଜୀବନ୍ତ ଦଗ୍ଧ