ଭକ୍ତଙ୍କ ପାଇଁ ଖୁସି ଖବର, କେବଳ ୮ ଘଣ୍ଟାରେ ବୈଷ୍ଣୋଦେବୀ ପହଁଚିବ ଏହି ଅତ୍ୟାଧୁନିକ ଟ୍ରେନ୍

ନୂଆଦିଲ୍ଲୀ : ମାତା ବୈଷ୍ଣୋଦେବୀ ଭକ୍ତଙ୍କ ପାଇଁ ମୋଦୀ ସରକାର ଏକ ବଡ ଉପହାର ଦେଇଛନ୍ତି। ଦେଶର ଦ୍ରୁତଗାମୀ ଓ ଅତ୍ୟାଧୁନିକ ଟ୍ରେନ ‘ବନ୍ଦେ ଭାରତ ଏକ୍ସପ୍ରେସ’ ନୂଆଦିଲ୍ଲୀରୁ କଟରା ଅଭିମୁଖେ ଚାଲିବ। କେନ୍ଦ୍ର ସରକାର ନୂଆଦିଲ୍ଲୀରୁ କଟରା ରୁଟ୍ ଅଭିମୁଖେ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଇବାକୁ ନିଷ୍ପତ୍ତି ନେଇଛନ୍ତି ଏବଂ ଏହା ଖୁବ ଶୀଘ୍ର ପରୀକ୍ଷା ହୋଇପାରେ। ଘଣ୍ଟା ପ୍ରତି ୧୩୦ କିଲୋମିଟର ବେଗରେ ଦୌଡୁଥିବା ଏହି ଟ୍ରେନ ମାଧ୍ୟମରେ ନୂଆଦିଲ୍ଲୀରୁ କଟରା ମାତ୍ର ୮ ଘଣ୍ଟା ଲାଗିବ।

ନୂଆଦିଲ୍ଳୀ ଠାରୁ କଟରା ଷ୍ଟେସନ ମଧ୍ୟରେ ବନ୍ଦେ ଭାରତର ଏହି ରେଳଯାତ୍ରାରେ ୩ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନରେ ଷ୍ଟପେଜ୍ କରାଯିବ। ବନ୍ଦେ ଭାରତ ନୂଆଦିଲ୍ଲୀରୁ ଚାଲିବା ପରେ ଅମ୍ବାଲା ଜଙ୍କସନ, ଲୁଧିଆନା ଓ ଜମ୍ମୁତବି ହୋଇ କଟରା ପହଁଚିବ।

bande bharat trainରେଳ ମନ୍ତ୍ରାଳୟର ଯୋଜନା ଅନୁସାରେ ବନ୍ଦେ ଭାରତ ଏକ୍ସପ୍ରେସ ସକାଳ ୬ଟାରୁ ନୂଆଦିଲ୍ଲୀରୁ ବାହାରି କଟରା ଷ୍ଟେସନ ପାଇଁ ବାହାରିବ । ଏହାପରେ ସକାଳ ୮.୧୦ ମିନିଟରେ ଅମ୍ବାଲା ଜଙ୍କସନରେ ପହଂଚିବ। ସେଠାରେ ୨ ମିନିଟ ଅଟକିବା ପରେ ଆଗକୁ ବଢ଼ିବ ଓ ୯ଟା ୨୨ରେ ଲୁଧିଆନାରେ ପହଂଚିବ । ପୂର୍ବାହ୍ଣ ୯ଟା ୨୪ରେ ଲୁଧିଆନାରୁ ଟ୍ରେନ ବାହାରି ୧୨ଟା ୪୦ରେ ଜମ୍ମୁ ତଭି ଷ୍ଟେସନରେ ପହଂଚିବ। ଏଠାରେ ୨ ମିନିଟ ଅଟକିବା ପରେ ଅପରାହ୍ଣ ୨ଟାରେ କଟରା ଷ୍ଟେନସରେ ପହଂଚିବ।

କଟରାରୁ ବନ୍ଦେ ଭାରତ ଏକ୍ସପ୍ରେସ ୩ଟାରେ ବାହାରି ରାତି ୧୧ଟାରେ ନୂଆଦିଲ୍ଲୀରେ ପହଂଚିବ। କେବଳ ରେଳ ମନ୍ତ୍ରାଳୟ ଏହା ଦେଖିବ ଯେ ବନ୍ଦେ ଭାରତ ଏହି ସେକସନରେ ୧୩୦ ସ୍ପିଡରେ ଟ୍ରେନ ଚଲା ଯାଇ ହେବ ନା ନାହିଁ। ନୂଆଦିଲ୍ଲୀରୁ ଲୁଧିୟାନା ଷ୍ଟେସନ ମଝିରେ ବନ୍ଦେ ଭାରତ ୧୩୦ କିମି ଗତିରେ ଚାଲିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.