ରେଳବାଇ ଦେଲା ଖୁସିଖବର, ଏହି ଯାତ୍ରୀମାନଙ୍କ ପାଇଁ ମାଗଣା ଟିକେଟ୍

ଏବେ ଦେଶର ଅଧିକାଂଶ ରାଜ୍ୟରେ ବନ୍ଦେ ଭାରତ ଟ୍ରେନ୍ ଚାଲୁଛି । ଏହି ବନ୍ଦେ ଭାରତ ଟ୍ରେନ୍ ଗୁଡ଼ିକୁ ଯାତ୍ରୀମାନେ ବହୁତ ପସନ୍ଦ କରୁଛନ୍ତି । ଏହି ସମୟରେ, ମଧ୍ୟପ୍ରଦେଶର ରାଜଧାନୀ ଏବଂ ୟୁପି ମଧ୍ୟରେ ଖୁବ୍ ଶୀଘ୍ର ସହିତ ବନ୍ଦେ ଭାରତ ଆରମ୍ଭ ହେବାକୁ ଯାଉଛି । ଜମ୍ମୁର କଟରା ଓ ଶ୍ରୀନଗର ମଧ୍ୟରେ ଚାଲିବାକୁ ଥିବା ବନ୍ଦେ ଭାରତ ଟ୍ରେନ ଏପ୍ରିଲ ୧୯ରେ ଶୁଭାରମ୍ଭ କରିବାର ଥିଲା । କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଗସ୍ତ ସ୍ଥଗିତ ରହିଥିବାରୁ ଏଥିପାଇଁ ଆଇକିଛି ଦିନ ସମୟ ଲାଗିପାରେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ମାସ ୧୯ ରେ ବିଶ୍ୱର ସର୍ବୋଚ୍ଚ ଚେନାବ ରେଳ ସେତୁ ଏବଂ ଅଞ୍ଜି ଖାଦ୍ ରେଳ ସେତୁ ଉଦଘାଟନ କରିବା ସହିତ ଏବଂ ଶ୍ରୀ ମାତା ବୈଷ୍ଣୋ ଦେବୀ କଟରାରୁ ଶ୍ରୀନଗର ପର୍ଯ୍ୟନ୍ତ ବନ୍ଦେ ଭାରତ ଏକ୍ସପ୍ରେସର ସ୍ୱତନ୍ତ୍ର କାଶ୍ମୀର ସଂସ୍କରଣକୁ ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ଥିଲା । ଏଥିପାଇଁ ପ୍ରଧାନମନ୍ତ୍ରୀ ଚେନାବ ରେଳ ସେତୁ ଏବଂ ତା’ପରେ ଅଞ୍ଜି ଖାଦ୍ ସେତୁ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ଥିଲା ଏବଂ ଏଥିପାଇଁ ଦୁଇଟି ହେଲିପ୍ୟାଡ୍ ନିର୍ମାଣ କରାଯାଇଥିଲା ।
ପ୍ରତିକୂଳ ପାଗ ଯୋଗୁଁ ପ୍ରଧାନମନ୍ତ୍ରୀ ସେଠାକୁ ଯିବା ସମ୍ଭବ ହୋଇନଥିଲା । ଉଦଘାଟନ କାର୍ଯ୍ୟକ୍ରମ ପାଇଁ ନୂତନ ତାରିଖ ଏପ୍ରିଲ ମାସର ଶେଷ ସପ୍ତାହ କିମ୍ବା ମେ ମାସ ଆରମ୍ଭରେ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି । ଏହି ଟ୍ରେନ ପାଇଁ ଟିକେଟ ବୁକିଙ୍ଗ ଏହି ସପ୍ତାହରୁ ଆରମ୍ଭ ହେବ । ଚେନ୍ନାଇରେ ଥିବା ଇଣ୍ଟିଗ୍ରାଲ ଫାକ୍ଟ୍ରି ରେ ବନ୍ଦେ ଭାରତର କୋଚ ତିଆରି କରାଯାଉଛି । ଯାହାଫଳରେ ପୁରା ଦେଶରୁ କାଶ୍ମୀରକୁ ଯାତ୍ରା ସହଜ ହୋଇଯିବ ।
ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଜମ୍ମୁରେ ଥିବା କଟରା ଯାତ୍ରା କରିବାକୁ ପଡିବ । ଏହାପରେ ସେମାନେ ଶ୍ରାନଗରରୁ ବନ୍ଦେ ଭାରତ ଟ୍ରେନ ଅଭିମୁଖେ ଯିବେ । ତେବେ ରେଳବାଇ ପକ୍ଷରୁ ଏକ ଖୁସିଖବର ଆସିଛି । ଅନ୍ୟ ଟ୍ରେନ ଭଳି କାଶ୍ମୀର ଯାଉଥିବା ଏହି ବନ୍ଦେ ଭାରତ ଟ୍ରେନରେ ୫ ବର୍ଷରୁ କମ ବୟସର ପିଲାମାନଙ୍କୁ ଟିକେଟ ଦେବାକୁ ପଡିବ ନାହିଁ । ଏନେଇ ଭାରତୀୟ ରେଳବାଇ ଖୁବଶିଘ୍ର ଶ୍ରୀନଗରକୁ ଚଳାଚଳ କରୁଥିବା ବନ୍ଦେ ଭାରତ ଟ୍ରେନରେ ଭଡା ସମୟ ଅନୁସାରେ ଜଣାଇ ଦିଆଯିବ ।
ଏସି ଚେୟାର କାର ପାଇଁ ୧୬୦୦ ଟଙ୍କା ଓ ଏକଜିକ୍ୟୁଟିଭ ଚେୟାର ପାଇଁ ୨୫୦୦୦ଟଙ୍କା ହୋଇପାରେ ବୋଲି ଆକଳନ କରାଯାଇଛି । ଭଡା ସମ୍ପର୍କରେ ସରକାରୀ ସୂଚନା ଖୁବଶିଘ୍ର କରାଯିବ । ଜଣେ ବରିଷ୍ଠ ଭାରତୀୟ ରେଳ ଅଧୀକାରୀ କହିଛନ୍ତି ୫ ବର୍ଷରୁ କମ ବୟସର ପିଲା ମାନଙ୍କ ପାଇଁ ବନ୍ଦେ ଭାରତ ଟ୍ରେନରେ ଯାତ୍ରା ମାଗଣା ହେବ । ଏହାପରେ ଯଦି ସିଟ ଦରକାର ହୁଏ ତେବେ ତାଙ୍କୁ ଫୁଲ ଟିକେଟର ମୂଲ୍ୟ ଦେବାକୁ ପଡିବ ।
ବନ୍ଦେ ଭାରତ ଟ୍ରେନରେ ଲୋକମାନେ ମାତ୍ର ୩ ଘଣ୍ଟାରେ କଟରାରୁ ଶ୍ରୀନଗର ଯାତ୍ରା କରିପାରିବେ । ଏହା କେବଳ କାଶ୍ମୀର ପର୍ଯଟକଙ୍କୁ ଲାଭ ଦେବନାହିଁ ଏହା ସହିତ ଏହି ଟ୍ରେନ ସ୍ଥାନୀୟ ଲୋକଙ୍କୁ ସ୍ଥାନୀୟ ବିକାଶ ପାଇଁ ଲାଭଦାୟକ ହେବ ।
Also read: ପଶ୍ଚିମବଙ୍ଗ ଯାଉଥିବା ବନ୍ଦେ ଭାରତ ଟ୍ରେନ୍ ଉପରକୁ ପଥରମାଡ଼, ଭାଙ୍ଗିଲା ଝରକା, ଯାତ୍ରୀ ଭୟଭୀତ