ଉଦଘାଟନ ହେଲା ବନ୍ଦେ ଭାରତ ଏକ୍ସପ୍ରେସ : ଆଜି ସବୁଜ ପତାକା ଦେଖାଇଲେ ପ୍ରଧାନମନ୍ତ୍ରୀ

ଆଜିଠୁ ଗଡ଼ିଲା ଭାରତରେ ନିର୍ମିତ ସବୁଠୁ ଦ୍ରୁତତମ ଟ୍ରେନ୍‌ ବନ୍ଦେ ଭାରତ। ଦିଲ୍ଲୀରୁ ବାରଣାସୀ ଭିତରେ ଏହାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଇଞ୍ଜିନ ଲେସ୍‌ ଏହି ଟ୍ରେନ୍‌ ଘଣ୍ଟାପ୍ରତି ଏହି ଟ୍ରେନ୍‌ ୧୮୦ କିଲୋମିଟର ବେଗରେ ଗତି କରୁଛି। ମାତ୍ର ୮ ଘଣ୍ଟାରେ ଦିଲ୍ଲୀରୁ ବାରଣାସୀରେ ପହଞ୍ଚିଯିବ ବନ୍ଦେ ଭାରତ। ମଝିରେ କେବଳ କାନପୁର ଓ ପ୍ରୟାଗରାଜରେ ରହଣି ରହିଛି।

ନିଶ୍ଚୟ ପଢ଼ନ୍ତୁ : IRCTC : ସାମ୍ନାକୁ ଆସିଲା ବନ୍ଦେ ଭାରତ ଏକ୍ସପ୍ରେସର ଫେୟାର ଲିଷ୍ଟ,ଜାଣନ୍ତୁ କେଉଁ କ୍ଲାସର ରହିଛି କେତେ ଦାମ୍

ଏହି ଟ୍ରେନରେ ରହିଛି ୧୪ଟି କୋଚ୍‌। ଚେୟାର କାର୍‌ ଓ ଏକଜିକ୍ୟୁଟିଭ୍‌ କୋଚ୍‌ ରହିଛି। ବନ୍ଦେ ଭାରତ ସକାଳ ୬ଟାରେ ଦିଲ୍ଲୀରୁ ବାହାରି ବାରଣାସୀରେ ଅପରାହ୍ନ ୨ଟାରେ ପହଞ୍ଚିବ। ସେହିପରି ବାରଣାସୀରୁ ଅପରାହ୍ଣ ୩ଟାରେ ବାହାରି ରାତି ୧୧ଟାରେ ପହଞ୍ଚିବ ଦିଲ୍ଲୀରେ। ସପ୍ତାହରେ ୫ ଦିନ ଦିଲ୍ଲୀ-ବାରଣାସୀ ମଧ୍ୟରେ ଚଳାଚଳ କରିବ ବନ୍ଦେ ଭାରତ।

 

Leave A Reply

Your email address will not be published.